ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା
ବାରିପଦା,୯ା୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ଯମୁନା ଉପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ନଜର ରଖିବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ନେଇଛନ୍ତି। ସୂଚନା ଯୋଗ୍ୟ, ଗତ କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟ ଏନ୍କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଏକ ବାର୍ହାକୁ ଶିକାର କରି ଖାଇଥିଲା। ଏହା ଦେଖି […] The post ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା appeared first on Dharitri Odia News.
ବାରିପଦା,୯ା୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ଯମୁନା ଉପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ନଜର ରଖିବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ନେଇଛନ୍ତି।
ସୂଚନା ଯୋଗ୍ୟ, ଗତ କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟ ଏନ୍କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଏକ ବାର୍ହାକୁ ଶିକାର କରି ଖାଇଥିଲା। ଏହା ଦେଖି ବନ କର୍ମଚାରୀ ଖୁସି ପ୍ରକଟ କରିବା ସହ ଯମୁନା ସମ୍ପୂର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ଥିବା ପ୍ରକାଶ କରିଥିଲେ। ଏପରିକି ଖୁବ ଶୀଘ୍ର ଅଭୟାରଣ୍ୟର କୋର ଅଞ୍ଚଳରେ ଛଡାଯିବ ବୋଲି କୁହାଯାଇଥିଲା।
ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଏକ ମହାବଳ ବାଘୁଣୀ ଯମୁନାକୁ ଗତ ୨୭ ତାରିଖରେ ଶିମିଳିପାଳ ଅଣାଯାଇଥିଲା। ବନ ବିଭାଗର ତାମିଲପ୍ରାପ୍ତ ଏକ ଟିମ୍ ମହାରାଷ୍ଟ୍ର ଗସ୍ତକରି ୨ବର୍ଷ ୭ମାସର ଏହି ବାଘୁଣୀକୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଦୀର୍ଘ ୯୦୦ କି.ମି. ଅତିକ୍ରମ କରି ଆଣିଥିଲେ।
ପରେ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର କବାଟଘାଇ ରେଞ୍ଜ ଅଞ୍ଚଳର ଏକ ଅସ୍ଥାୟୀ ଏନ୍କ୍ଲୋଜରରେ ରଖାଯାଇ ଗତିବିଧି ନିରୀକ୍ଷଣ କରାଯାଉଥିଲା।
The post ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା appeared first on Dharitri Odia News.