କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର
ଜି.ଉଦୟଗିରି,୨୨।୮(ଶିଶିର ପଟ୍ଟନାୟକ): କଳିଙ୍ଗା ଘାଟିରେ ଗୁରୁବାର ସକାଳ ଏକ ବାର ଚକିଆ ଟ୍ରକ(ନମ୍ବର-ଏପି-୦୩-ଟିଇ-୭୮୭୯) ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଛି। ଟ୍ରକଟି ଛତିଶଗଡର ବିଳାସପୁରଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ଦୁର୍ଘଟଣାସ୍ଥଳରେ ଟ୍ରକ ହେଲପରର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। କଳିଙ୍ଗା ଛକଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟିର ପ୍ରଥମ ବୁଲାଣିରେ ୧୨ ଚକିଆ ଲୁହା ଚାଦର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ହେଲପର୍ଙ୍କ […] The post କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର appeared first on Dharitri Odia News.
ଜି.ଉଦୟଗିରି,୨୨।୮(ଶିଶିର ପଟ୍ଟନାୟକ): କଳିଙ୍ଗା ଘାଟିରେ ଗୁରୁବାର ସକାଳ ଏକ ବାର ଚକିଆ ଟ୍ରକ(ନମ୍ବର-ଏପି-୦୩-ଟିଇ-୭୮୭୯) ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଛି। ଟ୍ରକଟି ଛତିଶଗଡର ବିଳାସପୁରଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ଦୁର୍ଘଟଣାସ୍ଥଳରେ ଟ୍ରକ ହେଲପରର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
କଳିଙ୍ଗା ଛକଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟିର ପ୍ରଥମ ବୁଲାଣିରେ ୧୨ ଚକିଆ ଲୁହା ଚାଦର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ହେଲପର୍ଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ସମ୍ପୂର୍ଣ୍ଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ଗାଡ଼ିଟିକୁ କାଟି ଡ୍ରାଇଭରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ପରେ ତାଙ୍କୁ ଫୁଲବାଣୀ ହସ୍ପିଟାଲରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ଜି.ଉଦୟଗିରି ଆଦର୍ଶ ଥାନା ଏସ.ଆଇ ଅନନ୍ତ କୁମାର ପ୍ରଧାନ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଆଲ୍ଲାହାବାଦର ବୋଲି ସୂଚନା ରହିଛି।
The post କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର appeared first on Dharitri Odia News.