ତାତି ବଢ଼ାଉଛି ପଥର ଚଟାଣ, ଫୁଙ୍ଗୁଳା ପାହାଡ଼
କେନ୍ଦୁଝର,୩୧ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)ଏକଦା ଶୀତଳ ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ କେନ୍ଦୁଝର ଏବେ କିଛି ବର୍ଷ ହେଲା ଉତ୍ତପ୍ତ ଜିଲାରେ ପରିଣତ ହୋଇଛି। ଶନିବାର ଜିଲାରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ଥିବା ବେଳେ ଶୁକ୍ରବାର ୩୭.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଏଭଳି ଜାରି ରହିଲେ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ ବୋଲି ମତପ୍ରକାଶ ପାଉଛି। ବ୍ୟାପକ ଜଙ୍ଗଲ କ୍ଷୟ, ଖଣିଖନନ ପାଇଁ ପରିବେଶ ନଷ୍ଟ ହୋଇଯାଇଥିବାରୁ ପାହାଡ଼, […] The post ତାତି ବଢ଼ାଉଛି ପଥର ଚଟାଣ, ଫୁଙ୍ଗୁଳା ପାହାଡ଼ appeared first on Dharitri Odia News.
କେନ୍ଦୁଝର,୩୧ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)ଏକଦା ଶୀତଳ ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ କେନ୍ଦୁଝର ଏବେ କିଛି ବର୍ଷ ହେଲା ଉତ୍ତପ୍ତ ଜିଲାରେ ପରିଣତ ହୋଇଛି। ଶନିବାର ଜିଲାରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ଥିବା ବେଳେ ଶୁକ୍ରବାର ୩୭.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଏଭଳି ଜାରି ରହିଲେ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ ବୋଲି ମତପ୍ରକାଶ ପାଉଛି। ବ୍ୟାପକ ଜଙ୍ଗଲ କ୍ଷୟ, ଖଣିଖନନ ପାଇଁ ପରିବେଶ ନଷ୍ଟ ହୋଇଯାଇଥିବାରୁ ପାହାଡ଼, ହୁଡ଼ି ଗୁଡ଼ିକ ବୃକ୍ଷଶୂନ୍ୟ ହୋଇ ଫୁଙ୍ଗୁଳା ହୋଇ ପଡିଛି। ଏଭଳି ବହୁ ପଥର ଚଟାଣ ଓ ଫୁଙ୍ଗୁଳା(ନଣ୍ଡା) ପାହାଡ଼ ଜିଲା ସାରା ପରିବ୍ୟାପ୍ତ ହୋଇଗଲାଣି। ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଯୋଗୁ ଏହି ପଥର ଚଟାଣ, ଫୁଙ୍ଗୁଳା ପାହାଡ଼ ଉତ୍ତପ୍ତ ହୋଇ ପରିବେଶକୁ ଉତାପ ବିକିରଣ କରି ତତଲା କରିଦେଉଛି।
