ହାଣ୍ଡିଶାଳରୁ ଉଭାନ ଦରକାରୀ ପରିବା, ଗ୍ରାହକଙ୍କୁ କଷଣ ଦେଉଛି ଦର

ଭୁବନେଶ୍ୱର,୦୭/୦୯: ହାଣ୍ଡିଶାଳର ଦରକାରୀ ପଦାର୍ଥଟିଏ ରସୁଣ । ତରକାରୀ ପାଇଁ ହେଉ କି କଞ୍ଚା  ଖାଇବା ଏବଂ ଓଷଧ ପାଇଁ ହେଉ ଖୋଜାପଡ଼େ  ରସୁଣ । ମାତ୍ର ଏହି ରସୁଣ କିଲୋ ୪ଶହ ଛୁଇଁଲାଣି ।  ଖୁଚୁରା ବଜାରରେ ଅଢ଼େଇ ଶହ ଗ୍ରାମକୁ ପଡ଼ୁଛି  ୧୦୦ ଟଙ୍କା । ତେଣୁ ଗ୍ରାହକ ବାଧ୍ୟ ହୋଇ ଶହେ, ଦେଢ଼ଶହ ଗ୍ରାମ କିଣି ଚଳାଇ ଦେଉଛନ୍ତି । କେବଳ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଏବେ  ରସୁଣକୁ ନେଇ କଷଣ ବଢ଼ିଚାଲିଛି । ଅପରପକ୍ଷେ, ପିଆଜ ଓ ଅଦା ଦର ମଧ୍ୟ ଉଚ୍ଚା ରହିଛି । ଗତ ମାସେ ହେବ ପିଆଜ କିଲୋ ୫୫ରୁ ୬୦ ଓ ଅଦା କିଲୋ  ୨୦୦ ଟଙ୍କା ରହିଛି । ସେହିପରି ପରିବା ଦର କଥା  ନକହିବା ଭଲ । ପ୍ରାୟ ସବୁ ପରିବା କିଲୋ ୫୦ରୁ  ୬୦ । ଆଳୁ କିଲୋ କେତେବେଳେ ୩୦ ତ ଆଉ କେତେବେଳେ ୩୫ଟଙ୍କା ହେଉଛି ।  ପାର୍ବଣ ଋତୁ ଆରମ୍ଭ ହୋଇଗଲା । ଚାରିଆଡ଼େ  ପୂଜାର୍ଚ୍ଚନା ସହିତ ଭୋଜିଭାତ ଆସର ଜମେ । ହେଲେ ଦରଦାମ୍‌ର ଏଭଳି ସ୍ଥିତିରେ ଭୋଜି କଥା ଚିନ୍ତା କଲାବେଳକୁ ଡର ମାଡ଼ୁଛି । ବିଶେଷକରି, ଆଳୁ ସହ ପିଆଜ, ରସୁଣ ଓ ଅଦା ଗ୍ରାହକଙ୍କୁ  ଅଧିକ କଷ୍ଟ ଦେଉଛି । ପିଆଜ କଥା ଯଦି ଦେଖିବା,  ଆମ ରାଜ୍ୟରେ ଦୈନିକ ୧୫ଶହରୁ ୧୬ଶହ ଟନ୍‌  ପିଆଜ ଆବଶ୍ୟକ ପଡ଼େ । କେବଳ ଭୁବନେଶ୍ୱରରେ ୩ଶହ ଟନ୍‌ ପିଆଜ ଦରକାର । ବର୍ଷା ଋତୁ ବେଳେ  ନାସିକ୍‌ ଓ ଆନ୍ଧ୍ରପ୍ରଦେଶର କାଡା଼ପଲ୍ଲିଗୁଡେମ୍‌ରୁ ନୂଆ ବଡ଼ ପିଆଜ ଉତ୍ପାଦନ ହୋଇଥାଏ । ତେଣୁ ନାସିକ ସହ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଆଜ ଆମର  ଚ

