ଓଡ଼ିଆ ସିନେମା ’ଭଗିଆ ଭାରିଯା’ର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ
ନନ୍ଦିଘୋଷ ବ୍ୟୁରୋ: ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମା ଭଗିଆ ଭାରିଯାର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ ହୋଇଛି ।... The post ଓଡ଼ିଆ ସିନେମା ’ଭଗିଆ ଭାରିଯା’ର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ appeared first on .
ନନ୍ଦିଘୋଷ ବ୍ୟୁରୋ: ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମା ଭଗିଆ ଭାରିଯାର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ ହୋଇଛି । ଭୁବନେଶ୍ୱରସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ପରିସରରେ ଥିବା ଆଇନକ୍ସରେ ସିନେମାର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ ହୋଇଛି। ଏହି ଶୋକୁ ବିଭିନ୍ନ ପ୍ରମୁଖ ଗଣମାଧ୍ୟମର ସମ୍ପାଦକ, ବୁଦ୍ଧିଜୀବୀ, ଲେଖିକା ତଥା ସମାଜର ବିଭିନ୍ନ ପ୍ରମୁଖ ବର୍ଗର ଲୋକେ ଦେଖିବା ସହ ନିଜର ମତାମତ ରଖିଛନ୍ତି। ଓଡ଼ିଆ ସିନେମା ନିଜର ମୌଳିକତା ହରାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ବେଳେ, ବ୍ୟବସାୟିକ ଉଦ୍ଦେଶ୍ୟ ରଖି ସିନେମା କରାଯାଉଥିବା କୁହାଯାଏ। ଏପରିକି ଏଥିପାଇଁ ଓଡ଼ିଆ ସିନେମାର ଚାହିଦା କମୁଥିବା ମଧ୍ୟ ଅଭିଯୋଗ ହୁଏ । କିନ୍ତୁ ଭଗିଆ ଭାରିଯା ସିନେମା ସମ୍ପୂର୍ଣ୍ଣ ମୌଳିକ କଥାବସ୍ତୁକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଏହି ସିନେମାରେ ଜଣେ ଅଟୋ ଚାଳକ କିଭଳି ନିଜ ସ୍ତ୍ରୀର ଇଚ୍ଛାକୁ ପୂରଣ କରିବାକୁ ଉଦ୍ୟମ କରିଛି। ସେ କଥା ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଏଥିସହିତ ସିନେମାରେ ବର୍ତ୍ତମାନ ସମାଜରେ ଚାଲିଥିବା ରିଲସ ଏବଂ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି। ଭଗିଆ ଚରିତ୍ରରେ ଅଭିନେତା ହରିହର ମହାପାତ୍ର ଅଭିନୟ କରିଥିବା ବେଳେ, ତାଙ୍କ ଭାରିଯା ଅର୍ଥାତ ସ୍ତ୍ରୀ ଭୂମିକାରେ ଅଭିନେତ୍ରୀ ଦେବଯାନୀଙ୍କୁ ଦେଖିବାକୁ ମିଳିଛି। ଏହି ସିନେମା ଆସନ୍ତା ୯ ତାରିଖରେ ରିଲିଜ ହେବାକୁ ଥିବା ବେଳେ, ଏହା ଓଡ଼ିଆ ଦର୍ଶକଙ୍କ ମନ ଛୁଇଁବ ବୋଲି କୁହାଯାଇଛି।
The post ଓଡ଼ିଆ ସିନେମା ’ଭଗିଆ ଭାରିଯା’ର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ appeared first on .