ଓଜନ କମାଇବାର ଜାପାନୀ ଫର୍ମୁଲା: ଏହି ଜାଦୁଗରୀ ଅଭ୍ୟାସରେ ତୁରନ୍ତ ହ୍ରାସ ପାଇବ ଓଜନ
ବିଶ୍ୱର ସୁସ୍ଥ ଦେଶ ମାନଙ୍କ ମଧ୍ୟରେ ଜାପାନ ବହୁତ ଆଗରେ ରହିଥାଏ। ଏଠାକାର ଲୋକେ ପତଳା ହେବା ସହିତ ବହୁତ ପରିଶ୍ରମୀ ମଧ୍ୟ। ତେବେ ଆସନ୍ତୁ ଜାଣିବା ଜାପାନୀ ଲୋକଙ୍କର ଖାଇବା ପିଇବା ଅଭ୍ୟାସ ସମ୍ପର୍କରେ, ଯାହାକୁ ଆପଣାଇ ଆପଣ ମଧ୍ୟ ନିଜର ଓଜନ ହ୍ରାସ କରିପାରିବେ। ଜାପାନିଜ ଖାଇବା ଅଭ୍ୟାସ, ଯାହାକୁ ଗ୍ରହଣ କରି ଆପଣ ଶୀଘ୍ର ଓଜନ ହ୍ରାସ କରିପାରିବେ, ତାହା ହେଉଛି ‘ହାରା ହାଚି ବୁ’। ଏହା କେବଳ ଓଜନ ହ୍ରାସ କରିବାରେ […] The post ଓଜନ କମାଇବାର ଜାପାନୀ ଫର୍ମୁଲା: ଏହି ଜାଦୁଗରୀ ଅଭ୍ୟାସରେ ତୁରନ୍ତ ହ୍ରାସ ପାଇବ ଓଜନ appeared first on Dharitri Odia News.
ବିଶ୍ୱର ସୁସ୍ଥ ଦେଶ ମାନଙ୍କ ମଧ୍ୟରେ ଜାପାନ ବହୁତ ଆଗରେ ରହିଥାଏ। ଏଠାକାର ଲୋକେ ପତଳା ହେବା ସହିତ ବହୁତ ପରିଶ୍ରମୀ ମଧ୍ୟ। ତେବେ ଆସନ୍ତୁ ଜାଣିବା ଜାପାନୀ ଲୋକଙ୍କର ଖାଇବା ପିଇବା ଅଭ୍ୟାସ ସମ୍ପର୍କରେ, ଯାହାକୁ ଆପଣାଇ ଆପଣ ମଧ୍ୟ ନିଜର ଓଜନ ହ୍ରାସ କରିପାରିବେ।
ଜାପାନିଜ ଖାଇବା ଅଭ୍ୟାସ, ଯାହାକୁ ଗ୍ରହଣ କରି ଆପଣ ଶୀଘ୍ର ଓଜନ ହ୍ରାସ କରିପାରିବେ, ତାହା ହେଉଛି ‘ହାରା ହାଚି ବୁ’। ଏହା କେବଳ ଓଜନ ହ୍ରାସ କରିବାରେ ନୁହେଁ ବରଂ ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ମଧ୍ୟ ଲାଭଦାୟକ ଅଟେ।
‘ହାରା ହାଚି ବୁ’ର ଅର୍ଥ ହେଉଛି ‘ ସେ ପର୍ଯ୍ୟନ୍ତ ଖାଆନ୍ତୁ ଯେ, ପର୍ଯ୍ୟନ୍ତ ଆପଣଙ୍କ ପେଟ 80% ଭରି ନ ଯାଇଛି। ଏହା ଏକ ସରଳ ଉପାୟ, ଯାହା ଖାଦ୍ୟ ସହିତ ମଣିଷର ଏକ ସନ୍ତୁଳିତ ସମ୍ପର୍କ ସୃଷ୍ଟି କରେ। ଏହି ଅଭ୍ୟାସ ଆପଣଙ୍କୁ ବୁଝିବାରେ ସାହାଯ୍ୟ କରିବ ଆପଣଙ୍କୁ କେତେବେଳେ ଭୋକ ଲାଗୁଛି ଏବଂ କେତେବେଳେ ପେଟ ଭରି ରହିଛି।
‘ହାରା ହାଚି ବୁ’ ଅଭ୍ୟାସ ଆପଣଙ୍କ କ୍ୟାଲୋରୀ ଗ୍ରହଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଥିରେ ପେଟ ପୁରିବା ପୂର୍ବରୁ ଖାଇବା ବନ୍ଦ କରିବାକୁ ପଡେ। ଏପରି ପରିସ୍ଥିତିରେ ଆପଣଙ୍କୁ ସ୍ୱାଭାବିକ ଭାବରେ କମ୍ କ୍ୟାଲୋରୀ ଖାଆନ୍ତି, ଯାହା ଓଜନ ହ୍ରାସ କରିପାରେ।
‘ହାରା ହାଚି ବୁ’ ଆପଣଙ୍କୁ ଖାଦ୍ୟର ସ୍ୱାଦ ଚାଖିବାକୁ ଏବଂ ଆପଣ ଶରୀରର ସଂକେତ ପ୍ରତି ଧ୍ୟାନ ଦେବାକୁ ଉତ୍ସାହିତ କରେ, ଯାହାଦ୍ୱାରା ମନଶାନ୍ତି କରି ଖାଇବା ଖାଆନ୍ତି। ଏହା ଆପଣଙ୍କ ପାଛନକ୍ରିୟାର ଉନ୍ନତି କରିଥାଏ ଏବଂ ଏହା ସଠିକ କାର୍ଯ୍ୟ କରିଥାଏ। ଫଳରେ ଆପଣଙ୍କ ବଦହଜମି ଭଳି ସମସ୍ୟାର ଆଶଙ୍କା କମିଯାଇଥାଏ।
ଅର୍ଥାତ ଏହା ଆପଣଙ୍କୁ ଏକ ସୁସ୍ଥ ଜୀବନ ସହିତ ନିଜର ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଫଳରେ ଆପଣଙ୍କୁ ମଧୁମେହ, ହୃଦରୋଗ ଏବଂ କେତେକ ପ୍ରକାର କର୍କଟ ଭଳି ଜଟିଳ ରୋଗର ଆଶଙ୍କା ହ୍ରାସ ପାଇଥାଏ।
‘ହାରା ହାଚି ବୁ’ ଏକ ସୁସ୍ଥ ଜୀବନଶୈଳୀ ଅଟେ, ଯାହାକୁ ଆପଣ ଦୈନିକ ଅଭ୍ୟାସରେ ସାମିଲ କରିପାରିବେ।
The post ଓଜନ କମାଇବାର ଜାପାନୀ ଫର୍ମୁଲା: ଏହି ଜାଦୁଗରୀ ଅଭ୍ୟାସରେ ତୁରନ୍ତ ହ୍ରାସ ପାଇବ ଓଜନ appeared first on Dharitri Odia News.