ହାଣ୍ଡିଶାଳରୁ ଉଭାନ ଦରକାରୀ ପରିବା, ଗ୍ରାହକଙ୍କୁ କଷଣ ଦେଉଛି ଦର

ଭୁବନେଶ୍ୱର,୦୭/୦୯: ହାଣ୍ଡିଶାଳର ଦରକାରୀ ପଦାର୍ଥଟିଏ ରସୁଣ । ତରକାରୀ ପାଇଁ ହେଉ କି କଞ୍ଚା  ଖାଇବା ଏବଂ ଓଷଧ ପାଇଁ ହେଉ ଖୋଜାପଡ଼େ  ରସୁଣ । ମାତ୍ର ଏହି ରସୁଣ କିଲୋ ୪ଶହ ଛୁଇଁଲାଣି ।  ଖୁଚୁରା ବଜାରରେ ଅଢ଼େଇ ଶହ ଗ୍ରାମକୁ ପଡ଼ୁଛି  ୧୦୦ ଟଙ୍କା । ତେଣୁ ଗ୍ରାହକ ବାଧ୍ୟ ହୋଇ ଶହେ, ଦେଢ଼ଶହ ଗ୍ରାମ କିଣି ଚଳାଇ ଦେଉଛନ୍ତି । କେବଳ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଏବେ  ରସୁଣକୁ ନେଇ କଷଣ ବଢ଼ିଚାଲିଛି । 

ଅପରପକ୍ଷେ, ପିଆଜ ଓ ଅଦା ଦର ମଧ୍ୟ ଉଚ୍ଚା ରହିଛି । ଗତ ମାସେ ହେବ ପିଆଜ କିଲୋ ୫୫ରୁ ୬୦ ଓ ଅଦା କିଲୋ  ୨୦୦ ଟଙ୍କା ରହିଛି । ସେହିପରି ପରିବା ଦର କଥା  ନକହିବା ଭଲ । ପ୍ରାୟ ସବୁ ପରିବା କିଲୋ ୫୦ରୁ  ୬୦ । ଆଳୁ କିଲୋ କେତେବେଳେ ୩୦ ତ ଆଉ କେତେବେଳେ ୩୫ଟଙ୍କା ହେଉଛି ।  ପାର୍ବଣ ଋତୁ ଆରମ୍ଭ ହୋଇଗଲା । ଚାରିଆଡ଼େ  ପୂଜାର୍ଚ୍ଚନା ସହିତ ଭୋଜିଭାତ ଆସର ଜମେ । ହେଲେ ଦରଦାମ୍‌ର ଏଭଳି ସ୍ଥିତିରେ ଭୋଜି କଥା ଚିନ୍ତା କଲାବେଳକୁ ଡର ମାଡ଼ୁଛି । 

ବିଶେଷକରି, ଆଳୁ ସହ ପିଆଜ, ରସୁଣ ଓ ଅଦା ଗ୍ରାହକଙ୍କୁ  ଅଧିକ କଷ୍ଟ ଦେଉଛି । ପିଆଜ କଥା ଯଦି ଦେଖିବା,  ଆମ ରାଜ୍ୟରେ ଦୈନିକ ୧୫ଶହରୁ ୧୬ଶହ ଟନ୍‌  ପିଆଜ ଆବଶ୍ୟକ ପଡ଼େ । କେବଳ ଭୁବନେଶ୍ୱରରେ ୩ଶହ ଟନ୍‌ ପିଆଜ ଦରକାର । ବର୍ଷା ଋତୁ ବେଳେ  ନାସିକ୍‌ ଓ ଆନ୍ଧ୍ରପ୍ରଦେଶର କାଡା଼ପଲ୍ଲିଗୁଡେମ୍‌ରୁ ନୂଆ ବଡ଼ ପିଆଜ ଉତ୍ପାଦନ ହୋଇଥାଏ । ତେଣୁ ନାସିକ ସହ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଆଜ ଆମର  ଚାହିଦା ମେଣ୍ଟାଇଥାଏ । ଏବେ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁ ପିଆଜ ଅମଳ ବାଧାପ୍ରାପ୍ତ ହୋଇଛି ।  ତେଣୁ ପିଆଜ ଆସୁନଥିବାରୁ ଆମର ଏଠି ପିଆଜ ନିଅଣ୍ଟ ପଡ଼ୁଛି । 

