ଏହି ୩ ଖେଳାଳିଙ୍କ ଚମକିଲା ଭାଗ୍ୟ, ଟିମ ଇଣ୍ଡିଆରେ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୨।୭: ଶୁବମାନ ଗିଲଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିଛନ୍ତି। ଏହା ପରେ ବିସିସିଆଇ ଦଳରେ ବଡ଼ ପରିବର୍ତ୍ତନ ଆଣି ତିନି ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛି। ଏହି ତିନି ଖେଳାଳିଙ୍କ ମଧ୍ୟରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣା ଉପସ୍ଥିତ ଅଛନ୍ତି। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ଖେଳାଯିବ। ଏହି ତିନି ଖେଳାଳିଙ୍କୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳର ଏକ ଅଂଶ କରାଯାଇଛି। […] The post ଏହି ୩ ଖେଳାଳିଙ୍କ ଚମକିଲା ଭାଗ୍ୟ, ଟିମ ଇଣ୍ଡିଆରେ ମିଳିଲା ସ୍ଥାନ appeared first on Dharitri Odia News.
ନୂଆଦିଲ୍ଲୀ,୨।୭: ଶୁବମାନ ଗିଲଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିଛନ୍ତି। ଏହା ପରେ ବିସିସିଆଇ ଦଳରେ ବଡ଼ ପରିବର୍ତ୍ତନ ଆଣି ତିନି ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛି। ଏହି ତିନି ଖେଳାଳିଙ୍କ ମଧ୍ୟରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣା ଉପସ୍ଥିତ ଅଛନ୍ତି। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ଖେଳାଯିବ। ଏହି ତିନି ଖେଳାଳିଙ୍କୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳର ଏକ ଅଂଶ କରାଯାଇଛି। ପ୍ରଥମ ଥର ପାଇଁ ହର୍ଷିତ ରାଣାଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି।
ଶିବମ ଦୁବେ, ଯଶସ୍ବି ଜୟସ୍ବାଲ ଏବଂ ସଞ୍ଜୁ ସାମସନଙ୍କୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ରିପ୍ଲେସ କରାଯାଇଛି। ସମସ୍ତ ତିନି ଖେଳାଳି ଟି -୨୦ ବିଶ୍ୱକପ୍ ୨୦୨୪ ଖେଳୁଥିଲେ। ହେଲେ ବିଶ୍ୱକପ୍ ବିଜେତା ଦଳ ବାର୍ବାଡୋସରୁ ଭାରତକୁ ଫେରିନାହାନ୍ତି। ଏହି କାରଣରୁ ତିନିଜଣ ଖେଳାଳି ଶୁବମାନ ଗିଲଙ୍କ ଅଧିନାୟକତ୍ୱ ଦଳ ସହିତ ଜିମ୍ବାୱେ ଯାଇପାରିବେ ନାହିଁ। ତେଣୁ ତିନି ଖେଳାଳିଙ୍କୁ ରିପ୍ଲେସ୍ କରାଯାଇଛି।
ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଦଳ: ଶୁବମାନ ଗିଲ (ଅଧିନାୟକ), ଋତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ଧ୍ରୁବ ଜୁରେଲ (ଉଇକେଟ୍ କିପର), ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖାଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ହର୍ଷିତ ରାଣା
The post ଏହି ୩ ଖେଳାଳିଙ୍କ ଚମକିଲା ଭାଗ୍ୟ, ଟିମ ଇଣ୍ଡିଆରେ ମିଳିଲା ସ୍ଥାନ appeared first on Dharitri Odia News.