ବ୍ରହ୍ମପୁରରେ ଅଜନ୍ତା ଶୁଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୯।୩ (ଅଭୟ ଦାଶ): ଅଜନ୍ତା ଶୁଜ୍‌ସ(ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ ବା ଅଜନ୍ତା ଫୁଟ୍‌କେୟାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଟ ନିକଟସ୍ଥ ଅନ୍ନପୂର୍ଣ୍ଣା ମାକେର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ ସମେତ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜନ୍ତା ଶୁଜ୍‌ସର ଆର୍‌ଏମ୍‌ ଶୁଭାଶିଷ୍‌ ଚାଟାର୍ଜୀ, ଆର୍‌ଏମ୍‌ ଓଡ଼ିଶା ସୁବାସ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ […] The post ବ୍ରହ୍ମପୁରରେ ଅଜନ୍ତା ଶୁଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ appeared first on Dharitri Odia News.

ବ୍ରହ୍ମପୁରରେ ଅଜନ୍ତା ଶୁଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୯।୩ (ଅଭୟ ଦାଶ): ଅଜନ୍ତା ଶୁଜ୍‌ସ(ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ ବା ଅଜନ୍ତା ଫୁଟ୍‌କେୟାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଟ ନିକଟସ୍ଥ ଅନ୍ନପୂର୍ଣ୍ଣା ମାକେର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ ସମେତ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜନ୍ତା ଶୁଜ୍‌ସର ଆର୍‌ଏମ୍‌ ଶୁଭାଶିଷ୍‌ ଚାଟାର୍ଜୀ, ଆର୍‌ଏମ୍‌ ଓଡ଼ିଶା ସୁବାସ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୮୫୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ କମ୍ପାନୀର ବ୍ରାଣ୍ଡ ଷ୍ଟୋର ଅଜନ୍ତା ଫୁଟ୍‌କେୟାର ରାଜ୍ୟର ୩ୟ ପ୍ରିମିୟମ ଷ୍ଟୋର ହୋଇଥିଲାବେଳେ ଇଷ୍ଟ ଇଣ୍ଡିଆରେ ଏହା ୧୫୨ତମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସେହିଭଳି ଏଠାରେ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦ ସହିତ ଇମ୍ପାକ୍ଟ ସ୍ପୋଟ୍ସର୍ର୍ ଶୁଜ୍‌ସର ବ୍ୟାପକ ସମ୍ଭାର ଉପଲବ୍ଧ ରହିଛି। ଅପରପକ୍ଷରେ ଗ୍ରାହକଙ୍କ ଚାହିଦା ଓ ବଜାର ଆବଶ୍ୟକତା ପୂରଣକୁ ପ୍ରାଥମିକତା ଦେବା ସହ ଗୁଣାତ୍ମକ ସେବା ଓ ଉତ୍ପାଦ ଯୋଗାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି ଷ୍ଟୋର ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

The post ବ୍ରହ୍ମପୁରରେ ଅଜନ୍ତା ଶୁଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ appeared first on Dharitri Odia News.