ହଠାତ୍ ବେଲୁଚିସ୍ତାନ କାହିଁକି ପହଞ୍ଚିଲେ ପାକ୍ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର କାରଣ
ଇସଲାମାବାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର (୧୩ ମାର୍ଚ୍ଚ, ୨୦୨୫) ବେଲୁଚିସ୍ତାନ ଗସ୍ତ କରିଥିଲେ। ଜାଫର ଏକ୍ସପ୍ରେସ ଅପହରଣ ମାମଲାର ପୀଡିତଙ୍କୁ ଭେଟଛନ୍ତି ଶେହବାଜ ସରିଫ। ଏହା ବ୍ୟତୀତ, ସେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା କମାଣ୍ଡୋମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁମାନେ ୩୦୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବେଲୁଚିସ୍ତାନର କ୍ୱେଟାରେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରିଥିବା ବେଲୁଚିସ୍ତାନ ଲିବରେସନ ଆର୍ମିର ୩୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବାର ଗୋଟିଏ ଦିନ ପରେ, ଗୁରୁବାର […] The post ହଠାତ୍ ବେଲୁଚିସ୍ତାନ କାହିଁକି ପହଞ୍ଚିଲେ ପାକ୍ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର କାରଣ appeared first on Dharitri Odia News.
ଇସଲାମାବାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର (୧୩ ମାର୍ଚ୍ଚ, ୨୦୨୫) ବେଲୁଚିସ୍ତାନ ଗସ୍ତ କରିଥିଲେ। ଜାଫର ଏକ୍ସପ୍ରେସ ଅପହରଣ ମାମଲାର ପୀଡିତଙ୍କୁ ଭେଟଛନ୍ତି ଶେହବାଜ ସରିଫ। ଏହା ବ୍ୟତୀତ, ସେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା କମାଣ୍ଡୋମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁମାନେ ୩୦୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।
ବେଲୁଚିସ୍ତାନର କ୍ୱେଟାରେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରିଥିବା ବେଲୁଚିସ୍ତାନ ଲିବରେସନ ଆର୍ମିର ୩୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବାର ଗୋଟିଏ ଦିନ ପରେ, ଗୁରୁବାର ଶାହବାଜ ସରିଫଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଶାହବାଜ ସରିଫଙ୍କ ସହିତ ଉପପ୍ରଧାନମନ୍ତ୍ରୀ ମହମ୍ମଦ ଇସାକ ଦାର, ପାକିସ୍ତାନର ସଂଘୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତାରାର, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ନବାବଜାଦା ମୀର ଖାଲିଦ ମାଗସି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ହଠାତ୍ ବେଲୁଚିସ୍ତାନ କାହିଁକି ପହଞ୍ଚିଲେ ପାକ୍ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର କାରଣ appeared first on Dharitri Odia News.