ସେହିପରି ନାସିକ୍‌ରେ ପିଆଜର  କୁଇଣ୍ଟାଲ ଦର ୪୩ ଶହରୁ ୪୪ଶହ ଟଙ୍କା ରହିଛି ।  ପରିବହନ ବାବଦରେ ୫ଶହ ଖର୍ଚ୍ଚ ହେବା ବେଳକୁ  ଓଡ଼ିଶାରେ ପହଞ୍ଚିବା କ୍ଷଣି ୫୦ରେ ପିଆଜ ବିକ୍ରି  କରିବାକୁ ବେପାରୀ ବାଧ୍ୟ ହେଉଛନ୍ତି । ରାଜ୍ୟରେ  ବାର୍ଷିକ ୫୦ ହଜାର ଟନ୍‌ ଅଦା ଓ ୪୦ହଜାର  ଟନ୍‌ ରସୁଣ ଆବଶ୍ୟକ । ଓଡ଼ିଶାରେ ରସୁଣ ଉତ୍ପାଦନ ହେଉନଥିବାରୁ କାନପୁର ଓ ଗୁଜରାଟରୁ  ରସୁଣ ଆସୁଥିବା ବେଳେ କୋରାପୁଟ, ବାଙ୍ଗାଲୋର ଓ ସିମିଳିଗୁଡ଼ାରୁ ଅଦା ଆସେ । 

ତେବେ ବର୍ଷା ଦିନେ  ଅଦା, ରସୁଣ ଦର ସାଧାରଣତଃ ଅଧିକ ରହେ ବୋଲି ବ୍ୟବସାୟୀମାନେ କହୁଛନ୍ତି । ରାଜଧାନୀ ବ୍ୟତୀତ  କଟକରେ ରସୁଣ ଦର ମଧ୍ୟ ୩୬୦ରୁ ୩୮୦ ଟଙ୍କା  ରହିଥିଲା । ବଲାଙ୍ଗିରରେ ଅଦା ଦର ୧୬୦, ରସୁଣ  ଦର ୩୨୦ ଓ ପିଆଜ ଦର ୬୦ ଟଙ୍କା ଥିବା ବେଳେ  ସମ୍ବଲପୁରରେ ରସୁଣ ୩୬୦, ଅଦା ୨୬୦ ଟଙ୍କା  ଥିଲା । ରାଉରକେଲାରେ ରସୁଣ ୩୦୦ ଓ ଅଦା ୧୭୦  ସହ ନବରଙ୍ଗପୁରରେ ଅଦା କିଲୋ ୧୬୦, ରସୁଣ  ୨୮୦ରୁ ୩୦୦ ଓ ପିଆଜ କିଲୋ ୫୫ଟଙ୍କା ଥିଲା ।   

ଏନେଇ କଟକ ଛତ୍ରବଜାରର ବରିଷ୍ଠ ବ୍ୟବସାୟୀ  ଦେବରାଜ ସାହୁ କହିଛନ୍ତି, ରସୁଣର ପାଇକାରୀ ଦର  କଟକରେ ୩ ଶହ ଟଙ୍କା ରହିଛି । ପୂର୍ବରୁ ଆମେ  ଗୁଜରାଟରୁ ରସୁଣ ଆଣୁଥିଲୁ । ହେଲେ ବର୍ଷା ଯୋଗୁ  ଏବେ ମଧ୍ୟପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି ।  ସେଠାରେ ଦର ଅଧିକ ଥିବାରୁ ପ୍ରଭାବ ସିଧାସଳଖ  ଓଡ଼ିଶା ଉପରେ ପଡ଼ୁଛି । 

ଜାନୁଆରୀ ବେଳକୁ ନୂଆ  ରସୁଣ ଆସିଲେ ଦର କମିଯିବ । ରାଜ୍ୟ ବ୍ୟବସାୟୀ  ମହାସଂଘ ସଚିବ ସୁଧାକର ପଣ୍ଡା କହିଛନ୍ତି, ଦର ବୃଦ୍ଧି  ପାଇଁ ଅନେକ କର୍ପୋରେଟ୍‌ ହାଉସ ଦାୟୀ । ଯେଉଁ  ଖାଦ୍ୟ ସାମଗ୍ରୀର ଅଭାବ ପଡ଼ୁଛି ସେସବୁର ମନଇଚ୍ଛା  ହୋର୍ଡିଂ କରି ସେମାନେ ଦର ବଢ଼ାଉଛନ୍ତି । ସରକାର  ଏଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।