ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର
ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଶନିବାରଠାରୁ ତାଙ୍କୁ ରିମାଣ୍ଡରେ ଅଣାଯାଇଥିଲା। ତେବେ ଏହି ରିମାଣ୍ଡ ସମୟରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ତାଙ୍କ ଅପରାଧର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି। ଅଭିଯୁକ୍ତ ରାହୁଲଙ୍କ ନିଶା […] The post ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର appeared first on Dharitri Odia News.
ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଶନିବାରଠାରୁ ତାଙ୍କୁ ରିମାଣ୍ଡରେ ଅଣାଯାଇଥିଲା। ତେବେ ଏହି ରିମାଣ୍ଡ ସମୟରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ତାଙ୍କ ଅପରାଧର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି। ଅଭିଯୁକ୍ତ ରାହୁଲଙ୍କ ନିଶା କାରବାର ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସହ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଲମ୍ବିଥିବା ଜଣାପଡିଛି। କେଉଁଠାରେ ଗଞ୍ଜେଇ ଚାଷ ହେଉଛି, କେମିତି ଚୋରା ଚାଲାଣ କରାଯାଉଛି, ତାହାର ଟିକିନିଖି ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଉଖାଳିଛି ରାହୁଲ। ଗଞ୍ଜେଇ ବେପାର ପାଇଁ ପୁରୁଣା ଗାଡିକୁ ପ୍ରଥମେ କ୍ରୟ କରୁଥିଲେ। ପରେ ଏହାକୁ କୋଲକାତାରେ ମୋଡିଫାଏ କରାଯାଇ ସେଥିରେ ସ୍ବତନ୍ତ୍ର ଗୁପ୍ତ ଚାମ୍ବର କରାଯାଉଥିଲା। ଏହାଦ୍ୱାରା ପୋଲିସଠାରୁ ବର୍ତ୍ତିବା ସହ ଗଞ୍ଜେଇ ଚୋରାଚାଲାଣରେ ବହୁ ସୁବିଧା ହେଉଥିଲା। ସେହିପରି ଏକାଧିକ ବ୍ୟକ୍ତିଙ୍କୁ ନିଜ ର଼୍ୟାକେଟରେ ସାମିଲ କରିଥିଲେ। ଏହାସହ ଅଧିକାଂଶ ଚୋରା ଚାଲାଣ ଭଡ଼ା ଗାଡ଼ିରେ ହେଉଥିଲା। ତେଣୁ ପୋଲିସ ସମସ୍ତ ଗାଡି ମାଲିକଙ୍କୁ ଚିହ୍ନଟ କରିଛି। ସେମାନେ ଜାଣତରେ ଏହି ବେଆଇନ କାରବାର ପାଇଁ ଗାଡି ଭଡ଼ାରେ ଦେଉଥିଲେ କି ଅଜାଣତରେ ପୋଲିସ ସେମାନଙ୍କୁ ଖୁବ୍ଶୀଘ୍ର ଡାକି ପଚରାଉଚରା କରିବା ବୋଲି ଜଣାପଡିଛି। ଅପରପକ୍ଷେ ରାହୁଲଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଓ ଅନଲାଇନ ମାଧ୍ୟମରେ ବହୁ ଟଙ୍କା କାରବାର ହେଉଥିବାର ପ୍ରମାଣ ପୋଲିସ ହାତରେ ଲାଗିଛି। ଏହାସହ ସେ ଏହି ବେଆଇନ କାରବାରରୁ ପାଉଥିବା ବିପୁଳ ଅର୍ଥରେ ତାରକା ହୋଟେଲରେ ରହିବା ସହ ବିମାନ ଯାତ୍ରା କରୁଥିବାରୁ ଏସବୁ ବାବଦକୁ କେତେ ଖର୍ଚ୍ଚ ହୋଇଛି ତାହାର ହିସାବ ପାଇଁ ଆବଶ୍ୟକ ତଥ୍ୟ ଯୋଗାଡ଼ ଚାଲିଛି। ସେହିଭଳି ଅଭିଯୁକ୍ତମାନେ ଚାଷୀଙ୍କଠାରୁ ୩ରୁ ୪ ହଜାର ଟଙ୍କାରେ ଗଞ୍ଜେଇ କିଣି ତାହାକୁ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି କରୁଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ତେଣୁ ଏହି ର଼୍ୟାକେଟର କେତେ ଲୋକ ରହିଛନ୍ତି, ସମସ୍ତଙ୍କୁ ଧରିବା ପାଇଁ ସ୍ପେଶାଲ କ୍ରାଇମ ୟୁନିଟ ଓଡିଶାର ବିଭିନ୍ନ ଜିଲା ପୋଲିସ,ଏନ୍ସିବି, ଏସ୍ଟିଏଫ ଏବଂ ବାହାର ରାଜ୍ୟ ପୋଲିସର ସହଯୋଗ ଲୋଡିଥିବା ସୂଚନା ମିଳିଛି।
ଗତ ଫେବୃଆରୀ ୧୧ରେ ଅଭିଯୁକ୍ତମାନେ ଚିତ୍ରକୋଣ୍ଡାରୁ କାର୍ରେ ଗଞ୍ଜେଇ ଧରି ବ୍ରହ୍ମପୁର, ଭୁବନେଶ୍ୱର ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବାବେଳେ ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଧରାପଡିଥିଲେ। ପୋଲିସ ବହୁ ବାଟ ଗୋଡ଼ାଇବା ପରେ ଶେଷରେ ପାହାଳ ନିକଟରେ ଧରିବା ସହ ଝାଡ଼ଖଣ୍ଡର ୩ ନିଶାବେପାରୀ ରବି ଶଙ୍କର ଦାସ, ରାଜେଶ କିଶୋର ଦାସ ଓ ଲବ କିଶୋର ପ୍ରସାଦ ସହଦେବଙ୍କୁ ଗିରଫ କରି ଜେଲ ପଠାଇଥିଲା। ସେମାନଙ୍କଠାରୁ ୩ଶହ କେଜି ଗଞ୍ଜେଇ ଜବତ କରିଥିଲା। କିଛି ଦିନ ତଳେ ର଼୍ୟାକେଟ ମୁଖ୍ୟ ରାହୁଲ ଝାରପଡ଼ା ଜେଲ୍ରେ ଥିବା ୩ ସାଥୀଙ୍କୁ ଦେଖା କରିବାକୁ ଆସିଥିବାବେଳେ ପୋଲିସ ଫାଶରେ ଫସିଯାଇଥିଲେ।
The post ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର appeared first on Dharitri Odia News.