ଯେଉଁ କମ୍ପାନୀରେ ସିଭି ପକାଇ ପାଇଥିଲେ ଚାକିରି, ସେହି ଟାଟା କମ୍ପାନୀର ହେଲେ ମାଲିକ

ନୂଆଦିଲ୍ଲୀ,୧୦।୧୦: ୮୬ବର୍ଷରେ ସାରା ଦୁନିଆକୁ ପର କରି ଦେଇଛନ୍ତି ଭାରତର ବିଜନେସ ଟାଇଫୁନ୍‌ ରତନ ଟାଟା। ବ୍ୟବସାୟରେ ସେ ବିପ୍ଲବ ଆଣିଥିଲେ ଯେ, ଟାଟା ଲୁଣଠୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ପ୍ରତି ଘରେ ଘରେ ବ୍ୟବହାର ହେଉଛି। ଏପରିକି ଟାଟା କମ୍ପାନୀର କାର୍‌ଠୁ ଆରମ୍ଭ କରି ଉଡାଜାହାଜ ପର୍ଯ୍ୟନ୍ତ ବି ରହିଛି। ଭାରତର ଏକ ଅଗ୍ରଣୀ କମ୍ପାନୀ ହେଉଛି ଟାଟା। ମାତ୍ର ରାତାରାତି ଏହି ବିଶାଳକାୟ ସାମ୍ରାଜ୍ୟ ଛିଡା ହୋଇନି। ଏଥିନିମନ୍ତେ ବିଦେଶ […] The post ଯେଉଁ କମ୍ପାନୀରେ ସିଭି ପକାଇ ପାଇଥିଲେ ଚାକିରି, ସେହି ଟାଟା କମ୍ପାନୀର ହେଲେ ମାଲିକ appeared first on Dharitri Odia News.

ଯେଉଁ କମ୍ପାନୀରେ ସିଭି ପକାଇ ପାଇଥିଲେ ଚାକିରି, ସେହି ଟାଟା କମ୍ପାନୀର ହେଲେ ମାଲିକ

ନୂଆଦିଲ୍ଲୀ,୧୦।୧୦: ୮୬ବର୍ଷରେ ସାରା ଦୁନିଆକୁ ପର କରି ଦେଇଛନ୍ତି ଭାରତର ବିଜନେସ ଟାଇଫୁନ୍‌ ରତନ ଟାଟା। ବ୍ୟବସାୟରେ ସେ ବିପ୍ଲବ ଆଣିଥିଲେ ଯେ, ଟାଟା ଲୁଣଠୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ପ୍ରତି ଘରେ ଘରେ ବ୍ୟବହାର ହେଉଛି। ଏପରିକି ଟାଟା କମ୍ପାନୀର କାର୍‌ଠୁ ଆରମ୍ଭ କରି ଉଡାଜାହାଜ ପର୍ଯ୍ୟନ୍ତ ବି ରହିଛି। ଭାରତର ଏକ ଅଗ୍ରଣୀ କମ୍ପାନୀ ହେଉଛି ଟାଟା। ମାତ୍ର ରାତାରାତି ଏହି ବିଶାଳକାୟ ସାମ୍ରାଜ୍ୟ ଛିଡା ହୋଇନି। ଏଥିନିମନ୍ତେ ବିଦେଶ ଫେରନ୍ତା ରତନ ଟାଟାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା। ଶ୍ରମିକଙ୍କ ପରି ଇଟା, ସିମେଣ୍ଟ ବି ବୋହିବାକୁ ପଡିଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ଟାଟାର ସେ ମାଲିକ ଅଟନ୍ତି ସେଠାରେ ତାଙ୍କୁ ଚାକିରି କରିବାକୁ ପ୍ରଥମେ ସିଭି ପକାଇବାକୁ ପଡିଥିଲା। ସେଠାରେ ଚାକିରି କରିବାର ବହୁବର୍ଷ ପରେ ସେ ଟାଟାକୁ ଭାରତର ଶିଳ୍ପ ଜଗତରେ ଟ୍ରିଲିୟନ ଡଲାରର କମ୍ପାନୀ ଭାବେ ଛିଡା କରିଥିଲେ।

୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରତନ ଟାଟା। ମାତ୍ର ୧୯୪୮ ମସିହାରେ ତାଙ୍କ ବାପା ଓ ମାଆ ନବଲ ଟାଟା ଓ ସୁନି ଟାଟାଙ୍କ ମଧ୍ୟରେ ବିଚ୍ଛେଦ ହୋଇ ଯାଇଥିଲା। ଫଳରେ ରତନ ଟାଟାଙ୍କ ଜେଜେମା’ ତାଙ୍କ ଲାଳନପାଳନର ଦାୟିତ୍ୱ ନେଇଥିଲେ।

