ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍‌ଟି

ଭୁବନେଶ୍ୱର,୧ା୩: ଗତ ଫେବୃଆରୀ ମାସରେ ଓଡ଼ିଶାରେ ସଂଗ୍ରହ ହୋଇଛି ସର୍ବକାଳୀନ ସର୍ବାଧିକ ମୋଟ ବସ୍ତୁ ଏବଂ ସେବା କର(ଜିଏସ୍‌ଟି)। ୨୦୨୪ ଫେବୃଆରୀରେ ୫୧୩୫.୮୧ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଫେବୃଆରୀ ୨୦୨୩ ରେ ୪୫୧୯.୩୫ କୋଟି ଥିଲା। ଅର୍ଥାତ ବାର୍ଷିକ ତୁଳନାରେ ଏଥିରେ ୧୩.୬୪% ଅଭିବୃଦ୍ଧି ପଞ୍ଜିକୃତ ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ (ଫେବୃଆରୀ ୨୪ ପର୍ଯ୍ୟନ୍ତ) ସମୟରେ ଓଡ଼ିଶାରେ ସଂଗ୍ରହ ହୋଇଥିବା ମୋଟ ଜିଏସ୍‌ଟି ହେଉଛି ୪୯,୬୩୮.୬୪ କୋଟି ଟଙ୍କା। ଯେତେବେଳେକି ଆର୍ଥିକ […] The post ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍‌ଟି appeared first on Dharitri Odia News.

ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍‌ଟି

ଭୁବନେଶ୍ୱର,୧ା୩: ଗତ ଫେବୃଆରୀ ମାସରେ ଓଡ଼ିଶାରେ ସଂଗ୍ରହ ହୋଇଛି ସର୍ବକାଳୀନ ସର୍ବାଧିକ ମୋଟ ବସ୍ତୁ ଏବଂ ସେବା କର(ଜିଏସ୍‌ଟି)। ୨୦୨୪ ଫେବୃଆରୀରେ ୫୧୩୫.୮୧ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଫେବୃଆରୀ ୨୦୨୩ ରେ ୪୫୧୯.୩୫ କୋଟି ଥିଲା। ଅର୍ଥାତ ବାର୍ଷିକ ତୁଳନାରେ ଏଥିରେ ୧୩.୬୪% ଅଭିବୃଦ୍ଧି ପଞ୍ଜିକୃତ ହୋଇଛି।

ଆର୍ଥିକ ବର୍ଷ ୨୦୨୩-୨୪ (ଫେବୃଆରୀ ୨୪ ପର୍ଯ୍ୟନ୍ତ) ସମୟରେ ଓଡ଼ିଶାରେ ସଂଗ୍ରହ ହୋଇଥିବା ମୋଟ ଜିଏସ୍‌ଟି ହେଉଛି ୪୯,୬୩୮.୬୪ କୋଟି ଟଙ୍କା। ଯେତେବେଳେକି ଆର୍ଥିକ ବର୍ଷ ୨୦୨୨-୨୩ ର ସମାନ ଅବଧିରେ ୧୧.୦୭% ଅଭିବୃଦ୍ଧି ସହିତ ୪୯୬୩୮.୬୪ କୋଟି ଟଙ୍କା ସଂଗ୍ରହ ହୋଇଥିଲା।

ସେହିଭଳି ଗତ ଫେବୃଆରୀ ମାସରେ ରାଜ୍ୟ ଜିଏସ୍‌ଟି (ଓଡ଼ିଶା ଜିଏସ୍‌ଟି ଏବଂ ସମନ୍ୱିତ ଦ୍ରବ୍ୟ ଏବଂ ସେବା କର ଆଇଜିଏସ୍‌ଟି ସେଟେଲମେଣ୍ଟ) ର ତୃତୀୟ ସର୍ବାଧିକ ସଂଗ୍ରହରେ ମଧ୍ୟ ଓଡିଶା ରେକର୍ଡ କରିଛି। ଫେବୃଆରୀ ୨୦୨୪ ରେ ଏହା ୧୬୭୩.୯୬ କୋଟିର ସଂଗ୍ରହ ହୋଇଥିଲା, ଯେତେବେଲେକି ଫେବୃଆରୀ ୨୦୨୩ ରେ ୩୭.୧୨% ଅଭିବୃଦ୍ଧି ସହ ୨୨୯୫.୪୧ କୋଟି ଟଙ୍କା ସଂଗ୍ରହ ହୋଇଥିଲା।

 

The post ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍‌ଟି appeared first on Dharitri Odia News.