ଟ୍ବିନ୍ ସିଟିକୁ ରେର୍ଡ ଆର୍ଲଟ୍ ଜାରି
ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ଟ୍ବିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ରେଡ ଓ୍ବାର୍ନିଂ ଜାରି କରାଯାଇଛି। ଟ୍ବିନ୍ ସିଟିରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିପାରେ। ତେଣୁ କଟକ- ଭୁବନେଶ୍ୱର ପାଇଁ ରେଡ ୱାର୍ନିଂ ଜାରି କରାଯାଇଛି। […] The post ଟ୍ବିନ୍ ସିଟିକୁ ରେର୍ଡ ଆର୍ଲଟ୍ ଜାରି appeared first on Dharitri Odia News.
ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ଟ୍ବିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ରେଡ ଓ୍ବାର୍ନିଂ ଜାରି କରାଯାଇଛି। ଟ୍ବିନ୍ ସିଟିରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିପାରେ। ତେଣୁ କଟକ- ଭୁବନେଶ୍ୱର ପାଇଁ ରେଡ ୱାର୍ନିଂ ଜାରି କରାଯାଇଛି। ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେଉଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି।
ଆଜି ସକାଳ ସାଢେ ୮ରେ ପାରଦ ୩୮ ଡିଗ୍ରୀ ଟପିଯାଇଛି । ୩୮.୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ତାଳଚେର ୩୭.୮, ବାଲେଶ୍ୱର ୩୬.୬, କେନ୍ଦୁଝର ୩୬.୪ ଡିଗ୍ରୀ, କଟକ ୩୫.୮, ଭଦ୍ରକ ୩୫, ରାଉରକେଲାରେ ତାପମାତ୍ରା ୩୫ ଡିଗ୍ରୀ ରହିଛି। ଏପଟେ ଭବାନୀପାଟଣା ୩୪.୮, ଭୁବନେଶ୍ୱର ଓ ଝାରସୁଗୁ ୩୪.୬, ହୀରାକୁଦ ୩୪.୪, ଚାନ୍ଦବାଲି ୩୪.୨, ବଲାଙ୍ଗିର ୩୪ ଡିଗ୍ରୀ, କେନ୍ଦ୍ରାପଡା ୩୪ ଏବଂ ଅନୁଗୁଳରେ ତାପମାତ୍ରା ୩୪ ଡିଗ୍ରୀ ରହିଛି । ସିଭିୟର ହିଟ ୱେଭ ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକରେ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
The post ଟ୍ବିନ୍ ସିଟିକୁ ରେର୍ଡ ଆର୍ଲଟ୍ ଜାରି appeared first on Dharitri Odia News.