ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି
ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ କବିସୂର୍ଯ୍ୟନଗର ଥାନା ସାନ ଉସ୍ତାପଡା ଗ୍ରାମରେ। ରବିବାର ରାତିରେ ବାହାଘର ପ୍ରସେଶନ ଚାଲିଥିଲା। ଏହି ସମୟରେ ଜଣେ ଯୁବକଙ୍କୁ ଅନ୍ୟ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ସାନ ଉସ୍ତାପଡ଼ା ଗ୍ରାମର ବଣ୍ଟି ପ୍ରଧାନଙ୍କ ପାପୁଲିର ୯୦ ଭାଗ କଟିଯାଇଛି । ଗୁରୁତର ଅବସ୍ଥାରେ […] The post ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି appeared first on Dharitri Odia News.
ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ କବିସୂର୍ଯ୍ୟନଗର ଥାନା ସାନ ଉସ୍ତାପଡା ଗ୍ରାମରେ। ରବିବାର ରାତିରେ ବାହାଘର ପ୍ରସେଶନ ଚାଲିଥିଲା। ଏହି ସମୟରେ ଜଣେ ଯୁବକଙ୍କୁ ଅନ୍ୟ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ।
ଆକ୍ରମଣରେ ସାନ ଉସ୍ତାପଡ଼ା ଗ୍ରାମର ବଣ୍ଟି ପ୍ରଧାନଙ୍କ ପାପୁଲିର ୯୦ ଭାଗ କଟିଯାଇଛି । ଗୁରୁତର ଅବସ୍ଥାରେ ବଣ୍ଟିଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି କାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥିବା ବେଳେ ବଣ୍ଟି ପ୍ରଧାନଙ୍କ ପରିବାର ପକ୍ଷରୁ ଏତଲା ହୋଇ ନାହିଁ। ତେବେ ପୋଲିସ ୩ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସେପଟେ ବଣ୍ଟି କିଛି ଦିନ ପୂର୍ବେ ଗଞ୍ଜେଇ କାରବାର ମାମଲାରେ ଜେଲରୁ ଫେରିଥିବା ମଧ୍ୟ ସୂଚନା ମିଳିଛି।
The post ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି appeared first on Dharitri Odia News.