ଓଡ଼ିଶାବାସୀଙ୍କୁ ବାୟା କଲାଣି ଅନଲାଇନ୍ ଟ୍ରେଡିଂ ନିଶା: ୧୧ ମାସରେ ୪୦ ହଜାର ମାମଲା
ଭୁବନେଶ୍ୱର,୯।୧୨: ଅଧିକ ଟଙ୍କା ପାଇବା ଆଶାରେ ଏବେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ଟ୍ରେଡିଂ ପଛରେ ଧାଇଁଛନ୍ତି। କିନ୍ତୁ ଏହି ଅନଲାଇନ୍ ଟ୍ରେଡିଂରେ ସର୍ବସ୍ଵ ହରାଇ ଜୀବନ ହାରୁଛନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ ଗତ ପାଞ୍ଚବର୍ଷରେ ଅନଲାଇନ୍ ଟ୍ରେଡିଂ ନିଶାରେ ୫୯ ହଜାର ୪୩୭ ଲୋକ ଠକେଇର ଶିକାର ହୋଇଛନ୍ତି। ପୂର୍ବ ବର୍ଷଗୁଡିକରେ ଏହି […] The post ଓଡ଼ିଶାବାସୀଙ୍କୁ ବାୟା କଲାଣି ଅନଲାଇନ୍ ଟ୍ରେଡିଂ ନିଶା: ୧୧ ମାସରେ ୪୦ ହଜାର ମାମଲା appeared first on Dharitri Odia News.
ଭୁବନେଶ୍ୱର,୯।୧୨: ଅଧିକ ଟଙ୍କା ପାଇବା ଆଶାରେ ଏବେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ଟ୍ରେଡିଂ ପଛରେ ଧାଇଁଛନ୍ତି। କିନ୍ତୁ ଏହି ଅନଲାଇନ୍ ଟ୍ରେଡିଂରେ ସର୍ବସ୍ଵ ହରାଇ ଜୀବନ ହାରୁଛନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ ଗତ ପାଞ୍ଚବର୍ଷରେ ଅନଲାଇନ୍ ଟ୍ରେଡିଂ ନିଶାରେ ୫୯ ହଜାର ୪୩୭ ଲୋକ ଠକେଇର ଶିକାର ହୋଇଛନ୍ତି।
ପୂର୍ବ ବର୍ଷଗୁଡିକରେ ଏହି ସଂଖ୍ୟା ଅପେକ୍ଷାକୃତ କମ୍ ଥିବାବେଳେ ସାମ୍ପ୍ରତିକ ସମୟରେ ଏହି ମାମଲା ବହୁତ ବୃଦ୍ଧି ପାଇଛି। ୨୦୧୯ ରେ, ମାତ୍ର ଅନଲାଇନ୍ ଟ୍ରେଡିଂ ଠକେଇର ୧୮ ଟି ମାମଲା ରିପୋର୍ଟ କରାଯାଇଥିଲା। ଏହା ୨୦୨୦ ରେ ୨୮, ୨୦୨୧ ରେ ୨୨ ଏବଂ ୨୦୨୨ ରେ ୧୦୫ କୁ ବୃଦ୍ଧି ପାଇଥିଲା।
ତେବେ ୨୦୨୩ ବଡ଼ ସଂଖ୍ୟାରେ ମାମଲା ବୃଦ୍ଧି ପାଇଥିଲା। ଯେଉଁଥିରେ ଗୋଟିଏ ବର୍ଷରେ ୧୮,୯୯୪ ଜଣ ବ୍ୟକ୍ତି ଠକେଇର ଶିକାର ହୋଇ ମାମଲା ରୁଜୁ କରିଥିଲେ। ଏହି ଧାରା ୨୦୨୪ ପର୍ଯ୍ୟନ୍ତ ଜାରି ରହିଛି, କେବଳ ପ୍ରଥମ ୧୧ ମାସରେ ୪୦,୨୭୦ ମାମଲା ରିପୋର୍ଟ ହୋଇଛି।
The post ଓଡ଼ିଶାବାସୀଙ୍କୁ ବାୟା କଲାଣି ଅନଲାଇନ୍ ଟ୍ରେଡିଂ ନିଶା: ୧୧ ମାସରେ ୪୦ ହଜାର ମାମଲା appeared first on Dharitri Odia News.