ସାନଭାଇଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତ ହତ୍ୟାକାରୀ ବଡ଼ଭାଇ କୋର୍ଟ ଚାଲାଣ
ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡ଼ାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ ପୂର୍ବ ଶତ୍ରୁତାରୁ ବଡଭାଇ ସାନଭାଇଙ୍କୁ ଶୁକ୍ରବାର ରାତିରେ ଗୁଳିକରି ହତ୍ୟାରେ ସାନଭାଇଙ୍କ ମୃତ୍ଯୁ ଘଟିଥିବା ଘଟଣାରେ ଅଭିଯୁକ୍ତ ବଡଭାଇ କୃଷ୍ଣ ମାଝୀକୁ ରବିବାର କୋର୍ଟ ଚାଲାଣ କରିଛି ବିଶ୍ୱନାଥପୁର ପୋଲିସ । ଏହି ହତ୍ୟା ଘଟଣାଟି ଶୁକ୍ରବାର ରାତିରେ ଘଟିଥୁବାବେଳେ ଶନିବାର ଏହା ଲୋକଲୋଚନକୁ ଆସିଥିଲା । ଏ ନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା […] The post ସାନଭାଇଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତ ହତ୍ୟାକାରୀ ବଡ଼ଭାଇ କୋର୍ଟ ଚାଲାଣ appeared first on Dharitri Odia News.
ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡ଼ାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ ପୂର୍ବ ଶତ୍ରୁତାରୁ ବଡଭାଇ ସାନଭାଇଙ୍କୁ ଶୁକ୍ରବାର ରାତିରେ ଗୁଳିକରି ହତ୍ୟାରେ ସାନଭାଇଙ୍କ ମୃତ୍ଯୁ ଘଟିଥିବା ଘଟଣାରେ ଅଭିଯୁକ୍ତ ବଡଭାଇ କୃଷ୍ଣ ମାଝୀକୁ ରବିବାର କୋର୍ଟ ଚାଲାଣ କରିଛି ବିଶ୍ୱନାଥପୁର ପୋଲିସ ।
ଏହି ହତ୍ୟା ଘଟଣାଟି ଶୁକ୍ରବାର ରାତିରେ ଘଟିଥୁବାବେଳେ ଶନିବାର ଏହା ଲୋକଲୋଚନକୁ ଆସିଥିଲା । ଏ ନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ହତ୍ୟାକାରୀ ବଡ଼ଭାଇଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ କୃଷ୍ଣ ମାଝୀ।
ସୂଚନାନୁସାରେ କୃଷ୍ଣ ଓ ତାଙ୍କ ସାନଭାଇ ପୂର୍ଣ୍ଣ ମାଝୀ (୩୫)ଙ୍କ ମଧ୍ଯରେ କୌଣସି କାରଣରୁ ଗତବର୍ଷ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୂର୍ଣ୍ଣ ଉଭ୍ୟକ୍ତ ହୋଇ କୃଷ୍ଣଙ୍କୁ ମାଡ଼ ମାରି ଆହତ କରିଦେଇଥିଲେ। ଏହି ଗଣ୍ଡଗୋଳକୁ ନେଇ ରାଗ ରଖି କୃଷ୍ଣ ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ରାତ୍ର ୮ଟା ସମୟରେ ପୂର୍ଣ୍ଣ ଘରେ ଶୋଇଥିବା ସମୟରେ ଦେଶୀ ବନ୍ଧୁକରେ ଗୁଳି କରିଥିଲେ।
ଫଳରେ ଘଟଣାସ୍ଥଳରେ ପୂର୍ଣ୍ଣଙ୍କ ମୃତ୍ଯୁ ହୋଇଯାଇ ଥିଲା। ଏ ନେଇ ଶନିବାର ସକାଳେ ପୂର୍ଣଙ୍କ ସ୍ତ୍ରୀ ଚୁମକି ମାଝୀ ଓ ପରିବାର ଲୋକେ ବିଶ୍ଵନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଯିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚୁ ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା ।
କେସିଙ୍ଗା ଏସ୍ଡିପିଓ ଅଜୟ ଦାସ, ବିଶ୍ବନାଥପୁର ଥାନା ଅଧିକାରୀ ମମତା ହେମ୍ବ୍ରମ, ଏସଆଇ ବୁଧେରାମ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଥିଲେ ।
ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରି ଥାନାକୁ ଆଣି ତଦନ୍ତ ଚଳାଇଥିଲେ ଏବଂ ତଦନ୍ତ ପରେ ବିଶ୍ବନାଥପୁର ଥାନା କେଶ (ନଂ.୯/୨୫) ରେ ଧାରା ୧୦୩(୧) ବିଏନଏସ ୨୫/୨୭ ଅସ୍ତ୍ର ଶସ୍ତ୍ର ଧାରା ଅନୁଯାୟୀ ଅଭିଯୁକ୍ତ କୃଷ୍ଣକୁ ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ବିଶ୍ବନାଥପୁର ଥାନା ଅଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି ।
The post ସାନଭାଇଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତ ହତ୍ୟାକାରୀ ବଡ଼ଭାଇ କୋର୍ଟ ଚାଲାଣ appeared first on Dharitri Odia News.