ପକ୍ଷରେ ବୃଦ୍ଧିପାଉଥିବା କଂକ୍ରିଟ ରାସ୍ତାଘାଟ, କୋଠାବାଡି, ବନ୍ଧକେନାଲ ଅନ୍ୟପକ୍ଷରେ ଖଣିଖନନ, ଶିଳ୍ପାୟନ, ଜଙ୍ଗଲ ନଷ୍ଟ, ବହୁ ପରିମାଣରେ ଭାରୀଯାନ ଚଳାଚଳ ଆଦି ଜିଲାର ତାପମାତ୍ରା ବୃଦ୍ଧିର କାରଣ ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ଜିଲାର ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଦିନିଆ ବର୍ଷା ଓ ତାପାମାତ୍ରାରେ ଅସ୍ବାଭାବିକ ବୃଦ୍ଧି ସମସ୍ତଙ୍କୁ ନୟାନ୍ତ କରିଦେଉଛି। ଜିଲାରେ ବଡ଼ ପ୍ରସ୍ତର ଖଣ୍ଡ, ପାହାଡ଼ ଉନ୍ମୁକ୍ତ ପଡ଼ି ରହିଥିଲେ ହେଁ ବନୀକରଣ କରାଯାଇପାରୁନାହିଁ। ଗ୍ରୀଷ୍ମ ଋତୁରେ ଜଙ୍ଗଲ ଓ ସବୁଜ ବଳୟ ଅଭାବରୁ ପ୍ରସ୍ତର ଗୁଡ଼ିକ ଉପରେ ସିଧାସଳଖ ସୂର୍ଯ୍ୟାଲୋକ ପଡୁଛି। ପ୍ରସ୍ତର ଗୁଡ଼ିକ ଉତ୍ତପ୍ତ ହୋଇ ଏହାର ପ୍ରତିଫଳନରେ ସମଗ୍ର ଅଞ୍ଚଳ ଉତ୍ତପ୍ତ ହୋଇପଡୁଛି। ଜିଲାର ସଦର, ଘଟଗାଁ, ପାଟଣା, ସାହାରପଡ଼ା, ଚମ୍ପୁଆ, ଝୁମ୍ପୁରା ଆଦି ଅଞ୍ଚଳରେ ବଡ଼ ପଥର ଖଣ୍ଡ, ପ୍ରସ୍ତର ଚଟାଣ, ଲଣ୍ଡା ପଥର ପାହାଡ଼ ଆଦି ପରିବେଶର ଉତ୍ତାପକୁ ବୃଦ୍ଧି କରୁଛି। ଏପରିକି ଗୋଟିଏ ଗୋଟିଏ ପ୍ରସ୍ତର ଖଣ୍ଡ ବା ଚଟାଣ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଜିଲାର ଧାନବେଣୀ, ଝାଡ଼ବେଲଦା, ଢେଙ୍କିକୋଟ, ସିତାବିଞ୍ଜ, ଟାଙ୍ଗର ବନ୍ତଳା, ପଣ୍ଡାପଡ଼ା ଆଦି ଅଞ୍ଚଳରେ ବୃହତାକାୟ ପ୍ରସ୍ତର ପାହାଡ଼ ରହିଛି। ଉକ୍ତ ଅଞ୍ଚଳରେ ବନୀକରଣ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ କିଛି ବର୍ଷ ପରେ ଜିଲାର ତାପମାତ୍ରା ବୃଦ୍ଧିପାଇ ସାଂଘାତିକ କରିଦେବ ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା ମତବ୍ୟକ୍ତ କରିଛନ୍ତି। ଜିଲାକୁ ଶୀତଳ ବା ଜିଲାର ଜଳବାୟୁକୁ ନିୟନ୍ତ୍ରଣ କରି ଆସୁଥିବା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅଞ୍ଚଳ ଖଣି ଯୋଗୁ ନଷ୍ଟ ହୋଇଗଲାଣି। ଜିଲାର ଗନ୍ଧମାର୍ଦ୍ଦନ, ମହାପର୍ବତ, ଖଣ୍ଡାଧାର, ଠାକୁରାଣୀ, ସିଦ୍ଧମଠ, କାଞ୍ଜିପାଣି, ରେବଣା, ହଦଗଡ଼, ଅଟେଇ ସମେତ ବହୁ ସଂଖ୍ୟାର ବୃହତ ଜଙ୍ଗଲ ନଷ୍ଟ ହେବାକୁ ଲାଗିଛି। ଫଳରେ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ପରିବେଶବିତ୍ ହରେକୃଷ୍ଣ ମହାନ୍ତ କହିଛନ୍ତି।
The post ତାତି ବଢ଼ାଉଛି ପଥର ଚଟାଣ, ଫୁଙ୍ଗୁଳା ପାହାଡ଼ appeared first on Dharitri Odia News.