ଓଡ଼ିଶା ଉପକୂଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୁରୀ ଜିଲ୍ଲା... The post ଓଡ଼ିଶା ଉପକୂଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି appeared first on .
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଓ କୋଣାର୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଗୋଟିଏ ଲେଖାଏଁ ସେକ୍ସନ ଫୋର୍ସ ମୁତୟନ କରାଯିବା ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଈଁ ଜରୁରୀ ଉପକରଣ ଯୋଗାଇ ଦିଆଯାଇଛି। ସମୁଦ୍ର ପଥରେ ସମ୍ଭାବ୍ୟ ଆକ୍ରମଣ କିମ୍ବା ଅନୁପ୍ରବେଶକୁ ରୋକିବା ପାଈଁ ଜଳପଥରେ ହାଇଆଲର୍ଟ ଜାରି କରାଯାଇଛି।ଜଳପଥରେ ଅଚିହ୍ନା ଡ଼ଙ୍ଗା, ମସ୍ଚ୍ୟଜୀବୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଈଁ ନିର୍ଦ୍ଦେଶ ଦିଆଯାଇଛି । ସାମୁଦ୍ରିକ ଥାନା, ଉପକୂଳ ସୁରକ୍ଷା ବାହିନୀ, ସ୍ୱତନ୍ତ୍ର ସଶସ୍ତ୍ର ବଳ ତରଫରୁ ମିଳିତ ଭାବେ ୨୪ ଘଣ୍ଟିଆ ପହରା ଦିଆଯାଉଛି ।
The post ଓଡ଼ିଶା ଉପକୂଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି appeared first on .