ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ,୧୪।୧୨: ଥିଏଟରରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତକାଲି ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪ ଦିନିଆ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ତେଲଙ୍ଗାନା କୋର୍ଟ ଅଲ୍ଲୁଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହା ସତ୍ତ୍ୱେ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ସେ ଜେଲରୁ ବାହାରିଛନ୍ତି। ନାମପଲି କୋର୍ଟ ଅଲୁ ଅର୍ଜୁନଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲେ। ଏହା ପରେ ତାଙ୍କୁ ଗତକାଲି […] The post ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ appeared first on Dharitri Odia News.

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ,୧୪।୧୨: ଥିଏଟରରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତକାଲି ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪ ଦିନିଆ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ତେଲଙ୍ଗାନା କୋର୍ଟ ଅଲ୍ଲୁଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହା ସତ୍ତ୍ୱେ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ସେ ଜେଲରୁ ବାହାରିଛନ୍ତି।

ନାମପଲି କୋର୍ଟ ଅଲୁ ଅର୍ଜୁନଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲେ। ଏହା ପରେ ତାଙ୍କୁ ଗତକାଲି ଚଞ୍ଚଲଗୁଡା କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା। ତେବେ ପରେ ଅଭିନେତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ତେୟେଲଙ୍ଗାନା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହି ଅଭିନେତାଙ୍କୁ ଚାରି ସପ୍ତାହ ପାଇଁ ଜାମିନ ପ୍ରଦାନ କରାଯାଇଛି।

The post ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ appeared first on Dharitri Odia News.