ଓଡ଼ିଆରେ ଅନୁବାଦ ହେବ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ
ଭୁବନେଶର,୨୯।୮: ଇଞ୍ଜିନିୟରିଂ ତୃତୀୟ ଓ ଚତୁର୍ଥ ବର୍ଷ ପାଠ୍ୟପୁସ୍ତକ ଖୁବ୍ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ବୋଲି ଜଣାପଡିଛି। ୫ଟି ଷ୍ଟ୍ରିମ୍ରେ ଏହା ମିଳିବ ବୋଲି ଏଆଇସିଟିଇ ଅଧ୍ୟକ୍ଷ ଟିଜି ସୀତାରାମ ସୂଚନା ଦେଇଛନ୍ତି। ଏନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ପ୍ରଥମ ବର୍ଷ ବିଟେକ ପାଠ୍ୟକ୍ରମର ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ଶେଷ ହୋଇଛି। ଦ୍ବିତୀୟ ବର୍ଷର ପାଠ୍ୟପୁସ୍ତକ ଅନୁବାଦ କାର୍ଯ୍ୟ ଜାରି ରହିଛି। ଏସମସ୍ତ ପୁସ୍ତକକୁ ଏଆଇସିଟିଇର ଇକୁମ୍ବ ୱେବ୍ସାଇଟ୍ରେ ଅପଲୋଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା […] The post ଓଡ଼ିଆରେ ଅନୁବାଦ ହେବ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ appeared first on Dharitri Odia News.
ଭୁବନେଶର,୨୯।୮: ଇଞ୍ଜିନିୟରିଂ ତୃତୀୟ ଓ ଚତୁର୍ଥ ବର୍ଷ ପାଠ୍ୟପୁସ୍ତକ ଖୁବ୍ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ବୋଲି ଜଣାପଡିଛି। ୫ଟି ଷ୍ଟ୍ରିମ୍ରେ ଏହା ମିଳିବ ବୋଲି ଏଆଇସିଟିଇ ଅଧ୍ୟକ୍ଷ ଟିଜି ସୀତାରାମ ସୂଚନା ଦେଇଛନ୍ତି। ଏନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ପ୍ରଥମ
ବର୍ଷ ବିଟେକ ପାଠ୍ୟକ୍ରମର ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ଶେଷ ହୋଇଛି। ଦ୍ବିତୀୟ ବର୍ଷର ପାଠ୍ୟପୁସ୍ତକ ଅନୁବାଦ କାର୍ଯ୍ୟ ଜାରି ରହିଛି। ଏସମସ୍ତ ପୁସ୍ତକକୁ ଏଆଇସିଟିଇର ଇକୁମ୍ବ ୱେବ୍ସାଇଟ୍ରେ ଅପଲୋଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଥମ ବର୍ଷର ୨୦ଟି ବିଟେକ ଓ ଡିପ୍ଲୋମା ପାଠ୍ୟପୁସ୍ତକକୁ ଅପଲୋଡ କରାଯାଇଛି।
ଇଞ୍ଜିନିୟରିଂର ପ୍ରଥମରୁ ଚତୁର୍ଥ ବର୍ଷ ଯାଏ ଏବଂ ଡିପ୍ଲୋମା ପ୍ରଥମରୁ ତୃତୀୟ ବର୍ଷ ଯାଏ ପାଠ୍ୟପୁସ୍ତକ ଓଡ଼ିଆରେ ଉପଲବ୍ଧ ହେବ। ଦେଶର ୧୩ଟି ଭାଷାରେ ଇଞ୍ଜିନିୟରିଂ ଓ ଡିପ୍ଲୋମା ପାଠ୍ୟପୁସ୍ତକ ଅନୁବାଦ ହୋଇଛି।
ଓଡ଼ିଆରେ ଅନୁବାଦ ହୋଇଥିବା ପାଠ୍ୟପୁସ୍ତକଗୁଡିକ ଅନୁବାଦ ହୋଇ ଡିଜିଟାଲରେ ଉପଲବ୍ଧ ହେଉଛି । ପ୍ରଥମ ଓ ଦିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଏବେ ବଜାରରେ ମିଳୁଛି। ଏଆଇ ଆଇସିଟିଇ ପକ୍ଷରୁ ୧୦୦୦ ପାଠ୍ୟପୁସ୍ତକ ଓଡ଼ିଆ ଓଡ଼ି ଆ ଭାଷାରେ ବିଭିନ୍ନ କଲେଜକୁ ପ୍ରଦାନ କରାଯାଇଛି ବୋଲି ଟିଜି ସୀତାରାମ କହିଛନ୍ତି।
ସୂଚନାଯୋଗ୍ୟ, ୪ ବର୍ଷିଆ ବିଟେକ ପାଠ୍ୟକ୍ରମର ସମସ୍ତ ପାଠ୍ୟପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ। ଏନେଇ ଏଆଇସିଟିଇର ଅନୁମୋଦନ ରହିଛି।
The post ଓଡ଼ିଆରେ ଅନୁବାଦ ହେବ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ appeared first on Dharitri Odia News.