ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ?ଜାଣନ୍ତୁ…
ଭୁବନେଶ୍ୱର,୧୧।୬:ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଚରଣ ମାଝୀ। ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି। ଏହାପରଠାରୁ ମୋହନ ମାଝୀଙ୍କ ବିଷୟରେ ଜାଣିବା ଲାଗି ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ପ୍ରଥମେ ସରପଞ୍ଚ ନିର୍ବାଚନ ଲଢ଼ି ରାଜନୀତିରେ ଏଣ୍ଟ୍ରି କରିଥିଲେ। ଏବେ ସମୟ ବଦଳିବା ସହ ତାଙ୍କର ନିର୍ମଳ ଭାବମୂର୍ତ୍ତିକୁ ଦଳ ପସନ୍ଦ କରିଛି। ଏଥିଲାଗି ନୂଆ ମୁଖ୍ୟମନ୍ତ୍ରୀ […] The post ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ?ଜାଣନ୍ତୁ… appeared first on Dharitri Odia News.
ଭୁବନେଶ୍ୱର,୧୧।୬:ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଚରଣ ମାଝୀ। ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି। ଏହାପରଠାରୁ ମୋହନ ମାଝୀଙ୍କ ବିଷୟରେ ଜାଣିବା ଲାଗି ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିଛି।
୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ପ୍ରଥମେ ସରପଞ୍ଚ ନିର୍ବାଚନ ଲଢ଼ି ରାଜନୀତିରେ ଏଣ୍ଟ୍ରି କରିଥିଲେ। ଏବେ ସମୟ ବଦଳିବା ସହ ତାଙ୍କର ନିର୍ମଳ ଭାବମୂର୍ତ୍ତିକୁ ଦଳ ପସନ୍ଦ କରିଛି। ଏଥିଲାଗି ନୂଆ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଚୟନ କରାଯାଇଥିବା ଚର୍ଚ୍ଚା ହେଉଛି। ଆସନ୍ତୁ ଜାଣିବା ମୋହନଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ?
ମୋହନ ମାଝୀ ୧୯୭୨ ମସିହା ଜାନୁଆରୀ ୬ରେ କେନ୍ଦୁଝର ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଗୁନାରାମ ମାଝୀ। ମୋହନଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳାରେ ସ୍ନାତକ। ୧୯୯୩ରେ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ। ଏଥିସହ ସେ ୨୦୧୧ରେ ଆଇନ ଶିକ୍ଷା(ଏଲ୍ଏଲ୍ବି) ମଧ୍ୟ ହାସଲ କରିଛନ୍ତି ।
The post ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ?ଜାଣନ୍ତୁ… appeared first on Dharitri Odia News.