ଓଟିଟି ପ୍ଲାଟ୍ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍ (ଓଟିଟି) ପ୍ଲାଟ୍ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍ଫର୍ମଗୁଡ଼ିକୁ ଚେତାବନୀ ଦିଆଯାଇଛି। ଓଟିଟି ପ୍ଲାଟ୍ଫର୍ମ ଏବଂ ସ୍ବନିୟନ୍ତ୍ରିତ ସଂସ୍ଥାକୁ ଆଡଭାଇଜରି ଜାରି କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସେମାନଙ୍କୁ ଆଇଟି ରୁଲ୍ସ-୨୦୨୧ର ନୀତିନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମାବଳୀର ଉଲ୍ଲଂଘନ ହେଲେ […] The post ଓଟିଟି ପ୍ଲାଟ୍ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍ (ଓଟିଟି) ପ୍ଲାଟ୍ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍ଫର୍ମଗୁଡ଼ିକୁ ଚେତାବନୀ ଦିଆଯାଇଛି। ଓଟିଟି ପ୍ଲାଟ୍ଫର୍ମ ଏବଂ ସ୍ବନିୟନ୍ତ୍ରିତ ସଂସ୍ଥାକୁ ଆଡଭାଇଜରି ଜାରି କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସେମାନଙ୍କୁ ଆଇଟି ରୁଲ୍ସ-୨୦୨୧ର ନୀତିନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମାବଳୀର ଉଲ୍ଲଂଘନ ହେଲେ ଓଟିଟି ପ୍ଲାଟ୍ଫର୍ମର ସ୍ବନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସକ୍ରିୟତାର ସହ ନେବା ପାଇଁ କୁହାଯାଇଛି। ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟ୍ଫର୍ମରେ କେତେଜଣ ପ୍ରକାଶକ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ସାଂସଦ, ବୈଧାନିକ ସଂଗଠନ ଏବଂ ସାଧାରଣରେ ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଥିବା ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ୟୁଟ୍ୟୁବ୍ ଭଳି ପ୍ଲାଟ୍ଫର୍ମରେ କଣ୍ଟେଣ୍ଟ ଶେୟାର କରିବା ନେଇ ଆଇନରେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଏଭଳି ଘଟୁଥିବା ନେଇ ୨ ଦିନ ପୂର୍ବରୁ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଆହ୍ବାନ ଦେଇଥିଲେ।
The post ଓଟିଟି ପ୍ଲାଟ୍ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ appeared first on Dharitri Odia News.