ଏହି ଦେଶରେ ନାହାନ୍ତି ଅପରାଧୀ, ଜେଲ୍ ଗୁଡିକୁ ରେଷ୍ଟୁରାଣ୍ଟରେ କରାଯାଇଛି ପରିବର୍ତ୍ତନ
ନୂଆଦିଲ୍ଲୀ ୨୬।୦୮: ସାରା ବିଶ୍ବରେ ଅନେକ ଦେଶ । ସବୁ ଦେଶର ରହିଛି ଭିନ୍ନ ନିୟମ । କେଉଁ ଦେଶ ଅପରାଧି ଲିଷ୍ଟରେ ସବୁଠାରୁ ଆଗରେ ରହିଛି ତ ଆଉ କିଛି ଦେଶରେ ଅଳ୍ପ ସଂଖ୍ୟକ ଅପରାଧ ଘଟିଥାଏ । କିନ୍ତୁ ଏପରି ଏକ ଦେଶ ରହିଛି ଯେଉଁଠି ଗୋଟିଏ ବି ହୋଇନଥାଏ ଅପରାଧ । ସବୁଠାରୁ ବଡ କଥା ହେଉଛି ଏହି ଦେଶରେ ଥିବା ଜେଲ୍ ଗୁଡିକୁ ରେଷ୍ଟୁରାଣ୍ଟରେ ବଦଳାଇ ଦିଆଯାଇଛି । ଏହି ଦେଶଟି ହେଉଛି ନେଦରଲ୍ୟାଣ୍ଡ । ନିକଟ ଅତୀତରେ ଏଠାକାର ଅପରାଧ ହାରରେ ହ୍ରାସ ଘଟିଛି । ଯେଉଁଥିପାଇଁ ଦେଶର ଜେଲଗୁଡ଼ିକ ପ୍ରାୟତଃ ଖାଲି ହୋଇଯାଇଛି। ନେଦରଲ୍ୟାଣ୍ଡର ଜେଲରେ କୌଣସି ଅପରାଧୀ ନାହାଁନ୍ତି । ଯାହା ଦର୍ଶାଏ ଯେ ଏଠାରେ ଅପରାଧ ଘଟଣା ଯଥେଷ୍ଟ ହ୍ରାସ ପାଇଛି। ଦେଶରେ ପରିସ୍ଥିତି ଏପରି ହୋଇଛି କି କୌଣସି ଅପରାଧୀ ଆଉ ବାକି ନାହାନ୍ତି । ଯାହାଙ୍କୁ ଜେଲ୍ରେ ବନ୍ଦୀଭାବେ ରଖିବାର ଆବଶ୍ୟକତା ରହିଛି । କଏଦୀଙ୍କ ଅଭାବ ହେତୁ ନେଦରଲ୍ୟାଣ୍ଡ ସରକାର କିଛି ଜେଲକୁ ରେଷ୍ଟୁରାଣ୍ଟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଜେଲଗୁଡିକରେ ବଡ ରେଷ୍ଟୁରାଣ୍ଟ ଖୋଲାଯାଇଛି ଏବଂ ଜେଲ୍ ପ୍ରଶାସନ ସେମାନଙ୍କୁ ଚଳାଉଛି । ଏହାବ୍ୟତୀତ ସରକାର ଭଡା ଭାବେ ଜେଲ୍କୁ ଦେବାକୁ ଯୋଜନା କରୁଛନ୍ତି । କୁହାଯାଏ କି ନେଦରଲ୍ୟାଣ୍ଡର ଜେଲ୍ ଗୁଡିକ ବହୁତ ଉନ୍ନତ । ଏଠାରେ କଏଦୀଙ୍କୁ ଇଣ୍ଟରନେଟ୍ ଭଳି ସୁବିଧା ମଧ୍ୟ ଦିଆଯାଇଥାଏ । ଯାହା ସାହାଯ୍ୟରେ ସେମାନେ ନିଜ ପରିବାର ସହିତ
