ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୩୪୨ ପଦବୀରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୭ା୩: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶାରେ ଥିବା ଆଦର୍ଶ ଆଦର୍ଶ ବିଦ୍ୟାଳୟ ଗୁଡିକରେ ୧୩୪୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ www.oav.edu.in. ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ସିଧାସଳଖ ହେବାକୁ ଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭାଗର ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ପଦବୀ ହେବ। ଆଶାୟୀମାନେ ସେମାନଙ୍କର ଆବେଦନ ଦାଖଲ କରିବା ପୂର୍ବରୁ ବିଜ୍ଞାପନରେ ଦର୍ଶାଯାଇଥିବା ଯୋଗ୍ୟତା ମାନଦଣ୍ଡକୁ ଦେଖିନେବା ଉଚିତ। ଏପ୍ରିଲ୍ […] The post ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୩୪୨ ପଦବୀରେ ନିଯୁକ୍ତି ସୁଯୋଗ appeared first on Dharitri Odia News.

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୩୪୨ ପଦବୀରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୭ା୩: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶାରେ ଥିବା ଆଦର୍ଶ ଆଦର୍ଶ ବିଦ୍ୟାଳୟ ଗୁଡିକରେ ୧୩୪୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ www.oav.edu.in. ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ସିଧାସଳଖ ହେବାକୁ ଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭାଗର ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ପଦବୀ ହେବ।

ଆଶାୟୀମାନେ ସେମାନଙ୍କର ଆବେଦନ ଦାଖଲ କରିବା ପୂର୍ବରୁ ବିଜ୍ଞାପନରେ ଦର୍ଶାଯାଇଥିବା ଯୋଗ୍ୟତା ମାନଦଣ୍ଡକୁ ଦେଖିନେବା ଉଚିତ। ଏପ୍ରିଲ୍ ୧, ୨୦୨୪ ତାରିଖରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ୍ ୩୦, ୨୦୨୪ ଶେଷ ତାରିଖ ରହିଛି। ଆବେଦନ କରିବା ପାଇଁ ଦେବାକୁ ଥିବା ଫି କୁ ଆଶାୟୀମାନେ ଡେବିଟ୍ / କ୍ରେଡିଟ୍ କାର୍ଡ / ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଦାଖଲ କରିପାରିବେ। ଅନଲାଇନ୍ ଫି ଦାଖଲ କରିବାର ଶେଷ ତାରିଖ ମଇ ୨ ରହିଛି।

The post ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୩୪୨ ପଦବୀରେ ନିଯୁକ୍ତି ସୁଯୋଗ appeared first on Dharitri Odia News.