ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭ, ସମସ୍ତେ କାବା
ମୁମ୍ବାଇ: ବଚ୍ଚନ ପରିବାର ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏବେ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି। ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକରେ, ବାପା-ମା’ ଏବଂ ଝିଅ ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଐଶ୍ୱ-ଅଭିଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି […] The post ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭ, ସମସ୍ତେ କାବା appeared first on Dharitri Odia News.
ମୁମ୍ବାଇ: ବଚ୍ଚନ ପରିବାର ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏବେ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି।
ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକରେ, ବାପା-ମା’ ଏବଂ ଝିଅ ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଐଶ୍ୱ-ଅଭିଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ ଅଛି ବୋଲି କୁହାଯାଉଛି। ତେବେ ଏହାରି ଭିତରେ କେବିସି ସେଟ୍ରେ ନିଜ ବୋହୂଙ୍କୁ ନେଇ ବିଗ୍ ବି ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚା ହେବାରେ ଲାଗିଛି।
କେବିସି ୧୬ ସେଟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପରିବାର ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ବଚ୍ଚନ ଜଣେ ପ୍ରତିଯୋଗୀଙ୍କ ସହ ପାରିବାରିକ ସମ୍ପର୍କ ବିଷୟରେ କଥା ହେଉଥିଲେ। ଯେତେବେଳେ ପ୍ରତିଯୋଗୀ ବିଗ ବି’ ଙ୍କୁ ପ୍ରେମ ବିବାହରେ ଥିବା ଅସନ୍ତୋଷ ବିଷୟରେ ପଚାରିଥିଲେ, ସେତେବେଳେ ସେ ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହା ଶୁଣି ସମସ୍ତେ ତାଜୁବ ହୋଇଯାଇଥିଲେ।
ଅମିତାଭ ବଚ୍ଚନ କ୍ୟାମେରା ଆଗରେ ତାଙ୍କ ପରିବାରରେ ପ୍ରେମ ବିବାହ ଏବଂ ବିବାଦ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଅମିତାଭ ବଚ୍ଚନ କହିଛନ୍ତି ଯେ, ତାଙ୍କ ଘରେ ବିଭିନ୍ନ ରାଜ୍ୟର ଲୋକ ଅଛନ୍ତି। ଏହି ସମୟରେ ପ୍ରତିଯୋଗୀ ବିଗ ବିଙ୍କୁ ମଧ୍ୟ କହିଥିଲେ ଯେ, ତାଙ୍କ ପ୍ରେମ ବିବାହ ନେଇ ଦାମ୍ପତ୍ୟ ଝଡ ରହିଛି।
ଏହା ଉପରେ ବିଗ ବି ପ୍ରତିଯୋଗୀଙ୍କୁ ଏକ ମଜାଳିଆ ଉତ୍ତର ଦେଇଛନ୍ତି। ଗୁଜରାଟର ବଡୋଦରା ନିବାସୀ ଆଶୁତୋଷ ସିଂ ଚଳିତ ସପ୍ତାହରେ କେବିସି ୧୬ରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଗତ ୫ବର୍ଷ ଧରି ତାଙ୍କ ବାପାମାଆଙ୍କ ସହ କଥାବାର୍ତ୍ତା କରିପାରୁ ନାହାନ୍ତି। ତାଙ୍କର ପ୍ରେମ ବିବାହ। ସେ ଚାହୁଁଥିଲେ ଯେ, ତାଙ୍କ ପିତାମାତା ତାଙ୍କୁ ବୁଝନ୍ତୁ ଏବଂ ତାଙ୍କ କଥା ଶୁଣନ୍ତୁ।
AB toh aaj full masti wale mood mein hai!
Dekhiye #KaunBanegaCrorepati, Mon-Fri raat 9 baje, sirf #SonyEntertainmentTelevision par.@SrBachchan #KBConSonyTV #KBC16 #KBC2024 #SonyTV #KBC #MastiWithAB pic.twitter.com/TPNeZ3eJU6
— sonytv (@SonyTV) December 9, 2024
ଏନେଇ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ପ୍ରେମ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଆମେ ଉତ୍ତରପ୍ରଦେଶର କିନ୍ତୁ ଆମ ପରିବାରରେ ବିବିଧତାର ଏକ ଉଦାହରଣ ଦେଖିବାକୁ ମିଳେ। ମୋ ସ୍ତ୍ରୀ ବଙ୍ଗାଳୀ, ମୋ ଭାଇ ଏକ ସିନ୍ଧି ପରିବାରରେ ବିବାହ କରିଛନ୍ତି ବୋଲି ବିଗ୍ ବି କହିଛନ୍ତି।
ସେ ଆହୁରି କହିଛନ୍ତି, ମୋ ଝିଅ ପଞ୍ଜାବୀ ପରିବାରରେ ବିବାହ କରିଛନ୍ତି। ଏବଂ ମୋ ପୁଅ ମାଙ୍ଗାଲୋରର ଝିଅକୁ ବିବାହ କରିଛନ୍ତି। ମୋ ବାପା ସବୁବେଳେ କହୁଥିଲେ ଯେ, ଆମେ ଦେଶର କୋଣ ଅନୁକୋଣରୁ ବୋହୂ ଆଣିଛୁ। ଆମ ବୋହୂ ଐଶ୍ୱର୍ଯ୍ୟା ରାୟ ମାଙ୍ଗାଲୋରର ଏବଂ ମୋ ପୁଅ ତାଙ୍କୁ ଭଲ ପାଉଥିଲେ। ଅମିତାଭ ବଚ୍ଚନ କ୍ୟାମେରା ଆଗରେ କହିଛନ୍ତି, ଆମ ପରିବାରରେ କୌଣସି ବନ୍ଧନ ନ ଥିଲା, କିନ୍ତୁ ପ୍ରେମ ଏବଂ ବୁଝାମଣା ଥିଲା ଯାହା ସମ୍ପର୍କକୁ ମଜବୁତ କରିଥାଏ।
The post ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭ, ସମସ୍ତେ କାବା appeared first on Dharitri Odia News.