ପାକିସ୍ତାନରେ ସ୍କୁଲ ବସ୍ ଉପରେ ପାୟାରିଂ; ୨ ଛୋଟ ପିଲା ମୃତ, ୫ ଆହତ
ନୂଆଦିଲ୍ଲୀ: ପାକିସ୍ତାନରେ ଅଭାବନୀଟୟ ଘଟଣା । ଅଟକ ସହରରେ ଏକ ସ୍କୁଲ ବସ୍ ଉପରେ ଫାୟାରିଂ ହୋଇଛି । ଏଥିରେ ୨ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏବଂ ରେସକ୍ୟୁ ଟିମ୍ ସୂଚନା ମୁତାବକ, ଗୁରୁବାର ଅକଟ ଜିଲ୍ଲା ଢେରୀ କୋଟାରେ ଏହି ଘଟଣା ଘଟିଛି । କିଛି ଅଜ୍ଞାତ ଲୋକ ସ୍କୁଲ ବସକୁ ଅଟକାଇ ଅତର୍କିତ ଭାବେ ଗୁଳି ମାଡ଼ କରିଥିଲେ । ତେବେ ମୃତଙ୍କ ମଧ୍ୟରେ ୨ଜଣ ଛୋଟ ଝିଅ ଥିବା ଜଣାପଡ଼ିଛି । ପୋଲିସ ମୁଖପାତ୍ର ବସିମ୍ ବାବର କହିଛନ୍ତି, ଆତତାୟୀ ମାନେ ସ୍କୁଲ ବସ ଉପରକୁ ଆଖିବୁଜା ଗୁଳିମାଡ଼ି କରିଥିଲେ । ଏଥିରେ କିଛି ପିଲାଙ୍କ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଛୋଟ ଝିଅ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କ ବୟସରେ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୧୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସ୍କୁଲ୍ ବସ୍ ଉପରେ ଆକ୍ରମଣ ପ୍ରାୟ ସକାଳ ୮ଟା ବେଳେ ହୋଇଛି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପିଲାଙ୍କୁ ସେଠାରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପ୍ରାଥମିକ ତଦନ୍ତ ପୋଲିସ ଜାଣିବାକୁ ପାଇଛି, କୌଣସି ବ୍ୟକ୍ତିଗତ କାରଣ ଏହି ଗୁଳିମାଡ଼ ହୋଇଛି । ଆରପିଓ କହିଛନ୍ତି, ଏହି ଗୁଳିମାଡ଼ ବସ୍ ଡ୍ରାଇଭରଙ୍କୁ ହୋଇଥିଲା, ମାତ୍ର ସେ ବର୍ତ୍ତି ଯାଇଥିଲେ । ଆତତାୟୀଙ୍କ ଗୁଳି ଛୋଟ ପିଲାଙ୍କ ଉପ
ନୂଆଦିଲ୍ଲୀ: ପାକିସ୍ତାନରେ ଅଭାବନୀଟୟ ଘଟଣା । ଅଟକ ସହରରେ ଏକ ସ୍କୁଲ ବସ୍ ଉପରେ ଫାୟାରିଂ ହୋଇଛି । ଏଥିରେ ୨ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏବଂ ରେସକ୍ୟୁ ଟିମ୍ ସୂଚନା ମୁତାବକ, ଗୁରୁବାର ଅକଟ ଜିଲ୍ଲା ଢେରୀ କୋଟାରେ ଏହି ଘଟଣା ଘଟିଛି । କିଛି ଅଜ୍ଞାତ ଲୋକ ସ୍କୁଲ ବସକୁ ଅଟକାଇ ଅତର୍କିତ ଭାବେ ଗୁଳି ମାଡ଼ କରିଥିଲେ ।
ତେବେ ମୃତଙ୍କ ମଧ୍ୟରେ ୨ଜଣ ଛୋଟ ଝିଅ ଥିବା ଜଣାପଡ଼ିଛି । ପୋଲିସ ମୁଖପାତ୍ର ବସିମ୍ ବାବର କହିଛନ୍ତି, ଆତତାୟୀ ମାନେ ସ୍କୁଲ ବସ ଉପରକୁ ଆଖିବୁଜା ଗୁଳିମାଡ଼ି କରିଥିଲେ । ଏଥିରେ କିଛି ପିଲାଙ୍କ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଛୋଟ ଝିଅ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କ ବୟସରେ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୧୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସ୍କୁଲ୍ ବସ୍ ଉପରେ ଆକ୍ରମଣ ପ୍ରାୟ ସକାଳ ୮ଟା ବେଳେ ହୋଇଛି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପିଲାଙ୍କୁ ସେଠାରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପ୍ରାଥମିକ ତଦନ୍ତ ପୋଲିସ ଜାଣିବାକୁ ପାଇଛି, କୌଣସି ବ୍ୟକ୍ତିଗତ କାରଣ ଏହି ଗୁଳିମାଡ଼ ହୋଇଛି ।
ଆରପିଓ କହିଛନ୍ତି, ଏହି ଗୁଳିମାଡ଼ ବସ୍ ଡ୍ରାଇଭରଙ୍କୁ ହୋଇଥିଲା, ମାତ୍ର ସେ ବର୍ତ୍ତି ଯାଇଥିଲେ । ଆତତାୟୀଙ୍କ ଗୁଳି ଛୋଟ ପିଲାଙ୍କ ଉପରେ ବାଜିଥିଲା । ପୋଲିସ ଏକ ମାମଲା ରୁଜୁ କରି ସନ୍ଦିଗ୍ଧଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାପାମାରୀ କରୁଛି । ଏହି ଘଟଣାରେ କୌଣସି ସଂଗଠନ ନିଜ ଉପରକୁ ନେଇନାହାନ୍ତି । ଶୀଘ୍ର ଅଭିଯୁକ୍ତଙ୍କ ଧରାଯିବ ବୋଲି ଅଟକ ପୋଲିସ କହିଛି ।...