ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ…

ଭୁବନେଶ୍ୱର,୧୯।୩: ଜାତୀୟ ଗଣମାଧ୍ୟମକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରେ ପାଣ୍ଡିଆନ ଦେଇଥିବା ବୟାନ, ବିଜେଡି ଓ ଭାଜପା ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି । ଉଭୟ ଦଳ ମିଶିକି ଅଛନ୍ତି । ନବୀନଙ୍କ ଯଦି ସାହାସ ଅଛି, ତେବେ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ । ରାଜ୍ୟରେ ପ୍ରମୁଖ ବିରୋଧୀ ଭାଜପା ଓ ଶାସକ […] The post ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ… appeared first on Dharitri Odia News.

ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ…

ଭୁବନେଶ୍ୱର,୧୯।୩: ଜାତୀୟ ଗଣମାଧ୍ୟମକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରେ ପାଣ୍ଡିଆନ ଦେଇଥିବା ବୟାନ, ବିଜେଡି ଓ ଭାଜପା ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି । ଉଭୟ ଦଳ ମିଶିକି ଅଛନ୍ତି । ନବୀନଙ୍କ ଯଦି ସାହାସ ଅଛି, ତେବେ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ । ରାଜ୍ୟରେ ପ୍ରମୁଖ ବିରୋଧୀ ଭାଜପା ଓ ଶାସକ ବିଜେଡି ଏକାଠି ହେବେ, ଏହା କେଉଁ ଭଳି ରାଜନୀତି ବୋଲି କହିଛନ୍ତି ପିସିସି ସଭାପତି ପଟ୍ଟନାୟକ ।

ରାଜ୍ୟରେ  ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ  ବୋଲି ସେ କହିଛନ୍ତି। ଏହା ସହ ସେ ଦେଶରେ ମୋଦି ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକ ହିଁ ସରକାର ଗଢିବେ  କହିଛନ୍ତି। ନବୀନ-ମୋଦି ଜଣେ ଜଣେ ଉତ୍ତମ ରାଜନେତା । ଲୋକଙ୍କ ପାଇଁ ସବୁବେଳେ କାମ କରୁଛନ୍ତି ।ତେବେ ଆଗକୁ କ’ଣ ହେବ ତାହା ଖୁବଶୀଘ୍ର ଜଣାପଡିବ ବୋଲି ସେ କହିଛନ୍ତି ।

The post ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ… appeared first on Dharitri Odia News.