ଓଡ଼ିଶା ପ୍ରଦେଶ କମିଟିକୁ ଭାଙ୍ଗିଲା କଂଗ୍ରେସ
ଭୁବନେଶ୍ୱର,୨୧।୭: ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଛି ଭାରତୀୟ ଜାତୀୟ କଂଗ୍ରେସ(ଏଆଇସିସି)। ପିସିସି ସମେତ କାର୍ଯ୍ୟକାରୀ କମିଟି, ଜିଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭାଙ୍ଗିଛି କଂଗ୍ରେସ। ବର୍ତ୍ତମାନର ଜିଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି। ଏଥିସହିତ ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। […] The post ଓଡ଼ିଶା ପ୍ରଦେଶ କମିଟିକୁ ଭାଙ୍ଗିଲା କଂଗ୍ରେସ appeared first on Dharitri Odia News.
ଭୁବନେଶ୍ୱର,୨୧।୭: ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଛି ଭାରତୀୟ ଜାତୀୟ କଂଗ୍ରେସ(ଏଆଇସିସି)। ପିସିସି ସମେତ କାର୍ଯ୍ୟକାରୀ କମିଟି, ଜିଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭାଙ୍ଗିଛି କଂଗ୍ରେସ। ବର୍ତ୍ତମାନର ଜିଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି।
ଏଥିସହିତ ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ନିର୍ବାଚିତ କରାଯାଇଛି। ସେହିପରି ଡାକ୍ତର ସିଏସ ରାଜନ ଏକ୍କାଙ୍କୁ ଦଳର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି। ଏକ୍କା ଜଣେ ଅବସରପ୍ରାପ୍ତ ଲେଟନାଣ୍ଟ କଲୋନେଲା।
The post ଓଡ଼ିଶା ପ୍ରଦେଶ କମିଟିକୁ ଭାଙ୍ଗିଲା କଂଗ୍ରେସ appeared first on Dharitri Odia News.