ଓଡ଼ିଶାରୁ ଚଳିତ ଖରିଫ୍ ଋତୁରେ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର
ଭୁବନେଶ୍ୱର,୧୯ା୧: ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫ.ସି.ଆଇ ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ମନ୍ତ୍ରୀ ଗୋଏଲ ଏହି ପଦକ୍ଷେପ ନେଇଛନ୍ତି। ଅଧିକ ଚାଉଳ ସଂଗ୍ରହ କଲେ ରାଜ୍ୟର ଚାଷୀମାନେ ଉପକୃତ ହେବେ ବୋଲି ଚଳିତମାସ ୧୬ ତାରିଖରେ କେନ୍ଦ୍ରମନ୍ତ୍ରୀ […] The post ଓଡ଼ିଶାରୁ ଚଳିତ ଖରିଫ୍ ଋତୁରେ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର appeared first on Dharitri Odia News.
ଭୁବନେଶ୍ୱର,୧୯ା୧: ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫ.ସି.ଆଇ ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ମନ୍ତ୍ରୀ ଗୋଏଲ ଏହି ପଦକ୍ଷେପ ନେଇଛନ୍ତି।
ଅଧିକ ଚାଉଳ ସଂଗ୍ରହ କଲେ ରାଜ୍ୟର ଚାଷୀମାନେ ଉପକୃତ ହେବେ ବୋଲି ଚଳିତମାସ ୧୬ ତାରିଖରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ। ଚଳିତ ଖରିଫ୍ ଋତୁରେ ଓଡ଼ିଶାରେ ଭଲ ଅମଳ ହୋଇଥିବାରୁ ରାଜ୍ୟରୁ ମୋଟ୍ ପ୍ରାୟ ୭୯ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ୍ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି।
The post ଓଡ଼ିଶାରୁ ଚଳିତ ଖରିଫ୍ ଋତୁରେ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର appeared first on Dharitri Odia News.