ଓଜେଜିୟୁର ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ

ଭୁବନେଶ୍ୱର,୨୨।୩:  ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ତଥା ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଆଇ)ର ସହଯୋଗରେ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଓଜେଜିୟୁ) ସର୍ବବୃହତ୍‌ ମାନବ ଜାତୀୟ ପତାକା ତିଆରିକରି ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ ସ୍ଥାପନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ଓଜେଜିୟୁର ୭୩୬୮ଜଣ ଛାତ୍ରୀଛାତ୍ର ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ; ଯାହାକୁ ଗିନିଜ୍‌ ୱାଲର୍‌ଡ ରେକର୍ଡସ୍‌ ସଂସ୍ଥାର ଅଧିକାରୀମାନେ ଅନୁମୋଦନ କରିଥିଲେ। ଏହି ନିଆରା ଅବସରରେ ଓଜେଜିୟୁର ସମସ୍ତ ବିଦ୍ୟାଳୟ ଓ ଅନୁଷ୍ଠାନର ଛାତ୍ରୀଛାତ୍ର,କର୍ମଚାରୀ, ଅଧ୍ୟାପକ […] The post ଓଜେଜିୟୁର ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ appeared first on Dharitri Odia News.

ଓଜେଜିୟୁର ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ

ଭୁବନେଶ୍ୱର,୨୨।୩:  ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ତଥା ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଆଇ)ର ସହଯୋଗରେ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଓଜେଜିୟୁ) ସର୍ବବୃହତ୍‌ ମାନବ ଜାତୀୟ ପତାକା ତିଆରିକରି ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ ସ୍ଥାପନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ଓଜେଜିୟୁର ୭୩୬୮ଜଣ ଛାତ୍ରୀଛାତ୍ର ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ; ଯାହାକୁ ଗିନିଜ୍‌ ୱାଲର୍‌ଡ ରେକର୍ଡସ୍‌ ସଂସ୍ଥାର ଅଧିକାରୀମାନେ ଅନୁମୋଦନ କରିଥିଲେ। ଏହି ନିଆରା ଅବସରରେ ଓଜେଜିୟୁର ସମସ୍ତ ବିଦ୍ୟାଳୟ ଓ ଅନୁଷ୍ଠାନର ଛାତ୍ରୀଛାତ୍ର,କର୍ମଚାରୀ, ଅଧ୍ୟାପକ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଉତ୍ସାହର ସହ ଭାରତୀୟ ପତାକାର ରଙ୍ଗରେ ଏକାଠି ସାମିଲ ହୋଇଥିଲେ। ଏ ସମ୍ପର୍କରେ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଚାନ୍ସେଲର ତଥା ଫ୍ଲାଗ୍‌ ଫାଉଣ୍ଡେଶନର ପ୍ରେସିଡେଣ୍ଟ ନବୀନ ଜିନ୍ଦଲ କହିଥିଲେ, ଉଡୁଥିବା ଜାତୀୟ ପତାକା ଆକୃତିର ଏକ ମାନବ ଚିତ୍ର ତିଆରି କରି ଆମେ ସଫଳତାର ସହ ଏକ ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ ସୃଷ୍ଟିକରି ପାରିଥିବାରୁ ମୁଁ ଓଜେଜିୟୁ ଏବଂ ଏଫ୍‌ଏଫ୍‌ଆଇକୁ ଅଭିନନ୍ଦନ ଜଣାଉଛି।

The post ଓଜେଜିୟୁର ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ appeared first on Dharitri Odia News.