ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କଟକ: କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆଜି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଆଜିର ଉଦ୍‌ଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଭାରତର ବ୍ୟାଡ଼ମିଣ୍ଟନ ଖେଳାଳୀ ରିତ୍ଵିକ ସଞ୍ଜୀବୀ ସତୀଶ କୁମାର ଓ ଟି.ମନେପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ଦେଖିବା ସହ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର […]

ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କଟକ: କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆଜି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଆଜିର ଉଦ୍‌ଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଭାରତର ବ୍ୟାଡ଼ମିଣ୍ଟନ ଖେଳାଳୀ ରିତ୍ଵିକ ସଞ୍ଜୀବୀ ସତୀଶ କୁମାର ଓ ଟି.ମନେପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ଦେଖିବା ସହ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ନିର୍ଦ୍ଦେଶକ   ସିଦ୍ଧାର୍ଥ ଦାସ, ଓଡ଼ିଶା ହକି ପ୍ରମୋସୋନ କାଉନସିଲର ସିଇଓ   ଦୀପଙ୍କର ମହାପାତ୍ର, ରାଜସ୍ୱ ଆଯୁକ୍ତ (କେନ୍ଦ୍ରାଞ୍ଚଳ)  ବି. ପରମେସ୍ଵରନ୍‌, ଇଡ଼କୋ ଏକଜ୍ୟୁକେଟିଭ୍ ଡାଇରେକ୍ଟର ଡ଼. ସୁରେଶ ଚନ୍ଦ୍ର ଦଳାଇ, ଡିସିପି କଟକ   ଜଗମୋହନ ମୀନା, କଟକ ଜିଲ୍ଲାପାଳ  ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, କଟକ ମହାନଗର ନିଗମ କମିଶନର ଶ୍ରୀ ଅନମ ଚରଣ ପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ  ବିଜୟ କୁମାର ସ୍ୱାଇଁ, ଯୁଗ୍ମ ସଚିବ ଶ୍ରୀ ବିଜୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ ଓ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ର ମିଳିତ ସହଭାଗିତାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ତୃତୀୟ ଥର ପାଇଁ କଟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ସମେତ ଜାପାନ, ଇଣ୍ଡୋନେସିଆ, ଚୀନ, ଡ଼େନମାର୍କ ଆଦି ସମୁଦାୟ ୨୯ଟି ଦେଶରୁ ପ୍ରାୟ ୩୦୦ କ୍ରୀଡ଼ାବିତ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ବିଗତ ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।