ଏୟାର ଇଣ୍ଡିଆ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ, ଫୁକେଟରୁ ନୂଆଦିଲ୍ଲୀକୁ ଆସୁଥିଲା ବିମାନ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଆସୁଥିଲା। କିନ୍ତୁ ବୋମା ଧମକ ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଗୁରୁବାର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI-379 ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏଥିରେ ୧୫୬ ଜଣ ଯାତ୍ରୀ ଥିଲେ, କିନ୍ତୁ ଉଡ଼ାଣ ଆରମ୍ଭ କରିବା ପରେ ବୋମା ଧମକ ମିଳିଥିଲା। ଏହା ପରେ, ଆଣ୍ଡାମାନ ସାଗରରେ ଯାଉଥିବା ବେଳେ ବିମାନଟି ଫେରି ଆସିଥିଲା ଏବଂ ଜରୁରୀକାଳୀନ ଅବତରଣ କରାଯାଇଥିଲା। AOT ଦ୍ୱାରା ଏପର୍ଯ୍ୟନ୍ତ ବୋମା ଧମକ ସ୍ପଷ୍ଟ କରାଯାଇ ନାହିଁ।ଫୁକେଟ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ଜରୁରୀକାଳୀନ ଅବତରଣ ପରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଉଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି।ଗୁରୁବାର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୪୨ ଜଣ ଯାତ୍ରା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଛି

ଏୟାର ଇଣ୍ଡିଆ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ, ଫୁକେଟରୁ ନୂଆଦିଲ୍ଲୀକୁ ଆସୁଥିଲା ବିମାନ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଆସୁଥିଲା। କିନ୍ତୁ ବୋମା ଧମକ ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଗୁରୁବାର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI-379 ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏଥିରେ ୧୫୬ ଜଣ ଯାତ୍ରୀ ଥିଲେ, କିନ୍ତୁ ଉଡ଼ାଣ ଆରମ୍ଭ କରିବା ପରେ ବୋମା ଧମକ ମିଳିଥିଲା। ଏହା ପରେ, ଆଣ୍ଡାମାନ ସାଗରରେ ଯାଉଥିବା ବେଳେ ବିମାନଟି ଫେରି ଆସିଥିଲା ଏବଂ ଜରୁରୀକାଳୀନ ଅବତରଣ କରାଯାଇଥିଲା। AOT ଦ୍ୱାରା ଏପର୍ଯ୍ୟନ୍ତ ବୋମା ଧମକ ସ୍ପଷ୍ଟ କରାଯାଇ ନାହିଁ।

ଫୁକେଟ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ଜରୁରୀକାଳୀନ ଅବତରଣ ପରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଉଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି।

ଗୁରୁବାର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୪୨ ଜଣ ଯାତ୍ରା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଉଭୟ ଦେଶ ସେମାନଙ୍କର ଆକାଶ ସୀମା ବନ୍ଦ କରିଦେଇଛନ୍ତି। ଏହି କାରଣରୁ ଅନେକ ଉଡ଼ାଣ ପ୍ରଭାବିତ ହୋଇଛି।