ନୂଆଦିଲ୍ଲୀ ୨୬।୦୮: ସାରା ବିଶ୍ବରେ ଅନେକ ଦେଶ । ସବୁ ଦେଶର ରହିଛି ଭିନ୍ନ ନିୟମ । କେଉଁ ଦେଶ ଅପରାଧି ଲିଷ୍ଟରେ ସବୁଠାରୁ ଆଗରେ ରହିଛି ତ ଆଉ କିଛି ଦେଶରେ ଅଳ୍ପ ସଂଖ୍ୟକ ଅପରାଧ ଘଟିଥାଏ । କିନ୍ତୁ ଏପରି ଏକ ଦେଶ ରହିଛି ଯେଉଁଠି ଗୋଟିଏ ବି ହୋଇନଥାଏ ଅପରାଧ ।
ସବୁଠାରୁ ବଡ କଥା ହେଉଛି ଏହି ଦେଶରେ ଥିବା ଜେଲ୍ ଗୁଡିକୁ ରେଷ୍ଟୁରାଣ୍ଟରେ ବଦଳାଇ ଦିଆଯାଇଛି । ଏହି ଦେଶଟି ହେଉଛି ନେଦରଲ୍ୟାଣ୍ଡ । ନିକଟ ଅତୀତରେ ଏଠାକାର ଅପରାଧ ହାରରେ ହ୍ରାସ ଘଟିଛି । ଯେଉଁଥିପାଇଁ ଦେଶର ଜେଲଗୁଡ଼ିକ ପ୍ରାୟତଃ ଖାଲି ହୋଇଯାଇଛି।
ନେଦରଲ୍ୟାଣ୍ଡର ଜେଲରେ କୌଣସି ଅପରାଧୀ ନାହାଁନ୍ତି । ଯାହା ଦର୍ଶାଏ ଯେ ଏଠାରେ ଅପରାଧ ଘଟଣା ଯଥେଷ୍ଟ ହ୍ରାସ ପାଇଛି। ଦେଶରେ ପରିସ୍ଥିତି ଏପରି ହୋଇଛି କି କୌଣସି ଅପରାଧୀ ଆଉ ବାକି ନାହାନ୍ତି । ଯାହାଙ୍କୁ ଜେଲ୍ରେ ବନ୍ଦୀଭାବେ ରଖିବାର ଆବଶ୍ୟକତା ରହିଛି ।
କଏଦୀଙ୍କ ଅଭାବ ହେତୁ ନେଦରଲ୍ୟାଣ୍ଡ ସରକାର କିଛି ଜେଲକୁ ରେଷ୍ଟୁରାଣ୍ଟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଜେଲଗୁଡିକରେ ବଡ ରେଷ୍ଟୁରାଣ୍ଟ ଖୋଲାଯାଇଛି ଏବଂ ଜେଲ୍ ପ୍ରଶାସନ ସେମାନଙ୍କୁ ଚଳାଉଛି । ଏହାବ୍ୟତୀତ ସରକାର ଭଡା ଭାବେ ଜେଲ୍କୁ ଦେବାକୁ ଯୋଜନା କରୁଛନ୍ତି ।
କୁହାଯାଏ କି ନେଦରଲ୍ୟାଣ୍ଡର ଜେଲ୍ ଗୁଡିକ ବହୁତ ଉନ୍ନତ । ଏଠାରେ କଏଦୀଙ୍କୁ ଇଣ୍ଟରନେଟ୍ ଭଳି ସୁବିଧା ମଧ୍ୟ ଦିଆଯାଇଥାଏ । ଯାହା ସାହାଯ୍ୟରେ ସେମାନେ ନିଜ ପରିବାର ସହିତ ଯୋଡି ହୋଇ ରହିଥାନ୍ତି । ଜେଲ୍ରେ ଏତେ ସୁବିଧା ସତ୍ତ୍ବେ ମଧ୍ୟ କେହି ଅପରାଧ କରିବାକୁ ଚେଷ୍ଠା କରନ୍ତିନି ।