ପୁଣି ମାଲକାନଗିରିରେ ମାଓବାଦୀ ସଙ୍ଗଠନ ସକ୍ରିୟ: ଲାଗିଲା ପୋଷ୍ଟର

ଚିତ୍ରକୋଣ୍ଡା,୬।୨: ଦୀର୍ଘଦିନର ନିରବତା ପରେ ପୁଣି ମାଲକାନଗିରିରେ ମାଓବାଦୀ ସଙ୍ଗଠନ ସକ୍ରିୟ ହୋଇଉଠିଛି । ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ମସୁଘଟି, ପଟେଲ, ପାପୁଲୁର ପ୍ରଭୁତି ଗ୍ରାମଗୁଡିକରେ (aobszc )ଆନ୍ଧ୍ର ଓଡିଶା ସୀମାନ୍ତ ମାଓବାଦୀ ସଂଗଠନ ପକ୍ଷରୁରୁ ବିଭିନ୍ନ ସ୍ଥାନରେ ତେଲୁଗୁ ଓଡ଼ିଆ ଭାଷାରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ବଙ୍ଗପୁଟ, ରଙ୍ଗବେଲ, କଣ୍ଡୁରମ ଗ୍ରାମଗୁଡିକରେ ରମେଶ ରାକେଶ, ସପ୍ନା ତୁଲେଶି ଯେଉଁମାନେ ପୁର୍ବରୁ ମାଓବାଦୀ ସଙ୍ଗଠନରେ ସକ୍ରିୟ ଥିଲେ, ବର୍ତ୍ତମାନ ସେମାନେ ସଙ୍ଗଠନ […] The post ପୁଣି ମାଲକାନଗିରିରେ ମାଓବାଦୀ ସଙ୍ଗଠନ ସକ୍ରିୟ: ଲାଗିଲା ପୋଷ୍ଟର appeared first on Dharitri Odia News.

ପୁଣି ମାଲକାନଗିରିରେ ମାଓବାଦୀ ସଙ୍ଗଠନ ସକ୍ରିୟ: ଲାଗିଲା ପୋଷ୍ଟର

ଚିତ୍ରକୋଣ୍ଡା,୬।୨: ଦୀର୍ଘଦିନର ନିରବତା ପରେ ପୁଣି ମାଲକାନଗିରିରେ ମାଓବାଦୀ ସଙ୍ଗଠନ ସକ୍ରିୟ ହୋଇଉଠିଛି । ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ମସୁଘଟି, ପଟେଲ, ପାପୁଲୁର ପ୍ରଭୁତି ଗ୍ରାମଗୁଡିକରେ (aobszc )ଆନ୍ଧ୍ର ଓଡିଶା ସୀମାନ୍ତ ମାଓବାଦୀ ସଂଗଠନ ପକ୍ଷରୁରୁ ବିଭିନ୍ନ ସ୍ଥାନରେ ତେଲୁଗୁ ଓଡ଼ିଆ ଭାଷାରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ଏଥିରେ ବଙ୍ଗପୁଟ, ରଙ୍ଗବେଲ, କଣ୍ଡୁରମ ଗ୍ରାମଗୁଡିକରେ ରମେଶ ରାକେଶ, ସପ୍ନା ତୁଲେଶି ଯେଉଁମାନେ ପୁର୍ବରୁ ମାଓବାଦୀ ସଙ୍ଗଠନରେ ସକ୍ରିୟ ଥିଲେ, ବର୍ତ୍ତମାନ ସେମାନେ ସଙ୍ଗଠନ ଛାଡି ଠିକାଦାର କାମ ଓ ଲୋକଙ୍କଠାରୁ ଟଙ୍କା ବଟି ଆଦାୟ କରୁଛନ୍ତି । ମାଓବାଦୀ ସଙ୍ଗଠନକୁ ବଦନାମ କରୁଛନ୍ତି। ତେଣୁ ସେମାନଙ୍କୁ ମାଓବାଦୀ ଦଳରୁ ବହିସ୍କାର କରାଯାଇଥିବା ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ସେହିଭଳି ସେମାନେ ଗ୍ରାମକୁ ଆସିଲେ ସେମାନଙ୍କୁ ସହଜଯୋଗ ନ କରି ବାନ୍ଧି ରଖିବା ପାଇଁ କୁହାଯାଇଛ।
ଅନ୍ୟପକ୍ଷେ ପୋଲିସ ଏହି ପୋଷ୍ଟରକୁ ଜବତ କରିଛି।

The post ପୁଣି ମାଲକାନଗିରିରେ ମାଓବାଦୀ ସଙ୍ଗଠନ ସକ୍ରିୟ: ଲାଗିଲା ପୋଷ୍ଟର appeared first on Dharitri Odia News.