‘ଓଡ଼ିଶା ଗଠନରେ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନ ଅତୁଳନୀୟ’
ଛତ୍ରପୁର,୧ା୪(ଦିଲ୍ଲୀପ ସାମଲ): ସଦର ମହକୁମା ଛତ୍ରପୁରଠାରେ ଗଞ୍ଜାମ ଜିଲା ପ୍ରଶାସନ ଓ ଜିଲା ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ୮୯ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହାପରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲାପାଳ ଦେବବ୍ରତ ସାହୁ, ସୁଧାଂଶୁ […] The post ‘ଓଡ଼ିଶା ଗଠନରେ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନ ଅତୁଳନୀୟ’ appeared first on Dharitri Odia News.
ଛତ୍ରପୁର,୧ା୪(ଦିଲ୍ଲୀପ ସାମଲ): ସଦର ମହକୁମା ଛତ୍ରପୁରଠାରେ ଗଞ୍ଜାମ ଜିଲା ପ୍ରଶାସନ ଓ ଜିଲା ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ୮୯ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହାପରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲାପାଳ ଦେବବ୍ରତ ସାହୁ, ସୁଧାଂଶୁ କୁମାର ଭୋଇ ଯୋଗଦେଇ ସ୍ବତନ୍ତ୍ର ଓଡ଼ିଶା ଗଠନରେ ଓଡ଼ିଶାର ବୀରପୁତ୍ର ମହାରାଜ କୃଷ୍ଣଚନ୍ଦ୍ର ଗଜପତି,ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳମଣି ଗୋପବନ୍ଧୁ ଦାସ, ଗଙ୍ଗାଧର ମେହର, ଶଶୀଭୂଷଣ ରଥଙ୍କ ଅବଦାନ ଅତୁଳୀୟ ବୋଲି କହିଥିଲେ। ଏଥିସହିତ ବୀରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲାର୍ପଣ କରିଥିଲେ। ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
The post ‘ଓଡ଼ିଶା ଗଠନରେ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନ ଅତୁଳନୀୟ’ appeared first on Dharitri Odia News.