ମନ୍ଦିର ଜମିରେ ବେଆଇନ ଦଖଲ: ଗୃହ ନିର୍ମାଣକୁ ବିରୋଧ, ଦେବୋତ୍ତର କମିଶନକୁ ସ୍ମାରକପତ୍ର
ଦିଗପହଣ୍ଡି,୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସ୍ଷ୍ଟାଣ୍ଡଠାରୁ ପୁଞ୍ଜିକୟାଁ ଛକ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ଦିଗପହଣ୍ଡି ମୌଜା ଖାତା ନଂ.୬୯୧ ଅନୁଯାୟୀ ରାଧାକାନ୍ତ ମହାପ୍ରଭୁ ବିଜେଙ୍କ ନାଁ ରେ ରେକର୍ଡଭୁକ୍ତ ଥିବା ଚାଷଜମିକୁ ୧୯୫୧ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନର ଧାରା – ୨ର ବିରୁଦ୍ଧାଚରଣ କରି କିଛି ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ଗୃହ ଓ ଦୋକାନ ଗୃହ ନିର୍ମାଣ ଚଳାଇଛନ୍ତି। ରାଜ୍ୟ ଦେବୋତ୍ତର ଆଇନର ଧାରା-୧୯ ଅନୁଯାୟୀ […] The post ମନ୍ଦିର ଜମିରେ ବେଆଇନ ଦଖଲ: ଗୃହ ନିର୍ମାଣକୁ ବିରୋଧ, ଦେବୋତ୍ତର କମିଶନକୁ ସ୍ମାରକପତ୍ର appeared first on Dharitri Odia News.
ଦିଗପହଣ୍ଡି,୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସ୍ଷ୍ଟାଣ୍ଡଠାରୁ ପୁଞ୍ଜିକୟାଁ ଛକ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ଦିଗପହଣ୍ଡି ମୌଜା ଖାତା ନଂ.୬୯୧ ଅନୁଯାୟୀ ରାଧାକାନ୍ତ ମହାପ୍ରଭୁ ବିଜେଙ୍କ ନାଁ ରେ ରେକର୍ଡଭୁକ୍ତ ଥିବା ଚାଷଜମିକୁ ୧୯୫୧ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନର ଧାରା – ୨ର ବିରୁଦ୍ଧାଚରଣ କରି କିଛି ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ଗୃହ ଓ ଦୋକାନ ଗୃହ ନିର୍ମାଣ ଚଳାଇଛନ୍ତି। ରାଜ୍ୟ ଦେବୋତ୍ତର ଆଇନର ଧାରା-୧୯ ଅନୁଯାୟୀ କୌଣସି ଦେବୋତ୍ତର ଭୂ- ସମ୍ପତ୍ତି କ୍ରୟ ବିକ୍ରୟ ବନ୍ଧକ ହୋଇପାରିବ ନାହିଁ। ଦେବୋତ୍ତର ଭୂ- ସମ୍ପତ୍ତିକୁ ବେଆଇନ ଜବରଦଖଲ କରି ସେଥିରେ ଗୃହ ନିର୍ମାଣ କରାଯିବା ବିରୋଧରେ ସହରର ବହୁ ସଚେତନ ଜନସାଧାରଣ ରାଜ୍ୟ ଦେବୋତ୍ତର କମିଶନର ଏବଂ ବ୍ରହ୍ମପୁରସ୍ଥିତ ସହକାରୀ ଦେବୋତ୍ତର କମିଶନରଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟରାସ୍ତା କଡ଼ରେ ଥିବା ଦେବୋତ୍ତର ଜମିକୁ ଜବରଦଖଲ କରି ଗୃହ ନିର୍ମାଣ କରାଯାଉଥିବା କାରଣରୁ ପଛ ଭାଗରେ ଥିବା ଅନ୍ୟ ଚାଷଜମିକୁ ଚାଷୀମାନେ ଚାଷକାର୍ଯ୍ୟ ନିମନ୍ତେ ଚାଷ ଉପକରଣ ହଳ ଶଗଡ଼ ନେବାରେ ଘୋର ଅସୁବିଧା ଭୋଗୁଛନ୍ତି। ଏନେଇ ରାଜ୍ୟ ଦେବୋତ୍ତର ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ମହାପ୍ରଭୁଙ୍କ ନାଁରେ ଥିବା ଚାଷଜମିରୁ ଦେବୋତ୍ତର ଆଇନର ଧାରା-୨୫ ଅନୁଯାୟୀ ଜବରଦଖଲ ଉଚ୍ଛେଦ କରିବା ସହ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି।
The post ମନ୍ଦିର ଜମିରେ ବେଆଇନ ଦଖଲ: ଗୃହ ନିର୍ମାଣକୁ ବିରୋଧ, ଦେବୋତ୍ତର କମିଶନକୁ ସ୍ମାରକପତ୍ର appeared first on Dharitri Odia News.