ଏହି ବ୍ୟକ୍ତିଙ୍କଠାରୁ ଚା’ ପିଇଲେ ବିଲ୍ ଗେଟ୍ସ, ନିଆରା ଶୈଳୀକୁ କଲେ ପ୍ରଶଂସା
ଭାରତକୁ ବିବିଧତାରେ ପରିପୂର୍ଣ୍ଣ ଦେଶ କୁହାଯାଏ। ଏଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ଯେତିକି ପାର୍ଥକ୍ୟ ଅଛି, ସେମାନଙ୍କ କାର୍ଯ୍ୟ ଏବଂ କାର୍ଯ୍ୟ ଶୈଳୀରେ ମଧ୍ୟ ସେତିକି ପାର୍ଥକ୍ୟ ଅଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଲୋକଙ୍କ ସ୍ବତନ୍ତ୍ରତା ଖୋଜିବା ଏବଂ ସେମାନଙ୍କଠାରେ କିଛିଦିନ ମଧ୍ୟରେ ସାରା ବିଶ୍ୱରେ ପ୍ରସିଦ୍ଧ କରିବାର ଶକ୍ତି ବି ଅଛି। ଆଜି ଆମେ ଆପଣଙ୍କୁ ଏପରି ଜଣେ ଚା’ ବିକାଳିଙ୍କ ବିଷୟରେ କହିବୁ, ଯିଏ ସୋସିଆଲ ମିଡିଆରେ କିଛିଦିନ ମଧ୍ୟରେ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି […] The post ଏହି ବ୍ୟକ୍ତିଙ୍କଠାରୁ ଚା’ ପିଇଲେ ବିଲ୍ ଗେଟ୍ସ, ନିଆରା ଶୈଳୀକୁ କଲେ ପ୍ରଶଂସା appeared first on Dharitri Odia News.
ଭାରତକୁ ବିବିଧତାରେ ପରିପୂର୍ଣ୍ଣ ଦେଶ କୁହାଯାଏ। ଏଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ଯେତିକି ପାର୍ଥକ୍ୟ ଅଛି, ସେମାନଙ୍କ କାର୍ଯ୍ୟ ଏବଂ କାର୍ଯ୍ୟ ଶୈଳୀରେ ମଧ୍ୟ ସେତିକି ପାର୍ଥକ୍ୟ ଅଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଲୋକଙ୍କ ସ୍ବତନ୍ତ୍ରତା ଖୋଜିବା ଏବଂ ସେମାନଙ୍କଠାରେ କିଛିଦିନ ମଧ୍ୟରେ ସାରା ବିଶ୍ୱରେ ପ୍ରସିଦ୍ଧ କରିବାର ଶକ୍ତି ବି ଅଛି। ଆଜି ଆମେ ଆପଣଙ୍କୁ ଏପରି ଜଣେ ଚା’ ବିକାଳିଙ୍କ ବିଷୟରେ କହିବୁ, ଯିଏ ସୋସିଆଲ ମିଡିଆରେ କିଛିଦିନ ମଧ୍ୟରେ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି ଯେ, ଚା’ ପିଇବା ବଦଳରେ ଲୋକମାନେ ତାଙ୍କ ସହ ସେଲ୍ଫି ନେବାରେ ଲାଗିଛନ୍ତି।
ଆମେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଚା’ ତିଆରି ଷ୍ଟାଇଲ୍ କଥା କହୁଛୁ। ଠିକ୍ ସେମିତି ଜଣେ ଚା’ ବିକାଳି ରଜନୀକାନ୍ତଙ୍କ ଷ୍ଟାଇଲ୍ରେ ଚା’ ତିଆରି କରି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି। ଚା’ ତିଆରି କରିବା ଏବଂ ପରିବେଷଣ କରିବାରେ ଅନନ୍ୟ ଶୈଳୀର ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ନଜର ଆସିଥିବା ବ୍ୟକ୍ତି ଜଣକ ନାଗପୁରର ବାସିନ୍ଦା। ତାଙ୍କ ନା ଡଲି। ତାଙ୍କର ‘ଡଲି କି ଟପ୍ରି ବହୁତ ପ୍ରସିଦ୍ଧ। ଏପରିକି ନିକଟରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ତାଙ୍କ ଦୋକାନରେ ଚା’ ପିଇଥିଲେ।
ଏହି ଚା’ ମାଲିକ କେବଳ ଏକ ନିଆରା ଶୈଳୀରେ ଚା’ ପରିବେଷଣ କରନ୍ତି ନାହିଁ ବରଂ ଲୋକଙ୍କୁ ଏପରି ଭାବରେ ସ୍ବାଗତ କରନ୍ତି ଯେ, କେହି ତାଙ୍କ ପ୍ରଶଂସକ ପାଲଟିଯିବେ। ଏବେ ତାଙ୍କ ଚା’ ପରିବେଷଣ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ସେ ଏକ ନିଆରା ଶୈଳୀରେ ଚା’ରେ କ୍ଷୀର ଢାଳୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗ୍ରାହକଙ୍କଠାରୁ ଟଙ୍କା ନେବା ତାଙ୍କର ଶୈଳୀ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏହି ଚା’ ବିକ୍ରେତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ୧୮ କୋଟିରୁ ଅଧିକ ଭ୍ୟୁ ପାଇଛି।
The post ଏହି ବ୍ୟକ୍ତିଙ୍କଠାରୁ ଚା’ ପିଇଲେ ବିଲ୍ ଗେଟ୍ସ, ନିଆରା ଶୈଳୀକୁ କଲେ ପ୍ରଶଂସା appeared first on Dharitri Odia News.