ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ସେଭଳି ଏକ ନୀତିରେ ଚାଣକ୍ୟ ମହିଳାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସ୍ତ୍ରୀଙ୍କ ନିକଟରେ ଏହି ୪ ଗୁଣ ରହିଥିଲେ ପୁରୁଷମାନେ ଭାଗ୍ୟବାନ ହୁଅନ୍ତି ବୋଲି ସେ କହିଛନ୍ତି । ଆସନ୍ତୁ ଜାଣିବା: ଧୌର୍ଯ୍ୟ ଥିବା ମହିଳା: ଚାଣକ୍ୟ କୁହନ୍ତି ଯେଉଁ ମହିଳାମାନଙ୍କର ଧୌର୍ଯ୍ୟର […] The post ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ… appeared first on Dharitri Odia News.

ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ସେଭଳି ଏକ ନୀତିରେ ଚାଣକ୍ୟ ମହିଳାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସ୍ତ୍ରୀଙ୍କ ନିକଟରେ ଏହି ୪ ଗୁଣ ରହିଥିଲେ ପୁରୁଷମାନେ ଭାଗ୍ୟବାନ ହୁଅନ୍ତି ବୋଲି ସେ କହିଛନ୍ତି । ଆସନ୍ତୁ ଜାଣିବା:

ଧୌର୍ଯ୍ୟ ଥିବା ମହିଳା:
ଚାଣକ୍ୟ କୁହନ୍ତି ଯେଉଁ ମହିଳାମାନଙ୍କର ଧୌର୍ଯ୍ୟର ଗୁଣ ଥାଏ, ସେମାନେ ନିଜ ପରିବାର ଏବଂ ସ୍ବାମୀଙ୍କୁ ମଝି ରାସ୍ତାରେ ଛାଡନ୍ତି ନାହିଁ। ଏପରି ମହିଳାମାନେ ପ୍ରତ୍ୟେକ ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୁଅନ୍ତି। ଏହି ମହିଳାମାନେ ସ୍ବାମୀଙ୍କୁ ସେମାନଙ୍କର ମନୋବଳ ବଢ଼ାଇ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତି।

ଧାର୍ମିକ ଏବଂ ସଂସ୍କାରୀ:
ଚାଣକ୍ୟ କୁହନ୍ତି ଶିକ୍ଷିତ ଏବଂ ସଂସ୍କାରୀ ମହିଳାମାନଙ୍କ ମଧ୍ୟରେ ଭୁଲଠିକ୍‌ ବୁଝିବାର କ୍ଷମତା ଥାଏ। ଏଭଳି ମହିଳା ନିଜ ପିଲାମାନଙ୍କୁ ମଧ୍ୟ ସଂସ୍କାରୀ କରିଥାନ୍ତି। ଏଣୁ ଏଭଳି ମହିଳା ଯେଉଁ ଘରେ ରୁହନ୍ତି ସେହି ଘରେ ଖୁସିର ବାତାବରଣ ଥାଏ। ଏପରିକି ପରିବାରର ଉନ୍ନତି ହୋଇଥାଏ।

ସଞ୍ଚୟ କରିବା:
ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସେହି ବ୍ୟକ୍ତି ବହୁତ ଭାଗ୍ୟବାନ, ଯାହାର ପତ୍ନୀ କଷ୍ଟଦାୟକ ସମୟ ପାଇଁ ଟଙ୍କା ସଞ୍ଚୟ କରନ୍ତି। ଏହିପରି ମହିଳା ନିଜ ପରିବାରକୁ କଷ୍ଟକର ପରିସ୍ଥିତିରୁ ବାହାର କରିପାରନ୍ତି।

ଶାନ୍ତ ସ୍ବଭାବର:
ଚାଣକ୍ୟ କହିଛନ୍ତି ଶାନ୍ତ ସ୍ବଭାବର ସ୍ତ୍ରୀ ପାଇଥିବା ବ୍ୟକ୍ତି ସବୁଠାରୁ ଭାଗ୍ୟବାନ। ଏହିପରି ଲୋକଙ୍କ ପରିବାରରେ କୌଣସି ଅସୁବିଧା ହୁଏ ନାହିଁ। ଏପରି ମହିଳାମାନେ ଘରେ ସୁଖ ଏବଂ ଶାନ୍ତିର ପରିବେଶ ବଜାୟ ରହିଥାଏ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ନିଜ ବୁଦ୍ଧି ସହିତ କାମ କରନ୍ତି ଏବଂ ପରିବାରକୁ ଭାଙ୍ଗିବାରୁ ରକ୍ଷା କରନ୍ତି।

The post ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ… appeared first on Dharitri Odia News.