ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର ହାଉସ୍‌କିପିଂ ଟେଣ୍ଡରରେ ଅନିୟମିତତା କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହାର ତଦନ୍ତ କରି ଟେଣ୍ଡରର ପୁନଃ ମୂଲ୍ୟାୟନ କିମ୍ବା ତାହାକୁ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ‘ଧରିତ୍ରୀ’ର ସେପ୍ଟେମ୍ବର ୨୧ ତାରିଖ ସଂସ୍କରଣରେ ଏସଂକ୍ରାନ୍ତୀୟ ଖବର ପ୍ରକାଶିତ ହେବା ପରେ ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ପକ୍ଷରୁ କଟକ ଲାଲବାଗ […] The post ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି appeared first on Dharitri Odia News.

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର ହାଉସ୍‌କିପିଂ ଟେଣ୍ଡରରେ ଅନିୟମିତତା କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହାର ତଦନ୍ତ କରି ଟେଣ୍ଡରର ପୁନଃ ମୂଲ୍ୟାୟନ କିମ୍ବା ତାହାକୁ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ‘ଧରିତ୍ରୀ’ର ସେପ୍ଟେମ୍ବର ୨୧ ତାରିଖ ସଂସ୍କରଣରେ ଏସଂକ୍ରାନ୍ତୀୟ ଖବର ପ୍ରକାଶିତ ହେବା ପରେ ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ପକ୍ଷରୁ କଟକ ଲାଲବାଗ ଥାନାରେ ଶନିବାର ଏତଲା ଦିଆଯାଇଛି। ଏଭଳି କୌଣସି ଚିଠି କାଉନ୍‌ସିଲ୍‌ ପକ୍ଷରୁ କରାଯାଇନାହିଁ। ତେଣୁ ମିଥ୍ୟା ଚିଠି ପ୍ରେରଣ କରିବା ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଦର୍ଶାଯାଇଛି।

ବାର୍‌ କାଉନ୍‌ସିଲ ପକ୍ଷରୁ କୁହାଯାଇଛି ଯେ, ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ହାଉସ୍‌କିପିଂର ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନ୍‌ସିଲ୍‌ର ସମ୍ପାଦକଙ୍କ ପକ୍ଷରୁ ଦିଆଯାଇଥିବା ଚିଠି ମିଥ୍ୟା। ଏଭଳି କୌଣସି ଚିଠି କାଉନ୍‌ସିଲ ପକ୍ଷରୁ ଗତ ୧୩ ତାରିଖରେ ସମ୍ପାଦକଙ୍କ ସ୍ବାକ୍ଷର ଓ ସିଲ୍‌ ଥାଇ କରାଯାଇନାହିଁ। ରାଜ୍ୟରେ ଆଇନ ପେସା ଓ ଆଇନ ଶିକ୍ଷାକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ବୟଂକ୍ରିୟ ସଂସ୍ଥା ଭାବେ କାଉନ୍‌ସିଲ କାର୍ଯ୍ୟ କରୁଛି। ଟେଣ୍ଡର ଫିକ୍ସିଂ ପ୍ରସଙ୍ଗ କାଉନ୍‌ସିଲର ବହିର୍ଭୂତ ବ୍ୟାପାର ହୋଇଥିବାବେଳେ କେହି ମନ୍ଦ ଉଦ୍ଦେଶ୍ୟ ଏବଂ କାଉନ୍‌ସିଲ୍‌କୁ ବଦନାମ କରିବା ଉଦ୍ଦେଶ୍ୟରେ ସମ୍ପାଦକଙ୍କ ଦସ୍ତଖତ ଓ ସିଲ୍‌ ଜାଲ୍‌ କରି ବ୍ୟବହାର କରିଛନ୍ତି। ପୋଲିସ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଏତଲାରେ ଦର୍ଶାଇଛି।

The post ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି appeared first on Dharitri Odia News.