ମୁମ୍ବାଇ ଓ ଶିମଳାରେ ପାଠପଢା ସରିବା ପରେ ରତନ ଟାଟା ହାୱାର୍ଡ ବିଜନେସ ସ୍କୁଲରୁ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ। ଏହାପରେ ସେ କର୍ଣ୍ଣଲ ୟୁନିଭରସିଟିରୁ ଆର୍କିଟେକ୍ଟର ଓ ଷ୍ଟ୍ରକଚରାଲ ଇଞ୍ଜିନିୟରିଂ ପାଠ ପିଥିଲେ। ପାଠପଢା ସରିବା ପରେ ସେ ଆମେରିକାରେ ଚାକିରି କରିବାକୁ ଇଚ୍ଛୁକ ଥିଲେ। କିନ୍ତୁ ଜେଜେମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ଭାରତ ଫେରିଥିଲେ। ଭାରତରେ ସେ IBMରେ ଚାକିରି ଆରମ୍ଭ କରିଥିଲେ।

ସେତେବେଳେ ଏହା ଶୁଣିବା ପରେ ଉକ୍ତ ସମୟରେ ଥିବା ଟାଟା ଚେୟାରମ୍ୟାନ ଜେଆରଡି ଟାଟା ଖୁବ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଟାଟାରେ ଯୋଗ ଦେବାକୁ ରତନ ଟାଟାଙ୍କୁ ନିମନ୍ତ୍ରଣ କରିଥିଲେ। ଏହାପରେ ରତନ, ଟାଟା ଗ୍ରୁପ୍‌କୁ ନିଜ ସିଭି ପଠାଇଥିଲେ। ଚୟନ ହେବା ପରେ ଜଣେ ସାଧାରଣ କର୍ମଚାରୀ ରୂପେ ସେ କାର୍ଯ୍ୟାରାମ୍ଭ କରିଥିଲେ।

ନିଜ କ୍ୟାରିଅରର ପ୍ରଥମାବସ୍ଥାରେ ରତନ ଟାଟା କାମ ଶିଖିବାକୁ ଆରମ୍ଭ କରିଥିଲେ। ଏଥିନିମନ୍ତେ ଛୋଟ ଛୋଟ କାମକୁ ବି ସେ ନିଷ୍ଠାର ସହ କରୁଥିଲେ। ୧୯୯୧ ମହିହାରେ ସେ ଟାଟା ଗ୍ରୁପ୍ର ଚେୟାରମ୍ୟାନ ହେଲେ । ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିବା ରତନ ଟାଟା ଦୀର୍ଘ ୨୧ ବର୍ଷ ପର୍ଯ୍ୟନ୍ତ ଟାଟା ଗ୍ରୁପ ନେତୃତ୍ୱ ନେଇଥିଲେ। ଏହି ସମୟରେ ଦେଶଦୁନିଆରେ ସେ ଟାଟାକୁ ଏକ ପ୍ରତିଷ୍ଠିତ କମ୍ପାନୀରେ ଛିଡା କରାଇ ପାରିଥିଲେ।

ନିଜ କାର୍ଯ୍ୟକାଳ ମଧ୍ୟରେ ସେ ସବୁଠୁ ଛୋଟ ନାନୋ କାର୍‌ ଲଞ୍ଚ କରି ଦେଶରେ ଚହଳ ପକାଇ ଦେଇଥିଲା। ଏହା ନିମ୍ନ ମଧ୍ୟବିତ ପରିବାରର କାର୍‌ ଚଢିବା ସୱପ୍ନକୁ ସାକାର କରିଥିଲା। କାରଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାକୁ ନେବା ପାଇଁ ଲୋକେ ମାସ ମାସ ଧରି ଅପେକ୍ଷା କରୁଥିଲେ। ମାତ୍ର କିଛି ବର୍ଷ ପରେ ଯାନ୍ତ୍ରୀକ ତ୍ରୁଟି ହେତୁ ଏହାକୁ ବଜାରରୁ ପ୍ରତ୍ୟାହୃତ କରି ନିଆଗଲା। କେବଳ ନାନୋ ନୁହେଁ ରତନ ଟାଟାଙ୍କ ନେତୃତ୍ୱରେ ଜାଗୁଆର, ଲ୍ୟାଣ୍ଡ ରୋଭର ପରି ପ୍ରିମିୟର ସେଗେମେଣ୍ଟ କମ୍ପାନୀର କାର୍‌କୁ ବି ଟେକ ଓଭର କରିଥିଲା ଟାଟା।

The post ଯେଉଁ କମ୍ପାନୀରେ ସିଭି ପକାଇ ପାଇଥିଲେ ଚାକିରି, ସେହି ଟାଟା କମ୍ପାନୀର ହେଲେ ମାଲିକ appeared first on Dharitri Odia News.