ଓଡ଼ିଶାର ସ୍ବାର୍ଥ ଦୃଷ୍ଟି ରଖି ନିଆଯିବ ନିଷ୍ପତ୍ତି: ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ୱର,୬।୩: ନବୀନ ନିବାସରେ ଦଳର ଅନେକ ବରିଷ୍ଠ ନେତାଙ୍କୁ ନେଇ ବସିଥିବା ବୈଠକ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର। ”ନବୀନଙ୍କ ନେତୃତ୍ବରେ ଓଡ଼ିଶା ସଫଳତା ପାଇ ଚାଲିଥିଲା ବେଳେ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ, ସେ ନିଷ୍ପତ୍ତି ନିଆଯିବ। ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ଆଗରୁ ଲଢ଼ି ଆସିଛି ଏବଂ ଆଗାମୀ ଦିନରେ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।” ବୁଧବାର ଅପରାହ୍ନରେ ବିଜେଡି ସୁପ୍ରିମୋ […] The post ଓଡ଼ିଶାର ସ୍ବାର୍ଥ ଦୃଷ୍ଟି ରଖି ନିଆଯିବ ନିଷ୍ପତ୍ତି: ଦେବୀ ପ୍ରସାଦ ମିଶ୍ର appeared first on Dharitri Odia News.

ଓଡ଼ିଶାର ସ୍ବାର୍ଥ ଦୃଷ୍ଟି ରଖି ନିଆଯିବ ନିଷ୍ପତ୍ତି: ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ୱର,୬।୩: ନବୀନ ନିବାସରେ ଦଳର ଅନେକ ବରିଷ୍ଠ ନେତାଙ୍କୁ ନେଇ ବସିଥିବା ବୈଠକ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର। ”ନବୀନଙ୍କ ନେତୃତ୍ବରେ ଓଡ଼ିଶା ସଫଳତା ପାଇ ଚାଲିଥିଲା ବେଳେ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ, ସେ ନିଷ୍ପତ୍ତି ନିଆଯିବ। ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ଆଗରୁ ଲଢ଼ି ଆସିଛି ଏବଂ ଆଗାମୀ ଦିନରେ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।”

ବୁଧବାର ଅପରାହ୍ନରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ଅନେକ ନେତାଙ୍କ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସମାନ ସମୟରେ ଓଡିଶା ଵୃଷତଃ ନେତାମାନଙ୍କୁ ନେଇ ଦିଲ୍ଲୀରେ ବସିଥିଲା ଭାଜପାର ବୈଠକ। ଯାହାକୁ ନେଇ ଓଡ଼ିଶାରେ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଭାଜପା ଏବଂ ବିଜେଡି ମଧ୍ୟରେ ବୈଠକ ହେବ ବୋଲି ଆଲୋଚନ ଜୋର ଧରିଥିଲା।

ଏହାରି ମଧ୍ୟରେ ନବୀନ ନିବାସରେ ପୁଣିଥରେ ଆରମ୍ଭ ହୋଇଥିଲା ବୈଠକ। ଦ୍ୱିତୀୟ ପର୍ଯ୍ୟାୟ ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ।

The post ଓଡ଼ିଶାର ସ୍ବାର୍ଥ ଦୃଷ୍ଟି ରଖି ନିଆଯିବ ନିଷ୍ପତ୍ତି: ଦେବୀ ପ୍ରସାଦ ମିଶ୍ର appeared first on Dharitri Odia News.