ଲ୍ୟାଣ୍ଡ ରୋଭରର ବହୁ ପ୍ରତୀକ୍ଷିତ ଡିଫେଣ୍ଡର ଅକ୍ଟା ଏସୟୁଭି ଲଞ୍ଚ: ନଦୀରେ ପଶିପାରିବ ପାହାଡ଼ରେ ଚାଲିପାରିବ
ନୂଆଦିଲ୍ଲୀ: ଟାଟା ମୋଟର୍ସର ଲଗଜୁରି ବ୍ରାଣ୍ଡ ଲ୍ୟାଣ୍ଡ ରୋଭର ବହୁ ପ୍ରତୀକ୍ଷିତ ଡିଫେଣ୍ଡର ଅକ୍ଟା ଏସୟୁଭିକୁ ଲଞ୍ଚ କରିଛି। ଏହି କାରରେ ଅନେକ ଆଧୁନିକ ଫିଚର୍ସ ଦିଆଯାଇଛି। କମ୍ପାନୀ ଏହି କାରକୁ ୪x୪ ସେଟଅପ୍ରେ ଲଞ୍ଚ କରିଥିବା ବେଳେର ଏଥିରେ ୩୧୯ର ମିମର ଗ୍ରାଉଣ୍ଡ କ୍ଲିୟରାନ୍ସ ମଧ୍ୟ ମିଳିବ।ଲ୍ୟାଣ୍ଡ ରୋଭର ଅକ୍ଟା ଇଞ୍ଜିନ ଓ ଡିଜାଇନ୍କମ୍ପାନୀ ଏହି ଏହି ନୂଆ କାରରେ କମ୍ପାନୀ ୪.୪ ଲିଟର V8 ଇଞ୍ଜିନ୍ ଦେଇଛି। ଏହି ଇଞ୍ଜିନ୍ ସର୍ବାଧିକ ୬୩୫ ଭିଏଚପି ଶକ୍ତି ସହିତ ୭୫୦ ଏନ୍ଏମ୍ ପିକ୍ ଟର୍କ ଜେନେରେଟ କରିବ। କମ୍ପାନୀର କହିବାନୁସାରେ, ଏହି କାରଟି ମାତ୍ର ୪ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ସ୍ପିଡ୍ ହୋଇପାରିବ। ଏହି କାରକୁ ଆଧୁନିକ ଶୈଳିରେ ପ୍ରସ୍ତୁତ କରିଯାଇଛି। ଏଥିରେ ଅଣ୍ଡରବଡି ପ୍ରୋଟେକ୍ସନ(ଆଭ୍ୟନ୍ତରୀଣ ସୁରକ୍ଷା) ଦିଆଯାଇଛି। କାରଟି ଏକ ମିଟର ଗଭୀର ପାଣିରେ ମଧ୍ୟ ସହଜରେ ଚାଲିପାରିବ। କାରରେ ୨୦ ଇଞ୍ଚ ଫୋର୍ଜ୍ଡ ଏଲୟ ଚକ ଦିଆଯାଇଛି। ଯାହା ସହଜରେ ପାହାଡ଼ ଉପରେ ମଧ୍ୟ ଚଢ଼ିପାରିବ।ଲ୍ୟାଣ୍ଡ ରୋଭର ଅକ୍ଟା ଫିଚର୍ସନୂଆ ଡିଜାଇନ ସାଂଗକୁ ଏହାର ସି ପିଲର ଉପରେ ଡାଇମଣ୍ଡ ଅକ୍ଟା ବ୍ୟାଜ୍ ଦିଆଯାଇଛି। ଏହାର ସିଟ୍ ୩ଡି ନିଟରେ ପ୍ରସ୍ତୁତ କରାଯାଇଛି। ଯାହା ନିଆରା ଲାଗୁଛି। ଏହା ବ୍ୟତୀତ, ଏହି ଅଫ୍ରୋଡ କାରରେ ଏକ ଉତ୍କୃଷ୍ଟ ହେଡ୍ରେଷ୍ଟ, ୧୧.୪ ଇଞ୍ଚ ଇମ୍ଫୋଟେନମେଣ୍ଟ ସ୍କ୍ରିନ ସହିତ ଏକ ସେଣ୍ଟ୍ରାଲ୍ କନସୋଲ୍ ଦି
ନୂଆଦିଲ୍ଲୀ: ଟାଟା ମୋଟର୍ସର ଲଗଜୁରି ବ୍ରାଣ୍ଡ ଲ୍ୟାଣ୍ଡ ରୋଭର ବହୁ ପ୍ରତୀକ୍ଷିତ ଡିଫେଣ୍ଡର ଅକ୍ଟା ଏସୟୁଭିକୁ ଲଞ୍ଚ କରିଛି। ଏହି କାରରେ ଅନେକ ଆଧୁନିକ ଫିଚର୍ସ ଦିଆଯାଇଛି। କମ୍ପାନୀ ଏହି କାରକୁ ୪x୪ ସେଟଅପ୍ରେ ଲଞ୍ଚ କରିଥିବା ବେଳେର ଏଥିରେ ୩୧୯ର ମିମର ଗ୍ରାଉଣ୍ଡ କ୍ଲିୟରାନ୍ସ ମଧ୍ୟ ମିଳିବ।
ଲ୍ୟାଣ୍ଡ ରୋଭର ଅକ୍ଟା ଇଞ୍ଜିନ ଓ ଡିଜାଇନ୍
କମ୍ପାନୀ ଏହି ଏହି ନୂଆ କାରରେ କମ୍ପାନୀ ୪.୪ ଲିଟର V8 ଇଞ୍ଜିନ୍ ଦେଇଛି। ଏହି ଇଞ୍ଜିନ୍ ସର୍ବାଧିକ ୬୩୫ ଭିଏଚପି ଶକ୍ତି ସହିତ ୭୫୦ ଏନ୍ଏମ୍ ପିକ୍ ଟର୍କ ଜେନେରେଟ କରିବ। କମ୍ପାନୀର କହିବାନୁସାରେ, ଏହି କାରଟି ମାତ୍ର ୪ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ସ୍ପିଡ୍ ହୋଇପାରିବ। ଏହି କାରକୁ ଆଧୁନିକ ଶୈଳିରେ ପ୍ରସ୍ତୁତ କରିଯାଇଛି। ଏଥିରେ ଅଣ୍ଡରବଡି ପ୍ରୋଟେକ୍ସନ(ଆଭ୍ୟନ୍ତରୀଣ ସୁରକ୍ଷା) ଦିଆଯାଇଛି। କାରଟି ଏକ ମିଟର ଗଭୀର ପାଣିରେ ମଧ୍ୟ ସହଜରେ ଚାଲିପାରିବ। କାରରେ ୨୦ ଇଞ୍ଚ ଫୋର୍ଜ୍ଡ ଏଲୟ ଚକ ଦିଆଯାଇଛି। ଯାହା ସହଜରେ ପାହାଡ଼ ଉପରେ ମଧ୍ୟ ଚଢ଼ିପାରିବ।

ଲ୍ୟାଣ୍ଡ ରୋଭର ଅକ୍ଟା ଫିଚର୍ସ
ନୂଆ ଡିଜାଇନ ସାଂଗକୁ ଏହାର ସି ପିଲର ଉପରେ ଡାଇମଣ୍ଡ ଅକ୍ଟା ବ୍ୟାଜ୍ ଦିଆଯାଇଛି। ଏହାର ସିଟ୍ ୩ଡି ନିଟରେ ପ୍ରସ୍ତୁତ କରାଯାଇଛି। ଯାହା ନିଆରା ଲାଗୁଛି। ଏହା ବ୍ୟତୀତ, ଏହି ଅଫ୍ରୋଡ କାରରେ ଏକ ଉତ୍କୃଷ୍ଟ ହେଡ୍ରେଷ୍ଟ, ୧୧.୪ ଇଞ୍ଚ ଇମ୍ଫୋଟେନମେଣ୍ଟ ସ୍କ୍ରିନ ସହିତ ଏକ ସେଣ୍ଟ୍ରାଲ୍ କନସୋଲ୍ ଦିଆଯାଇଛି। କେବଳ ଏତିକି ନୁହେଁ, କମ୍ପାନୀ ଏହି କାରକୁ ପେଟ୍ରା କପର ଏବଂ ଫାରୋ ଗ୍ରୀନ୍ ପେଣ୍ଟ ଥିମ୍ ସହିତ ଲଞ୍ଚ କରାଯାଇଛି।
ଭାରତରେ ଲଞ୍ଚ ହୋଇଥିବା ଲ୍ୟାଣ୍ଡ ରୋଭର ଅକ୍ଟାର ଏକ୍ସ ଶୋ ରୁମ ମୂଲ୍ୟ ୨.୬୫ କୋଟି ଟଙ୍କା ରଖାଯାଇଛି। ଏଡିସନ-୧ର ଏକ୍ସ-ଶୋ’ରୁମ୍ ମୂଲ୍ୟ ୨.୮୫ କୋଟି ଟଙ୍କା ହେବ। ଏହି କାରର ବୁକିଂ ୩୧ ଜୁଲାଇ ୨୦୨୪ରୁ ଆରମ୍ଭ ହେବ। କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ଡିଫେଣ୍ଡର ଅକ୍ଟା ଡେଲିଭରି ଦେବା ଆରମ୍ଭ କରିବ।