ଓଡ଼ିଶା ଆଇପିଏସ୍‌ ହେଲେ ଜମ୍ମୁ-କଶ୍ମୀର ଡିଜିପି

ନୂଆଦିଲ୍ଲୀ, ୭।୮ :ଓଡ଼ିଶାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ ଜମ୍ମୁ-କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ ଯାଏ ସେ ଜମ୍ମୁ-କଶ୍ମୀରର ଡିଜିପି ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ସେ ୨୦୨୩ ନଭେମ୍ବର ପହିଲାରୁ ଜମ୍ମୁ-କଶ୍ମୀରର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ୧୯୯୧ ବ୍ୟାଚର ଏହି ଆଇପିଏସ୍‌ ଅଧିକାରୀ ୨୦୦୧ରୁ ୨୦୦୩ […] The post ଓଡ଼ିଶା ଆଇପିଏସ୍‌ ହେଲେ ଜମ୍ମୁ-କଶ୍ମୀର ଡିଜିପି appeared first on Dharitri Odia News.

ଓଡ଼ିଶା ଆଇପିଏସ୍‌ ହେଲେ ଜମ୍ମୁ-କଶ୍ମୀର ଡିଜିପି

ନୂଆଦିଲ୍ଲୀ, ୭।୮ :ଓଡ଼ିଶାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ ଜମ୍ମୁ-କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ ଯାଏ ସେ ଜମ୍ମୁ-କଶ୍ମୀରର ଡିଜିପି ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ସେ ୨୦୨୩ ନଭେମ୍ବର ପହିଲାରୁ ଜମ୍ମୁ-କଶ୍ମୀରର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ୧୯୯୧ ବ୍ୟାଚର ଏହି ଆଇପିଏସ୍‌ ଅଧିକାରୀ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଶ୍ରୀନଗରର ଏସ୍‌ଏସ୍‌ପି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପରବର୍ତ୍ତି ସମୟରେ ସେ ଜମ୍ମୁ-କଶ୍ମୀରର ରାମବନ୍‌, ଲେହ ଓ ପୁଞ୍ଛ୍‌ର ଏସ୍‌ଏସ୍‌ପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

The post ଓଡ଼ିଶା ଆଇପିଏସ୍‌ ହେଲେ ଜମ୍ମୁ-କଶ୍ମୀର ଡିଜିପି appeared first on Dharitri Odia News.