ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର
ଭୁବନେଶ୍ୱର,୧୩।୨: ପ୍ରମୁଖ ରାଜନୈତିକ ଦଳମାନେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ରଣନୀତି ଦୃଢ କରିବାରେ ଲାଗିଛନ୍ତି। ଭାଜପା ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ ଅନେକ ହେଭିୱେଟ୍ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମୟରେ କଂଗ୍ରେସର ଓଡ଼ିଶା ୟୁନିଟ ମଧ୍ୟ ପଛରେ ନାହିଁ। ତେବେ ରାହୁଲ ଗାନ୍ଧୀ, ମଲ୍ଲ୍କାର୍ଜୁନ ଖାର୍ଗେଙ୍କ ଙ୍କ ଓଡ଼ିଶା ଗସ୍ତ ପରେ […] The post ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର appeared first on Dharitri Odia News.
ଭୁବନେଶ୍ୱର,୧୩।୨: ପ୍ରମୁଖ ରାଜନୈତିକ ଦଳମାନେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ରଣନୀତି ଦୃଢ କରିବାରେ ଲାଗିଛନ୍ତି। ଭାଜପା ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ ଅନେକ ହେଭିୱେଟ୍ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମୟରେ କଂଗ୍ରେସର ଓଡ଼ିଶା ୟୁନିଟ ମଧ୍ୟ ପଛରେ ନାହିଁ।
ତେବେ ରାହୁଲ ଗାନ୍ଧୀ, ମଲ୍ଲ୍କାର୍ଜୁନ ଖାର୍ଗେଙ୍କ ଙ୍କ ଓଡ଼ିଶା ଗସ୍ତ ପରେ ଏବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ନେତା ସଚିନ ପାଇଲଟ ଖୁବ୍ଶୀଘ୍ର ଓଡ଼ିଶା ଆସିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ସରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇନାହିଁ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଜାତୀୟ ସ୍ତରର ନେତା ଓଡ଼ିଶା ନିର୍ବାଚନ ପ୍ରଚାର କରିବେ। ଏପରିକି ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶାକୁ ପ୍ରଚାର ପାଇଁ ଆସିବାର କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।
The post ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର appeared first on Dharitri Odia News.