ଓଜନ ହ୍ରାସ ସର୍ଜରି ବେଳେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ତାମିଲନାଡୁ ସରକାର ଦେଲେ ଯାଞ୍ଚର ଆଦେଶ

ମୁମ୍ଵାଇ ୨୭।୦୪: ଓଜନ ହ୍ରାସ ସର୍ଜରି କରାଇବାକୁ ଯାଇ ୧୫୦ କିଲୋ ଓଜନର  ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । ୨୬ ବର୍ଷୀୟ ଏହି ପୃଥୁଳ ବ୍ୟକ୍ତି   ଜଣକ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଓଜନ ହ୍ରାସ  ସର୍ଜରି କରାଇଥିଲେ । ଏହି ଘଟଣା ପରେ ତାମିଲନାଡୁ ସରକାର  ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି । ମୃତକ ହେଉଛନ୍ତି ପୁଡୁଚେରୀର  ହେମଚନ୍ଦ୍ରନ ।ମେଟାବଲିକ୍‌  ଓ ବାରିଆଟ୍ରିକ୍‌ ସର୍ଜରି ପାଇଁ  ନିକଟରେ ସେ ପମ୍ମଲର ବିପି  ଜୈନ ହସ୍‌ପିଟାଲରେ ଭର୍ତ୍ତି  ହୋଇଥିଲେ । ସର୍ଜରି ଆରମ୍ଭ ହେବାର କିଛି ମିନିଟ୍‌ ପରେ  ତାଙ୍କର ହୃତ୍‌ସ୍ପନ୍ଦନ ହାର  ଧୀମା ହେବାକୁ ଲାଗିଲା ।  ତେଣୁ ତାଙ୍କୁ ସଙ୍ଗେସଙ୍ଗେ  କ୍ରୋମ୍‌ପେଟ ସ୍ଥିତ ରେଲା ହସ୍‌ପିଟାଲକୁ ସ୍ଥାନାନ୍ତର କରାଗଲା ।  ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଲେ।  ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟମ୍‌ ତାଙ୍କ ପରିବାରକୁ ଏ ବିଷୟରେ  ଫୋନ୍‌ରେ ସୂଚନା ଦେଲେ ଏବଂ ତାଙ୍କ ମୃତ୍ୟୁର ଯାଞ୍ଚ୍‌ ବିଷୟରେ   ଆଶ୍ୱସ୍ତ କଲେ । ଷ୍ଟେଟ୍‌ ଡାଇରେକ୍ଟୋରେଟ୍‌ ଅଫ୍‌ ମେଡିକାଲ  ସର୍ଭିସେସ୍‌ର ପ୍ରାଥମିକ ଯାଞ୍ଚ୍‌ ଅନୁସାରେ, ମେଡିକାଲ ଟିମ୍‌ର  ଅବହେଳା ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଛି ।

ଓଜନ ହ୍ରାସ ସର୍ଜରି ବେଳେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ତାମିଲନାଡୁ ସରକାର ଦେଲେ ଯାଞ୍ଚର ଆଦେଶ

ମୁମ୍ଵାଇ ୨୭।୦୪: ଓଜନ ହ୍ରାସ ସର୍ଜରି କରାଇବାକୁ ଯାଇ ୧୫୦ କିଲୋ ଓଜନର  ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । ୨୬ ବର୍ଷୀୟ ଏହି ପୃଥୁଳ ବ୍ୟକ୍ତି   ଜଣକ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଓଜନ ହ୍ରାସ  ସର୍ଜରି କରାଇଥିଲେ । ଏହି ଘଟଣା ପରେ ତାମିଲନାଡୁ ସରକାର  ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି । ମୃତକ ହେଉଛନ୍ତି ପୁଡୁଚେରୀର  ହେମଚନ୍ଦ୍ରନ ।

ମେଟାବଲିକ୍‌  ଓ ବାରିଆଟ୍ରିକ୍‌ ସର୍ଜରି ପାଇଁ  ନିକଟରେ ସେ ପମ୍ମଲର ବିପି  ଜୈନ ହସ୍‌ପିଟାଲରେ ଭର୍ତ୍ତି  ହୋଇଥିଲେ । ସର୍ଜରି ଆରମ୍ଭ ହେବାର କିଛି ମିନିଟ୍‌ ପରେ  ତାଙ୍କର ହୃତ୍‌ସ୍ପନ୍ଦନ ହାର  ଧୀମା ହେବାକୁ ଲାଗିଲା ।  ତେଣୁ ତାଙ୍କୁ ସଙ୍ଗେସଙ୍ଗେ  କ୍ରୋମ୍‌ପେଟ ସ୍ଥିତ ରେଲା ହସ୍‌ପିଟାଲକୁ ସ୍ଥାନାନ୍ତର କରାଗଲା ।  ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଲେ।  

ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟମ୍‌ ତାଙ୍କ ପରିବାରକୁ ଏ ବିଷୟରେ  ଫୋନ୍‌ରେ ସୂଚନା ଦେଲେ ଏବଂ ତାଙ୍କ ମୃତ୍ୟୁର ଯାଞ୍ଚ୍‌ ବିଷୟରେ   ଆଶ୍ୱସ୍ତ କଲେ । ଷ୍ଟେଟ୍‌ ଡାଇରେକ୍ଟୋରେଟ୍‌ ଅଫ୍‌ ମେଡିକାଲ  ସର୍ଭିସେସ୍‌ର ପ୍ରାଥମିକ ଯାଞ୍ଚ୍‌ ଅନୁସାରେ, ମେଡିକାଲ ଟିମ୍‌ର  ଅବହେଳା ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଛି ।