ଏହି ବରିଷ୍ଠ ନେତାଙ୍କ ପୁଅଙ୍କୁ କଂଗ୍ରେସର ଦ୍ୱିତୀୟ ତାଲିକା ଲିଷ୍ଟରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୨।୩: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭେଟେରାନ କଂଗ୍ରେସ ନେତା ଅଶୋକ ଗେହଲଟ ଏବଂ କମଲ ନାଥଙ୍କ ପୁଅ ଦଳ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ସ୍ଥାନ ପାଇପାରନ୍ତି। ଏକ ସୂତ୍ରରୁ ଏହି ସୂଚନା ମିଳିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆସାମ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ଡାମନ ଏବଂ ଡିୟୁ ଆସନ ସାମିଲ। ସୂତ୍ର ଅନୁଯାୟୀ, କମିଟି ୫୦ ଆସନ ପାଇଁ ଦଳ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ […] The post ଏହି ବରିଷ୍ଠ ନେତାଙ୍କ ପୁଅଙ୍କୁ କଂଗ୍ରେସର ଦ୍ୱିତୀୟ ତାଲିକା ଲିଷ୍ଟରେ ମିଳିପାରେ ସ୍ଥାନ appeared first on Dharitri Odia News.

ଏହି ବରିଷ୍ଠ ନେତାଙ୍କ ପୁଅଙ୍କୁ କଂଗ୍ରେସର ଦ୍ୱିତୀୟ ତାଲିକା ଲିଷ୍ଟରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୨।୩: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭେଟେରାନ କଂଗ୍ରେସ ନେତା ଅଶୋକ ଗେହଲଟ ଏବଂ କମଲ ନାଥଙ୍କ ପୁଅ ଦଳ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ସ୍ଥାନ ପାଇପାରନ୍ତି। ଏକ ସୂତ୍ରରୁ ଏହି ସୂଚନା ମିଳିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆସାମ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ଡାମନ ଏବଂ ଡିୟୁ ଆସନ ସାମିଲ। ସୂତ୍ର ଅନୁଯାୟୀ, କମିଟି ୫୦ ଆସନ ପାଇଁ ଦଳ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିଛି। ସୂଚନାନୁସାରେ, ଅଶୋକ ଗେହଲଟଙ୍କ ପୁଅ ତଥା ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଦସ୍ୟ ବୈଭବଙ୍କୁ ଜାଲୌରରୁ ମଇଦାନକୁ ଓହ୍ଲାଇପାରେ। ବୈଭବ ଗେହଲଟ ଯୋଧପୁରରୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ସେ ବରିଷ୍ଠ ଭାଜପା ନେତା ଗଜେନ୍ଦ୍ର ସିଂ ଶେଖୱାତଙ୍କଠାରୁ ହାରି ଯାଇଥିଲେ।

କମଳନାଥଙ୍କ ପୁଅ ନକୁଲ ମଧ୍ୟପ୍ରଦେଶର ଝିନ୍ଦୱାଡା ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି, ଯାହା ଉପରେ ସେ ୨୦୧୯ ନିର୍ବାଚନରେ ଜିତିଥିଲେ। ଗତ ମାସରେ ନକୁଲ ନାଥ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହୋଇଥିଲା। ତେବେ ଭେଟେରାନ କଂଗ୍ରେସ ନେତା ଏଭଳି ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି ଏହାକୁ କେବଳ ଗୁଜବ ବୋଲି କହିଛନ୍ତି।

 

The post ଏହି ବରିଷ୍ଠ ନେତାଙ୍କ ପୁଅଙ୍କୁ କଂଗ୍ରେସର ଦ୍ୱିତୀୟ ତାଲିକା ଲିଷ୍ଟରେ ମିଳିପାରେ ସ୍ଥାନ appeared first on Dharitri Odia News.