ସମୁଦି-ସମୁଦୁଣୀ ହୋଇଥାନ୍ତେ.... ୬ ଛୁଆର ମା’କୁ ନେଇ ୧୦ ପିଲାର ବାପା ନେଇ ଫେରାର

ଲକ୍ଷ୍ନୌ: ପ୍ରେମ ମାନେନି ବୟସ। ପ୍ରେମ ଦେଖେନି ସମ୍ପର୍କ। କିନ୍ତୁ  ଏଭଳି କେତେକ ପ୍ରେମ କାହାଣୀ ରହିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର କାଶଗଞ୍ଜ ଜିଲ୍ଲାରୁ ଏଭଳି ଖବର ସାମ୍ନାକୁ ଆସିଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସ୍ୱାଭାବିକ। ୬ଟି ଛୁଆର ମା’...  ୧୦ଟି ପିଲାର ବାପା, ଉଭୟେ ଯେଉଁ କାରନାମା କରିଛନ୍ତି, ଖବର ଶୁଣିଲେ ମୁଣ୍ଡ ଗୋଲ୍‌ ହୋଇଯିବ। ଏବେ ସେମାନେ ପ୍ରେମୀ ଯୁଗଳ। ଭାବି ସମୁଦୁଣୀକୁ ଫେରାର ହୋଇଯାଇଛନ୍ତି ସମୁଦି। ମହିଳାଙ୍କ ଝିଅ ସହ ବ୍ୟକ୍ତିଙ୍କ ପୁଅର ବାହାଘର ହେବାର ଥିଲା। ଜୁନ୍ ୧୭ରେ ବାହାଘର ହେବାକୁ ଥିଲା।  କିନ୍ତୁ ଜୁନ ୩ରେ ପୁଅର ବାପା ଝିଅର ମା’ ସହ ଫେରାର ହୋଇଯାଇଛନ୍ତି। ତାଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରିନାହିଁ। ମହିଳାଙ୍କ ସ୍ୱାମୀ ଶେଷରେ ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, ଝିଅର ବାପା  ଜଣେ ଦିନ ମଜୁରିଆ। ତାଙ୍କର ବନ୍ଧୁ ଶକିଲ ଜଣେ ଇ-ରିକ୍ସା ଡ୍ରାଇଭର। ଶକିଲ ତାଙ୍କ ଘରକୁ ୨୮ ବର୍ଷ ହେଲା ଯାଆସ କରୁଥିଲେ। ଉଭୟେ ପୁଅଝିଅକୁ ବିବାହ କରିବାକୁ ମନସ୍ଥ କରିଥିଲେ। ତେବେ ବିବାହାକୁ ୧୪ ଦିନ ବାକି ଥିବା ବେଳେ ଝିଅର ମାକୁ ନେଇ ପୁଅର ବାପା ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ଝିଅର ବାପା ଥାନାରେ ଏଫଆଇଆର ଦେଇଛନ୍ତି।

ସମୁଦି-ସମୁଦୁଣୀ ହୋଇଥାନ୍ତେ.... ୬ ଛୁଆର ମା’କୁ ନେଇ ୧୦ ପିଲାର ବାପା ନେଇ ଫେରାର

ଲକ୍ଷ୍ନୌ: ପ୍ରେମ ମାନେନି ବୟସ। ପ୍ରେମ ଦେଖେନି ସମ୍ପର୍କ। କିନ୍ତୁ  ଏଭଳି କେତେକ ପ୍ରେମ କାହାଣୀ ରହିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର କାଶଗଞ୍ଜ ଜିଲ୍ଲାରୁ ଏଭଳି ଖବର ସାମ୍ନାକୁ ଆସିଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସ୍ୱାଭାବିକ। ୬ଟି ଛୁଆର ମା’...  ୧୦ଟି ପିଲାର ବାପା, ଉଭୟେ ଯେଉଁ କାରନାମା କରିଛନ୍ତି, ଖବର ଶୁଣିଲେ ମୁଣ୍ଡ ଗୋଲ୍‌ ହୋଇଯିବ। ଏବେ ସେମାନେ ପ୍ରେମୀ ଯୁଗଳ। ଭାବି ସମୁଦୁଣୀକୁ ଫେରାର ହୋଇଯାଇଛନ୍ତି ସମୁଦି। 

ମହିଳାଙ୍କ ଝିଅ ସହ ବ୍ୟକ୍ତିଙ୍କ ପୁଅର ବାହାଘର ହେବାର ଥିଲା। ଜୁନ୍ ୧୭ରେ ବାହାଘର ହେବାକୁ ଥିଲା।  କିନ୍ତୁ ଜୁନ ୩ରେ ପୁଅର ବାପା ଝିଅର ମା’ ସହ ଫେରାର ହୋଇଯାଇଛନ୍ତି। ତାଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରିନାହିଁ। ମହିଳାଙ୍କ ସ୍ୱାମୀ ଶେଷରେ ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । 

ମିଳିଥିବା ସୂଚନା ଅନୁସାରେ, ଝିଅର ବାପା  ଜଣେ ଦିନ ମଜୁରିଆ। ତାଙ୍କର ବନ୍ଧୁ ଶକିଲ ଜଣେ ଇ-ରିକ୍ସା ଡ୍ରାଇଭର। ଶକିଲ ତାଙ୍କ ଘରକୁ ୨୮ ବର୍ଷ ହେଲା ଯାଆସ କରୁଥିଲେ। ଉଭୟେ ପୁଅଝିଅକୁ ବିବାହ କରିବାକୁ ମନସ୍ଥ କରିଥିଲେ। ତେବେ ବିବାହାକୁ ୧୪ ଦିନ ବାକି ଥିବା ବେଳେ ଝିଅର ମାକୁ ନେଇ ପୁଅର ବାପା ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ଝିଅର ବାପା ଥାନାରେ ଏଫଆଇଆର ଦେଇଛନ୍ତି।