ଓଏ ଏସ ରେ ଉତିର୍ଣ୍ଣ ହେଲେ ଲକ୍ଷ୍ମୀପୁରର ଚିନ୍ମୟ୍।ନିଜ ପିତା ମାତାଙ୍କୁ ଦେଲେ ଶ୍ରେୟ…
ଲକ୍ଷ୍ମୀପୁର ୧୯/୧୦ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନପାର ଗାଁର ଚିନ୍ମୟ୍ କୁମାର୍ ସାହୁ ଶନିବାର ପ୍ରକାଶ ପାଇଥିବା ଓଏ ଏସ ପରୀକ୍ଷା ରେ ଉତୀର୍ଣ୍ଣ ହୋଇଛନ୍ତି। ଏଥି ପୂର୍ବରୁ ସେ ଓଏଲ ଏସ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବର୍ତ୍ତମାନ ଜୟପୁର ର ଅତିରିକ୍ତ ଶ୍ରମ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଗତବର୍ଷ ଚିନ୍ମୟ ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ ୧୮୮ ରେଙ୍କ୍ ରେ ରହି ଉତ୍ତିର୍ଣ୍ଣ ହୋଇଥିଲେ ।ଆଜି ଏହି ଖବର ପ୍ରକାଶିତ ହେବା […] The post ଓଏ ଏସ ରେ ଉତିର୍ଣ୍ଣ ହେଲେ ଲକ୍ଷ୍ମୀପୁରର ଚିନ୍ମୟ୍।ନିଜ ପିତା ମାତାଙ୍କୁ ଦେଲେ ଶ୍ରେୟ… appeared first on Odisha.News.

ଲକ୍ଷ୍ମୀପୁର ୧୯/୧୦
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନପାର ଗାଁର ଚିନ୍ମୟ୍ କୁମାର୍ ସାହୁ ଶନିବାର ପ୍ରକାଶ ପାଇଥିବା ଓଏ ଏସ ପରୀକ୍ଷା ରେ ଉତୀର୍ଣ୍ଣ ହୋଇଛନ୍ତି। ଏଥି ପୂର୍ବରୁ ସେ ଓଏଲ ଏସ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବର୍ତ୍ତମାନ ଜୟପୁର ର ଅତିରିକ୍ତ ଶ୍ରମ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଗତବର୍ଷ ଚିନ୍ମୟ ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ ୧୮୮ ରେଙ୍କ୍ ରେ ରହି ଉତ୍ତିର୍ଣ୍ଣ ହୋଇଥିଲେ ।ଆଜି ଏହି ଖବର ପ୍ରକାଶିତ ହେବା ପରେ ଚିନ୍ମୟ୍ ଙ୍କୁ ବିଭିନ୍ନ ମହଲ୍ଲରୁ ଶୁଭେଛାର ଶୁଅ ଛୁଟିଛି।ଚିନ୍ମୟ୍ ଜଣେ ମେଧାବି ଛାତ୍ର ହେଇଥିବା ବେଳେ କୋରାପୁଟ ସଦର ଝଡିଗୁଡା ଉଚ୍ଚ ବିଦ୍ୟାଳୟରେ ୮୧ ପ୍ରତିଶତ ନମ୍ବର ରଖି ଦଶମ ଶ୍ରେଣିରେ ଉତ୍ତିର୍ଣ୍ଣ, ଯୁକ୍ତ ୨ ବିଜ୍ଞାନରେ ୭୦ ପ୍ରତିଶତ ଓ ଯୁକ୍ତ ୩ ବିଜ୍ଞାନରେ ୭୦ ପ୍ରତିଶତ ଲେଖାଏଁ ମାର୍କ ରଖି ଉତିର୍ଣ୍ଣ ହୋଇଥିଲେ।କଲେଜ ପଢା ରୁ ହିଁ ସେ ଓଡିଶା ପ୍ରଶାସନିକ ସେବା ସକାଶେ ପ୍ରସ୍ତୁତ ଆରମ୍ଭ କରିଥିଲେ।ଯୁକ୍ତ ତିନି ରେ ଉତ୍ତିର୍ଣ୍ଣ ହେବା ପରେ ଦୀଲ୍ଲି ସ୍ଥିତ ବାଜିରାଓ ଏଣ୍ଡ୍ ରେଡି ଶିକ୍ଷା ଅନୁଷ୍ଠାନରେ କୋଚିଂ ନେଉଥିଲେ।ପ୍ରଥମେ ସେ ଏହି ପରିକ୍ଷାରେ ଛଅ ନମ୍ବର ସକାଶେ ପଛରେ ରହି ଜାଇଥିବା ବେଳେ ଗତ ଥର କିନ୍ତୁ ୧୮୮ ରେଙ୍କରେ ଉତ୍ତିର୍ଣ୍ଣ ହୋଇଥିଲେ ।ଏନେଇ ତାଙ୍କ ଗାଁ ତୁନ ପାର ଠାରେ ଖୁସିର ଲହରି ଖେଳି ଜାଇଥିବା ବେଳେ ତାଙ୍କର ଏହି ଶ୍ରେୟ ନିଜର ପିତା ମାତାଙ୍କୁ ଦେଇଛନ୍ତି।ଚିନ୍ମୟ ହେଉଛନ୍ତି ତୁନପାର ଗାଁର ଶିକ୍ଷକ ନାରାୟଣ ସାହୁ ଓ ବୈଜୟନ୍ତୀ ମାଳା ସାହୁଙ୍କ ଏକ ମାତ୍ର ପୁତ୍ର ଅଟନ୍ତି ।ବର୍ତ୍ତମାନ ଓଏ ଏସ ପରୀକ୍ଷା ରେ ୯୦ ରେଙ୍କ ରେ ରହି ଉତୀର୍ଣ୍ଣ ହେବା ପରେ ଶୁଣ୍ଢୀ ସମାଜ ର ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ପ୍ରଦାନ କରିଛନ୍ତି।
The post ଓଏ ଏସ ରେ ଉତିର୍ଣ୍ଣ ହେଲେ ଲକ୍ଷ୍ମୀପୁରର ଚିନ୍ମୟ୍।ନିଜ ପିତା ମାତାଙ୍କୁ ଦେଲେ ଶ୍ରେୟ… appeared first on Odisha.News.