ରତ୍ନ ସିଂହାସନରୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୂରତୀ, ଭକ୍ତଙ୍କ ସହ ଫଗୁ ଖେଳିଲେ ମହାପ୍ରଭୁ
ପୁରୀ ୨୫/୦୩ : ଦୋଳପୂର୍ଣ୍ଣିମାରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୁରତୀ । ଭକ୍ତଙ୍କ ସହ ମିଶି ବଡଦାଣ୍ଡରେ ଫଗୁ ଖେଳିଲେ ମହାପ୍ରଭୁ । ଦୋଳ ବିମାନରେ ବସି ଦୋଳ ବେଦୀରେ ପହଞ୍ଚି ଫଗୁ ଖେଳିଛନ୍ତି ଦୋଳଗୋବିନ୍ଦ । ବସନ୍ତ ମହୋତ୍ସବରେ ମହାପ୍ରଭୁ ବିମାନରେ ବସି ଶ୍ରୀମନ୍ଦିର ଚାରିପଟେ ବୁଲି ଦୋଳ ବେଦୀକୁ ବିରାଜମାନ କରିଛନ୍ତି ଦୋଳଗୋବିନ୍ଦ । ଭୂ-ଦେବୀ, ଶ୍ରୀଦେବୀଙ୍କ ସହ ଦୋଳ ବିମାନରେ ବସି ଫଗୁ ଖେଳର ମଜା ନେଇଛନ୍ତି ପ୍ରଭୁ ଦୋଳଗୋବିନ୍ଦ । ଏହାସହ ଚତୁର୍ଦ୍ଧାମୂରତି ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସୁନା ବେଶରେ ସଜେଇ ହେବେ ଶ୍ରୀବିଗ୍ରହ । ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଅପରାହ୍ନ ସାଢେ ୪ଟାରୁ ରାତି ୮ଟା ଯାଏଁ ସାହାଣମେଳା ଦର୍ଶନ କରିବେ ଭକ୍ତ । ରାତି ସାଢେ ୧୦ଟାରେ ବେଶ ଓଲାଗି ହେବା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ । you can also read...ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିରେ ସ୍ୱତନ୍ତ୍ର ପରମ୍ପରା, ଠାକୁରଙ୍କ ସମ୍ମୁଖରେ ପାଞ୍ଜି ପଠନ
ପୁରୀ ୨୫/୦୩ : ଦୋଳପୂର୍ଣ୍ଣିମାରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୁରତୀ । ଭକ୍ତଙ୍କ ସହ ମିଶି ବଡଦାଣ୍ଡରେ ଫଗୁ ଖେଳିଲେ ମହାପ୍ରଭୁ । ଦୋଳ ବିମାନରେ ବସି ଦୋଳ ବେଦୀରେ ପହଞ୍ଚି ଫଗୁ ଖେଳିଛନ୍ତି ଦୋଳଗୋବିନ୍ଦ । ବସନ୍ତ ମହୋତ୍ସବରେ ମହାପ୍ରଭୁ ବିମାନରେ ବସି ଶ୍ରୀମନ୍ଦିର ଚାରିପଟେ ବୁଲି ଦୋଳ ବେଦୀକୁ ବିରାଜମାନ କରିଛନ୍ତି ଦୋଳଗୋବିନ୍ଦ ।
ଭୂ-ଦେବୀ, ଶ୍ରୀଦେବୀଙ୍କ ସହ ଦୋଳ ବିମାନରେ ବସି ଫଗୁ ଖେଳର ମଜା ନେଇଛନ୍ତି ପ୍ରଭୁ ଦୋଳଗୋବିନ୍ଦ । ଏହାସହ ଚତୁର୍ଦ୍ଧାମୂରତି ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସୁନା ବେଶରେ ସଜେଇ ହେବେ ଶ୍ରୀବିଗ୍ରହ । ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଅପରାହ୍ନ ସାଢେ ୪ଟାରୁ ରାତି ୮ଟା ଯାଏଁ ସାହାଣମେଳା ଦର୍ଶନ କରିବେ ଭକ୍ତ । ରାତି ସାଢେ ୧୦ଟାରେ ବେଶ ଓଲାଗି ହେବା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ ।
you can also read...
ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିରେ ସ୍ୱତନ୍ତ୍ର ପରମ୍ପରା, ଠାକୁରଙ୍କ ସମ୍ମୁଖରେ ପାଞ୍ଜି ପଠନ