ପୁଣି ମାତିଲେ ନକ୍ସଲ, ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଳମତୁମ୍ପା ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ ଉପରେ ଚଢଉ ବେଳେ ଆହତ ହୋଇଛନ୍ତି ଦୁଇ... The post ପୁଣି ମାତିଲେ ନକ୍ସଲ, ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର appeared first on .

ପୁଣି ମାତିଲେ ନକ୍ସଲ, ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଳମତୁମ୍ପା ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ ଉପରେ ଚଢଉ ବେଳେ ଆହତ ହୋଇଛନ୍ତି ଦୁଇ ଏସଓଜି ଯବାନ। ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣ ଯୋଗୁଁ ଦୁଇ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି।  ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ମାଓବାଦୀମାନେ ସକ୍ରିୟ ଥିବା ସୂଚନା ରହିଥିଲା। ତେଣୁ SOG ଓ DVF ପକ୍ଷରୁ ଆଜି ସର୍ଚ୍ଚ ଅପରେସନ କରାଯାଉଥିଲା। ସର୍ଚ୍ଚ ଅପରେସନ ସମୟରେ  ଘଟିଥିଲା  ଅଘଟଣ।

ବୌଦ୍ଧ ଜିଲ୍ଲାରେ କିଛିଦିନ ହେଲା ମାଓ ଗତିବିଧି ବଢିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପୋଲିସ, DVF, SOG ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ସମୟରେ ମାଓ କ୍ୟାମ୍ପ ଉପରେ ଚଢଉ କରି ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ପୁଣି ମାତିଲେ ନକ୍ସଲ, ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର appeared first on .