ଏୟାର ହୋଷ୍ଟେସଙ୍କୁ କାମୁଡିଦେଲେ ଯାତ୍ରୀ, କରିବାକୁ ପଡିଲା ଏମରଜେନ୍ସି ଲ୍ୟାଣ୍ଡିଂ

କିଓ,୧୯।୧: ନିକଟରେ ଏୟାରଲାଇନ୍ସ/ଫ୍ଲାଇଟକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି। ପ୍ଲେନ ୧୨ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ହନିମୁନ କଟେଇବାକୁ ଯାଉଥିବା ଏକ ଦମ୍ପତିଙ୍କ ଘଟଣା ନିକଟରେ ଚର୍ଚ୍ଚାରେ ଥିଲା। ବିଳମ୍ବ ହେବାରୁ ବ୍ୟକ୍ତି ଜଣକ କ୍ରୁ ମେମ୍ବରଙ୍କୁ ମାଡ ମାରିଥିଲେ। ଏହି କ୍ରମରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ସୂଚନାତାଉ କି, ଆମେରିକାକୁ ଯାତ୍ରା କରୁଥିବା ଅଲ ନିପୋନ ଏଆରଓ୍ବେଜ(ଏଏନଏ) ପ୍ଲାଇଟରେ କିଛି ଏପରି ଘଟଣା ଘଟିଛି ଯାହାପରେ ଫ୍ଲାଇଟକୁ ପୁଣି ଟୋକିଓ ଫେରିବାକୁ […] The post ଏୟାର ହୋଷ୍ଟେସଙ୍କୁ କାମୁଡିଦେଲେ ଯାତ୍ରୀ, କରିବାକୁ ପଡିଲା ଏମରଜେନ୍ସି ଲ୍ୟାଣ୍ଡିଂ appeared first on Dharitri Odia News.

ଏୟାର ହୋଷ୍ଟେସଙ୍କୁ କାମୁଡିଦେଲେ ଯାତ୍ରୀ, କରିବାକୁ ପଡିଲା ଏମରଜେନ୍ସି ଲ୍ୟାଣ୍ଡିଂ

କିଓ,୧୯।୧: ନିକଟରେ ଏୟାରଲାଇନ୍ସ/ଫ୍ଲାଇଟକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି। ପ୍ଲେନ ୧୨ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ହନିମୁନ କଟେଇବାକୁ ଯାଉଥିବା ଏକ ଦମ୍ପତିଙ୍କ ଘଟଣା ନିକଟରେ ଚର୍ଚ୍ଚାରେ ଥିଲା। ବିଳମ୍ବ ହେବାରୁ ବ୍ୟକ୍ତି ଜଣକ କ୍ରୁ ମେମ୍ବରଙ୍କୁ ମାଡ ମାରିଥିଲେ। ଏହି କ୍ରମରେ ଆଉ ଏକ ମାମଲା ସାମ୍ନାକୁ ଆସିଛି।

ସୂଚନାତାଉ କି, ଆମେରିକାକୁ ଯାତ୍ରା କରୁଥିବା ଅଲ ନିପୋନ ଏଆରଓ୍ବେଜ(ଏଏନଏ) ପ୍ଲାଇଟରେ କିଛି ଏପରି ଘଟଣା ଘଟିଛି ଯାହାପରେ ଫ୍ଲାଇଟକୁ ପୁଣି ଟୋକିଓ ଫେରିବାକୁ ପଡିଥିଲା। ନିଶାରେ ଚୁର ହୋଇ ଯାତ୍ରୀଜଣକ ଜଣେ ଏଆର ହୋଷ୍ଟେସଙ୍କୁୁ କାମୁଡି ଦେଇଛନ୍ତି। ଏହି ୫୫ବର୍ଷିୟ ଆମେରିକୀୟ ଯାତ୍ରା ସମୟରେ ବହୁତ ନିଶାରେ ଥିଲେ। ନିଶାରେ ଥାଇ ସେ କ୍ରୁ ମେମ୍ବରଙ୍କର ବାହୁକୁ କାମୁଡି ଦେଇଥିଲେ। ଯେଉଁଥିରେ ମେମ୍ବର ଜଣକ ଗୁରୁତର ଆହତ ହୋଇଛନ୍ତି।
ଏହି ଘଟଣା ପରେ, ୧୫୯ ଯାତ୍ରୀଙ୍କୁୁ ନେଇ ଯାଉଥିବା ବିମାନକୁ ହାନୋଡା ଏୟାରପୋର୍ଟରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ପରେ ନିଶାରେ ଚୁର ହୋଇଥିବା ବ୍ୟକ୍ତିଙ୍କୁ ପୋଲିସ ଜିମା ଦିଆଯାଇଥିଲା। ହୋସକୁ ଫେରିବା ପରେ ବ୍ୟକ୍ତିଜଣକ କିଛି ସ୍ମରଣ ନ ଥିବା କହିଛନ୍ତି।

The post ଏୟାର ହୋଷ୍ଟେସଙ୍କୁ କାମୁଡିଦେଲେ ଯାତ୍ରୀ, କରିବାକୁ ପଡିଲା ଏମରଜେନ୍ସି ଲ୍ୟାଣ୍ଡିଂ appeared first on Dharitri Odia News.