ଓଡ଼ିଶାର ୨ ଜିଲାରେ ଭୂକମ୍ପ ଅନୁଭୂତ: ଲୋକେ ଭୟଭୀତ
ଭୋଗରାଇ, ୨୮l୩ (ପ୍ରଦୀପ ଦାସ): ମ୍ୟାନମାରରେ ହୋଇଥିବା ୨ଟି ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ଓଡିଶା ସୀମାନ୍ତ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରେ ମୃଦୁ କମ୍ପନ ଅନୁଭୂତ ହୋଇଛି। ମ୍ୟାନମାନରେ ଭୂକମ୍ପ ରିକ୍ଟର ସ୍କେଲରେ ଏହାର ୭.୭ ଓ ୭.୧ ବୋଲି ଭୂବିଜ୍ଞାନିମାନେ ଆକଳନ କରିଥିବାବେଳେ ଏହାର ପ୍ରଭାବ ଉତ୍ତର ପୂର୍ବ ସମେତ ଓଡିଶା ସୀମାନ୍ତରେ ଅନୁଭୂତ ହୋଇଥିଲା। ମଧ୍ୟାହ୍ନରେ ବାଲେଶ୍ୱର ଜିଲା ସମେତ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲାରେ ୧୧ ସେକେଣ୍ଡ ମଧ୍ୟରେ ୨ଟି ବୋମା ପଡିବା ଭଳି […] The post ଓଡ଼ିଶାର ୨ ଜିଲାରେ ଭୂକମ୍ପ ଅନୁଭୂତ: ଲୋକେ ଭୟଭୀତ appeared first on Dharitri Odia News.
ଭୋଗରାଇ, ୨୮l୩ (ପ୍ରଦୀପ ଦାସ): ମ୍ୟାନମାରରେ ହୋଇଥିବା ୨ଟି ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ଓଡିଶା ସୀମାନ୍ତ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରେ ମୃଦୁ କମ୍ପନ ଅନୁଭୂତ ହୋଇଛି। ମ୍ୟାନମାନରେ ଭୂକମ୍ପ ରିକ୍ଟର ସ୍କେଲରେ ଏହାର ୭.୭ ଓ ୭.୧ ବୋଲି ଭୂବିଜ୍ଞାନିମାନେ ଆକଳନ କରିଥିବାବେଳେ ଏହାର ପ୍ରଭାବ ଉତ୍ତର ପୂର୍ବ ସମେତ ଓଡିଶା ସୀମାନ୍ତରେ ଅନୁଭୂତ ହୋଇଥିଲା। ମଧ୍ୟାହ୍ନରେ ବାଲେଶ୍ୱର ଜିଲା ସମେତ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲାରେ ୧୧ ସେକେଣ୍ଡ ମଧ୍ୟରେ ୨ଟି ବୋମା ପଡିବା ଭଳି ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା।ଲୋକେ ଭାବିଥିଲେ ଚାନ୍ଦିପୁର କିମ୍ବା କଲେଇକୁଣ୍ଡା ପ୍ରତିରକ୍ଷାବିଭାଗର ଗୋଳାବାରୁଦ ପରୀକ୍ଷା ହେଉଛି l ଏହି ସମୟରେ ଘରର ପଙ୍ଖା, ଝରକା, ଆସବାବପତ୍ର ହଲୁଥିବାବେଳେ ଗାଡ଼ିଆ ପୋଖରୀରେ ପାଣି ହଲଚଲ ହେଉଥିବାର ଜାଣି ଲୋକେ ଭୂମିକମ୍ପ ବୋଲି କହିଥିଲେ। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ମୃଦୁ କମ୍ପନ ଯୋଗୁଁ ଦୀଘା-ତାଳସାରୀ ସମୁଦ୍ରର ଜୁଆର ୨ ଫୁଟ ଉଚ୍ଚରେ କୂଳ ଆଡକୁ ମାଡିଆସିଥିବାବେଳେ ଖବର ଲେଖାକୁ କୌଣସି ପ୍ରାଣହାନୀ କିମ୍ବା କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ l
The post ଓଡ଼ିଶାର ୨ ଜିଲାରେ ଭୂକମ୍ପ ଅନୁଭୂତ: ଲୋକେ ଭୟଭୀତ appeared first on Dharitri Odia News.