ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ ପାଇଁ ଶୁକ୍ରବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ସିନିୟର ଚୟନ କମିଟି ମୁଖ୍ୟ ଅମିୟ ରୟ ଓ ମୁଖ୍ୟ କୋଚ୍‌ ସୁରେନ୍ଦ୍ର ଭାବେ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଗୋବିନ୍ଦ ପୋଦ୍ଦାର ଅଧିନାୟକ ମନୋନୀତ ହୋଇଛନ୍ତି। ଓଡ଼ିଶା ଏହାର ପ୍ରଥମ ମ୍ୟାଚ ତ୍ରିପୁରା ବିପକ୍ଷରେ ଚଳିତ ମାସ ୧୧ରୁ ୧୪ […] The post ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ appeared first on Dharitri Odia News.

ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ ପାଇଁ ଶୁକ୍ରବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ସିନିୟର ଚୟନ କମିଟି ମୁଖ୍ୟ ଅମିୟ ରୟ ଓ ମୁଖ୍ୟ କୋଚ୍‌ ସୁରେନ୍ଦ୍ର ଭାବେ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଗୋବିନ୍ଦ ପୋଦ୍ଦାର ଅଧିନାୟକ ମନୋନୀତ ହୋଇଛନ୍ତି। ଓଡ଼ିଶା ଏହାର ପ୍ରଥମ ମ୍ୟାଚ ତ୍ରିପୁରା ବିପକ୍ଷରେ ଚଳିତ ମାସ ୧୧ରୁ ୧୪ ପର୍ଯ୍ୟନ୍ତ ଅଗରତାଲାରେ ଖେଳିବ। ଦ୍ୱିତୀୟ ମ୍ୟାଚ ଜମ୍ମୁ-କଶ୍ମୀର ବିପକ୍ଷରେ କଟକର ବାରବାଟୀ ଷ୍ଟାଡିୟମରେ ୧୮ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ବିପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ୱାଳ, ସ୍ବସ୍ତିକ ସାମଲ, ରାଜେଶ ଧୂପର (ଉଇକେଟ କିପର), ଆଶୀର୍ବାଦ ସ୍ବାଇଁ (ଉଇକେଟ କିପର), ଅନିଲ ପରିଡ଼ା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତାରିଣୀ ସ’, ହର୍ଷିତ ରାଠୋଡ, ସୁମିତ ଶର୍ମା।

The post ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ appeared first on Dharitri Odia News.